ବାହାରେ ମିଳୁଥିବା ଚଟପଟା ଫାଷ୍ଟଫୁଡ୍ କେତେ ସ୍ୱାସ୍ଥ୍ୟକର ?
ଆଜିକାଲି କମ୍ ବୟସରେ ଚୁଟି ପାଚିଯିବା ଏକ ସାଧାରଣ କଥା ହୋଇଗଲାଣି। ଏହାକୁ ଅଧିକାଂଶ ଯୁବପିଢି ସାମ୍ନା କରୁଛନ୍ତି। ଚୁଟି ପାଚିଗଲେ ଚିନ୍ତାରେ ପଡି ଅନେକ ଉପାୟ ଆପଣେଇ ନିଅନ୍ତି। କିନ୍ତୁ ଏହା ପୂର୍ବରୁ ଚୁଟି ଶୀଘ୍ର ପାଚିବାର କାରଣ ଜାଣିବା ଜରୁରୀ।
ମାତୃତ୍ୱର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଶିଶୁକୁ ସ୍ତନ୍ୟପାନ କରାଇବା। ଏହି ସ୍ତନ୍ୟପାନର ମହତ୍ତ୍ୱକୁ ସମସ୍ତଙ୍କ ପାଖରେ ପହଞ୍ଚେଇବାର ପ୍ରୟାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ପାଳିତ ହେଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଆଜି ଆସନ୍ତୁ ଏ ବିଷୟରେ ଜାଣିନେବା।
ରାଗିବା ଠାରୁ ଆରମ୍ଭ କରି ଖୁସି ହେବା ପର୍ଯ୍ୟନ୍ତ, ହରମୋନର ବହୁତ ପ୍ରଭାବ ଥାଏ। ଆପଣ ନିଶ୍ଚୟ ଦେଖିଥିବେ ଯେ ଦୁର୍ବଳ ଏବଂ ଅସୁସ୍ଥ ଲୋକମାନେ ଅଧିକ ଚିଡିଚିଡା ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହାପି ହରମୋନ୍ଗୁଡ଼ିକୁ ସକ୍ରିୟ ହୋଇଥାନ୍ତି।
ଗାଇନାକୋମାଷ୍ଟିଆ..ଅନେକେ ହୁଏତ ଆଗରୁ କେବେ ଏହି ରୋଗର ନାଁ ଶୁଣିନଥିବେ । ହେଲେ ଏହାର ଲକ୍ଷଣ କହିଲେ, ସହଜରେ ଜାଣିଯିବେ। ପୁରୁଷଙ୍କ ସ୍ତନବୃଦ୍ଧି ସମସ୍ୟା । ଏବେ ଅଧିକ ସଂଖ୍ୟାରେ ଟିନ୍-ଏଜର୍ ଏହି ଗାଇନାକୋମାଷ୍ଟିଆ କବଳରେ ପଡ଼ୁଛନ୍ତି । କିଏ ଲାଜରେ କାହାକୁ କିଛି କହିପାରୁନି, ତ କିଏ ହେଳା ହେଳାରେ ରହିଯାଉଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଆତଙ୍କିତ ନହୋଇ କିଛି ସତର୍କତା ଅବଲମ୍ବନ କଲେ ଏବଂ ଡାକ୍ତରଙ୍କ ପରାମର୍ଶ ନେଲେ ଏହି ସମସ୍ୟାର ସମାଧାନ ସମ୍ଭବ । ତେବେ ଏହି ରୋଗର କାରଣ କଣ ଜାଣିଛନ୍ତି ? ଫାଷ୍ଟଫୁଡ୍ ଓ ମୋଟାପା ।
କିଶୋରାବସ୍ଥାରେ ପୁଅଙ୍କ ଛାତିରେ ଦେଖାଯାଉଛି କି ପରିବର୍ତ୍ତନ? ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି କି ପୁଅପିଲାଙ୍କ ସ୍ତନର ଆକାର? ଯଦି ହଁ, ତେବେ ସଂକୋଚ କରନ୍ତୁନି କି ଏହାକୁ ହେଳା କରନ୍ତୁନି। ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ ।
ଆପଣ ହୁଏତ ଖାଲି ଆମ୍ବର ରସକୁ ଖାଇ ଏହାର ଚୋପାକୁ ଫୋପାଡି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଚୋପା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ହୁଏତ ଅନୁତାପ କରିପାରନ୍ତି।
ଜିମ୍ ଏବଂ ଫିଟନେସ ପ୍ରତି ବଢୁଥିବା ଯୁବପୀଢ଼ୀଙ୍କ ଆଗ୍ରହ ପାଇଁ ପ୍ରୋଟିନ୍ ସୋ ରୁମ, ଏବେକାର ବିଜନେସର ନୂଆ ଟ୍ରେଣ୍ଡ୍। ହେଲେ ଅଭିଯୋଗ ହେଉଛି ଏଭଳି ପ୍ରୋଟିନ ସୋ ରୁମ ଭିତରୁ ଅଧିକାଂଶଙ୍କର ନା ଏଥିପାଇଁ ଲାଇସେନ୍ସ ଅଛି। ନା ଏମାନଙ୍କ ପାଖରେ ପୋଷଣ ତତ୍ତ୍ବ ଉପରେ ଜ୍ଞାନ ଥିବା କେହି ନ୍ୟୁଟ୍ରିସିଆନ୍ ଅଛନ୍ତି। ନା ଡାଏଟ୍ରି ଉପରେ ସର୍ବନିମ୍ନ ଜ୍ଞାନ ଅଛି।
ହେପାଟାଇଟିସର କାରଣ ମୁଖ୍ୟତଃ ଏହି ଭୂତାଣୁ ହେଲେ ମଧ୍ୟ ଅନେକ ବାହ୍ୟ କାରକ ମଧ୍ୟ ଏଥିପାଇଁ ଦାୟୀ । ଯେପରିକି ଆଲକହଲ ବା ମଦ୍ୟପାନ କରିବା, ଅନ୍ୟ କୌଣସି ଔଷଧର ସାଇଡ୍ ଇଫେକ୍ଟ ଯୋଗୁଁ ମଧ୍ୟ ଯକୃତ ପ୍ରଭାବିତ ହୁଏ, ବେଳେବେଳେ ଆମର ଇମ୍ୟୁନୋ ସିଷ୍ଟମ୍ ବା ରୋଗ ପ୍ରତିରୋଧକାରୀ ଶକ୍ତି ମଧ୍ୟ ଯକୃତ ଉପରେ ପ୍ରଭାବ ପକାଏ ଯାହାକୁ ଅଟୋ ଇମ୍ୟୁନୋ ଡିଜଅର୍ଡ଼ର ବୋଲି ଆମେ କହିଥାଉ ।
ହେପାଟାଇଟିସ୍ ଏବଂ ଯକୃତ ସମ୍ବନ୍ଧୀୟ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୮ ଜୁଲାଇରେ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଏ। ଆଜି ଏହି ଦିନ ଥିନାରୁ ଆସନ୍ତୁ ବିଶ୍ୱ ହେପାଟାଇଟିସ୍ ଦିବସର ଇତିହାସ, ମହତ୍ତ୍ୱ ଏବଂ ଏହି ଚଳିତ ବର୍ଷର ଥିମ୍ ବିଷୟରେ ଜାଣିନେବା।
ବର୍ଷାଦିନିଆ କୋଳି ମଧ୍ୟରେ ଜାମୁକୋଳିର ସ୍ୱାଦ ନିଆରା। ଏହାକୁ ବିଭିନ୍ନ ଉପାୟରେ ଖିଆଯାଏ। ଏଥିରୁ ଅନେକ ପୋଷକତତ୍ତ୍ୱ ମଧ୍ୟ ମିଳେ, ଯାହା ଆମ ଶରୀର ପାଇଁ ବହୁ ଦରକାରୀ। ତେବେ ଏହାକୁ ଆବଶ୍ୟକତା ଠାରୁ ଅଧିକ ଖାଇଲେ ଆସିଥାଏ ଏହି ସମସ୍ୟା।
ଅନେକ ସମୟରେ ଆମେ ଅନୁଭବ କରୁ ଯେ ରାତିସାରା ଶୋଇବା ପରେ ମଧ୍ୟ ଦିନସାରା କ୍ଳାନ୍ତ ଅନୁଭବ କରୁ ଏବଂ କାମ କରିବାରେ ମନ ଲାଗେନି। ଯଦି ଆପଣ ଆପଣଙ୍କର କିଛି ଅଭ୍ୟାସରେ ପରିବର୍ତ୍ତନ କରନ୍ତି ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି , ତେବେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବାରେ ସାହାଯ୍ୟ କରିବ।
ରାଜଧାନୀକୁ ଘାରିଲାଣି ଡେଙ୍ଗୁ ଚିନ୍ତା। ହେଲାଣି ବେକାବୁ, ନେଲାଣି ମୁଣ୍ଡ। ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏବେ ବି ଭୟାବହ ସ୍ଥିତିକୁ ଆସିନି ଡେଙ୍ଗୁ।
ପ୍ରଥମ ପ୍ରଥମ ବ୍ୟାୟାମ ପରେ ଶରୀର ଯନ୍ତ୍ରଣା ହେବା ଏକ ସାଧାରଣ କଥା। ଏହି ଯନ୍ତ୍ରଣା କେବଳ ୨-୩ ଦିନ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି ଯନ୍ତ୍ରଣା କାହିଁକି ହୁଏ? ଆସନ୍ତୁ ଜାଣିବା ଯନ୍ତ୍ରଣା ପଛର କାରଣ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ।
ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ । ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଏକ ୭ ବର୍ଷର ଶିଶୁକନ୍ୟା ଗତକାଲି ଡେଙ୍ଗୁରେ ପ୍ରାଣ ହରାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସେପଟେ ଡେଙ୍ଗୁର ଏବେ ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୧୩୦ରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଉଥିବା ବେଳେ ୨୫ ରୁ ୨୬ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସପିଟାଲର ଅତିରିକ୍ତ ନିର୍ଦ୍ଦେଶକ। ଯାହାକୁ ନେଇ ବଢିଛି ଚିନ୍ତା।..
ମାନସିକ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖେଳ ଚେସ୍ ହେଉଛି ବହୁ ପ୍ରାଚୀନ। ସମୟ ସହିତ ଏହାର ଲୋକପ୍ରିୟତା ବୃଦ୍ଧି ପାଉଛି। ଆଜି ଏହି ଦିବସ ପାଳନ ହେଉଥିବାରୁ ଆସନ୍ତୁ ଜାଣିବା ବିଶ୍ୱ ଚେସ୍ ଦିବସ କେବେ ଏବଂ କିପରି ଆରମ୍ଭ ହେଲା ।
ଆଜିକାଲିର ପିଲାମାନେ ମୋବାଇଲ ଆଡିକ୍ଟ ହୋଇଯାଉଥିବା ଦେଖାଯାଏ। ମୋବାଇଲ ଓ ଟିଭି ସ୍କ୍ରିନ୍ ଆଗରେ ବସି ଅଧିକ ସମୟ ବିତେଇବା ଦ୍ୱାରା ସେମାନଙ୍କର ସ୍ମୃତିଶକ୍ତି ସହିତ ଦୃଷ୍ଟିଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ। ସେମାନଙ୍କର ମାନସିକ ବିକାଶ ଏହା ଦ୍ୱାରା ବାଧାପ୍ରାପ୍ତ ହୁଏ।
ବାଳକର ବୟସ ମାତ୍ର ୧୨ ବର୍ଷ । ପାଲେଷ୍ଟାଇନ୍ର ମୂଳ ବାସିନ୍ଦା ହେଉଛନ୍ତି ସୁଲେମାନ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଭିତରେ ଅନେକ କ୍ଷତ ହୋଇଥିଲା । ଖାଲି ସେତିକି ନୁହେଁ, ତାଙ୍କ ମେରୁଦଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଏନେଇ ସେଠାକାର ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ସ୍କୁଲ ଯାଉଥିବା କେତେ ଜଣ ଛାତ୍ରଛାତ୍ରୀ ଆଖିଧରା ରୋଗରେ ସଂକ୍ରମିତ ହୋଇଛନ୍ତି, ସେ ତଥ୍ୟ ଆସି ନାହିଁ।
ଅନେକ ପୋଷକ ତତ୍ତ୍ୱରେ ଭରପୂର କାଜୁକୁ କିଛି ଲୋକ ଏତେ ପସନ୍ଦ କରନ୍ତି ଯେ ସେମାନେ ଗୋଟିଏ ଥରରେ ୧୦-୧୫ କାଜୁ ଖାଇଦିଅନ୍ତି। ଏହା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ଦିନକୁ କେତେ କାଜୁ ଓ କିପରି ଭାବେ ଖାଇଲେ ଏହା ଶରୀର ପାଇଁ ଲାଭ ହୋଇଥାଏ।
କ୍ରୋଧ ଆମ ମସ୍ତିଷ୍କର ଆମିକଡାଲା ଅଂଶରେ ଉତ୍ପନ୍ନ ହୋଇଥାଏ । ଆମିକଡାଲା ମସ୍ତିଷ୍କର ମଧ୍ୟଭାଗରେ ଥିବା ଅଙ୍ଗପ୍ରତ୍ୟଙ୍ଗର ଏକ ଅଂଶ । ମଣିଷର ଯେକୌଣସି ଭାବନାକୁ ଆମିକଡାଲା ନିୟନ୍ତ୍ରଣ କରିଥାଏ ।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ରୋଗୀଙ୍କୁ ଆମ୍ବୁଲାନ୍ସ ଟିଏ ନ ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ ଏମିତିକି ଆଇ-ଡ୍ରପ୍କୁ ବି ବ୍ୟବହାର କରନ୍ତୁ ନାହିଁ । ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ । ସୁଇମିଂ ପୁଲ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ ।
ସଂକ୍ରମିତଙ୍କ ରୁମାଲ, ତଉଲିଆ, ଆଇ ଡ୍ରପ୍ ବ୍ୟବହାର ନକରିବାକୁ ପରାମର୍ଶ । ସ୍କୁଲ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯିବାକୁ ଜୋର ।
ଆସିଲା ନୂଆ ଅଧ୍ୟୟନର ନୂଆ ରିପୋର୍ଟ। ଶୀଘ୍ର ଓଜନ ହ୍ରାସ କରିବା ଲିଭରଜନିତ ମାରାତ୍ମକ ରୋଗ ପାଇଁ ବିଶେଷ ଲାଭଦାୟକ ହେବ। ଏହା ନନ୍ ଆଲ୍କୋହୋଲିକ୍ ଷ୍ଟିଟୋହେପାଟାଇଟିସ୍ (non alcoholic steatohepatitis) ଯାହାକୁ NASH ମଧ୍ୟ କୁହାଯାଏ, ପାଇଁ ବିଶେଷ ଲାଭଦାୟକ ହେବ।