• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିରିୟଡ୍ ପେନ୍‌ ! ଏହି ଶବ୍ଦ ଏବଂ ଏହି କଷ୍ଟ ଏବେ ଅଧିକାଶଂ ଯୁବତୀଙ୍କଠାରୁ ଶୁଣିବାକୁ ମିଲୁଛି । ଅନେକ ଏହି କଷ୍ଟ ଦେଇ ଅତିକ୍ରମ କରିଥାନ୍ତି । ଏହି କଷ୍ଟକୁ ପ୍ରଶମିତ କରିବା ପାଇଁ ବଜାରରେ ଏବେ ଅନେକ ଔଷଧ ବା ପେନ୍‌କିଲର ମଧ୍ୟ ଉପଲବ୍ଧ ହେଲାଣି । ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ପେନ୍‌କିଲର ଗୁଡ଼ିକ ଖୁବ୍‌ ମାରାତ୍ମକ ସାବ୍ୟସ୍ତ ହୋଇପାରେ । ଏମିତିକି ଜୀବନ ମଧ୍ୟ ଚାଲିଯାଇପାରେ ।

ଠିକ୍‌ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି UKରୁ । ଜଣେ ୧୬ ବର୍ଷିୟ ଛାତ୍ରୀ ଲୈଲା ଖାନ୍‌ଙ୍କୁ ପ୍ରବଳ ମାତ୍ରାରେ ପିରିୟଡ୍‌ ପେନ୍‌ ହେଉଥିଲା । ଏହି କଷ୍ଟକୁ ପ୍ରଶମିତ କରିବା ପାଇଁ ତାଙ୍କ ସାଙ୍ଗମାନେ ତାଙ୍କୁ କିଛି କଣ୍ଟ୍ରାସେପ୍ଟିକ୍‌ ପିଲ୍‌ ଖାଇବାକୁ ପରାମର୍ଶ ଦେଇଥିଲେ । ସେହି ଅନୁସାରେ ଲୈଲା ଉକ୍ତ ଔଷଧ ଖାଇଥିଲେ ।

ନଭେମ୍ବର ୨୫ରେ ସେ ପ୍ରଥମ ଥର ଏହି ଔଷଧ ଖାଇବା ଆରମ୍ଭ କରିଥିଲେ । ଏହାର ୪୮ ଘଣ୍ଟା ପରେ ସେ ଅସୁସ୍ଥ ହୋଇଥିଲେ । ତାଙ୍କର ଜୋରଦାର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା । ଠିକ୍‌ ଡିସେମ୍ବର ୫ ତାରିଖ ବେଳକୁ ପ୍ରତି ଅଧଘଣ୍ଟାରେ ବାନ୍ତି ହେବା ଆରମ୍ଭ ହେଲା । ଧିରେ ଧିରେ ସେ ଅଧିକ ଅସୁସ୍ଥ ହୋଇଥିଲେ ।

ପରିବାର ଲୋକ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ପରୀକ୍ଷା କରି କହିଥିଲେ ଯେ ତାଙ୍କର ପେଟ ରୋଗ ଅଛି, ସେଥିପାଇଁ ଔଷଧ ମଧ୍ୟ ଦେଇଥିଲେ ।

ହେଲେ ଦୁର୍ଭାଗ୍ୟ ବସତଃ ଲୈଲା ଅଧିକ ଅସୁସ୍ଥ ହେବାକୁ ଲାଗିଲେ । ତାଙ୍କୁ ଧିରେ ଧିରେ ଜ୍ୱର ଆରମ୍ଭ ହେଲା । ଜ୍ୱର ପାଇଁ ମଧ୍ୟ ସେ ଔଷଧ ଖାଇଲେ । ହେଲେ ସ୍ୱାସ୍ଥ୍ୟ ଭଲ ହେଲ ନାହିଁ । ବରଂ ସ୍ୱାସ୍ଥ୍ୟ ଗମ୍ଭୀର ହେବାକୁ ଲାଗିଲା । ଦିନେ ହଠାତ୍ ଲୈଲା ବାଥ୍‌ରୁମ୍‌ରେ ଅଚେତ୍‌ ହୋଇ ପଡ଼ିଗଲେ । ଏମିତିକି ତାଙ୍କୁ ପରିବାର ଲୋକ ଟେକି ଟେକି ନେଇ ଗାଡ଼ିରେ ବସାଇଲେ । ତାପରେ ମେଡିକାଲରେ ଭର୍ତ୍ତି କଲେ । ସେତେବେଳ ପର୍ଯ୍ୟନ୍ତ ସେ ଅଚେତ ଥିଲେ ।

ସେଠାରେ ଡାକ୍ତର ଅନେକ ପରୀକ୍ଷା କରିବା ପରେ ତଥା CT ସ୍କାନ୍‌ କରି କହିଲେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଛି । ଫଳରେ ଡିସେମ୍ବର ୧୩ ତାରିଖ ବେଳକୁ ଲୈଲାଙ୍କୁ ସର୍ଜରୀ କରିବା ପାଇଁ ଡାକ୍ତର କହିଥିଲେ । ହେଲେ ପରେ ଡାକ୍ତର କହିଲେ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଛି । ସେ ଏବେ ମୃତ ।

ଏହି ଘଟଣା ପରିବାର ଲୋକଙ୍କୁ ଯେତିକି କଷ୍ଟ ଦେଇଛି, ଅନ୍ୟମାନଙ୍କୁ ସେତିକି ସଚେତନ ମଧ୍ୟ କରିଛି । ବିନା ଡାକ୍ତରୀ ପରାମର୍ଶରେ ଏଭଳି ଔଷଧ ଖାଆନ୍ତୁ ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ସାଙ୍ଗମାନେ ମଧ୍ୟ କେହି କାହାକୁ ଏଭଳି ପରାମର୍ଶ ଦିଅନ୍ତୁ ନାହିଁ ବୋଲି କୁହାଯାଇଛି ।