/odishatv-khabar/media/post_attachments/uploadimage/library/16_9/16_9_0/IV_Therapy_1703752032.jpg)
IV Therapy
ଫିଲ୍ମ ଷ୍ଟାର ମାନେ ସବୁବେଳେ ସାଧାରଣ ଲୋକଙ୍କଠାରୁ ଟିକେ ଭିନ୍ନ ଦେଖାଯାଆନ୍ତି । ସେମାଙ୍କ ଚେହେରାରରେ ସବୁବେଳେ ଚମକ ରହିଥାଏ । ତାଙ୍କର ପୋଷାକପତ୍ରଠାରୁ ଆରମ୍ଭ କରି ତାଙ୍କର ଚାଲିଚଳଣୀ ସାଧାରଣ ଲୋକଙ୍କଠାରୁ ଟିକେ ଭିନ୍ନ । ସହଜ ଭାଷାରେ କହିବାକୁ ଗଲେ ଫିଲ୍ମଷ୍ଟାରମାନେ ସୋଫିଷ୍ଟିକେଟେଡ୍ ଲାଇଫ୍ ମେଣ୍ଟେନ୍ କରନ୍ତି ।
ହେଲେ ଆମେ ଆଜି ଆପଣଙ୍କୁ ଯେଉଁ କଥା କହିବୁ ତାହା ଆପଣଙ୍କ ମନକୁ ନିଶ୍ଚୟ ଛୁଇଁବ । କାରଣ ଆପଣଙ୍କ ମନରେ ବି କେବେ ନା କେବେ ଆସିଥିବ ଯେ ‘ ମୁଁ ବି ଫିଲ୍ମ ଷ୍ଟାରଙ୍କ ଭଳି ସୁନ୍ଦର ଦେଖାଯାଆନ୍ତି କି । ତାଙ୍କ ଭଳି ଗ୍ଲୋ କରିଥାନ୍ତା ମୋ ଚେହେରା ।’ ତେବେ ଏହି ଆଶା ଆପଣଙ୍କର ନିଶ୍ଚୟ ପୁରଣ ହେବ । କାରଣ ଏବେ ବଜାରରେ ଅତି ସହଜରେ ଉପଲବ୍ଧ ହେଉଛି IV ଥେରାପି ।
ଏହି ଥେରାପି ଦ୍ୱାରା ଆପଣଙ୍କ ଚେହେରା କେବଳ ଗ୍ଲୋ କରିବ ତାହା ନୁହେଁ ବରଂ ଆପଣଙ୍କୁ ଅଧିକ ଫୁର୍ତ୍ତୀ ରଖିବା ସହ ସତେଜ ବି ରଖିବ । ଏବେ ଅନେକ ଲୋକ ଏହାର ବ୍ୟବହାର କରିବାଆରମ୍ଭ କରିସାରିଛନ୍ତି । ଅନେକ ଲୋକ ଏହାର ଫାଇଦା ନେଇସାରିଛନ୍ତି । IV ଥେରାପି ନେବା ପରେ ଏହାର ପ୍ରଭାବ ତୁରନ୍ତ ଦେଖାଯାଇଥାଏ । ତେଣୁ ଏହାକୁ ବ୍ୟବହାର କରିବାକୁ ଅନେକ ପସନ୍ଦ କରୁଛନ୍ତି ।
ଏହା ଏବେ ଏକ ଟ୍ରେଣ୍ଡରେ ପରିଣତ ହେବାକୁ ଯାଉଛି । ବିବାହ ପୂର୍ବରୁ ବା ପ୍ରି-ୱେଡିଂ ସେଲିବ୍ରେସନ ବେଳେ ଅନେକ ଏହାକୁ ବ୍ୟବହାର କରୁଛନ୍ତି । କାରଣ ବିବାହ ସମୟରେ ଅଧିକ ସୁନ୍ଦର ଦେଖାଯିବା ବା ଅଧିକ ସତେଜ ଦେଖାଯିବା ସହ ଫୁର୍ତ୍ତି ରହିବାକୁ ସମସ୍ତେ ଚାହାଁନ୍ତି । IV ଥେରାପି ଏକ ପ୍ରକାର ଭିଟାମିନ୍ ବୁଷ୍ଟ । ଏହାକୁ ହାତର ଶୀରାରେ ଦିଆଯାଏ । ଏନେଇ ମୁମ୍ବାଇର ଜଣେ ଡାକ୍ତର ତଥା ଡରମାଟୋଲୋଜିଷ୍ଟ ଆକାଂକ୍ଷା ସାଙ୍ଗଭି ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ଲୋକମାନେ ନିଜ ଶରୀରକୁ ଡିଟକ୍ସ କରିବା ପାଇଁ ମର୍ଣ୍ଣିଂ ୱାକ୍ରେ ଯାଆନ୍ତି । ଏହାଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ ଏବଂ ସେମାନେ ଫ୍ରେସ୍ ଦେଖାଯାଆନ୍ତି । ଠିକ୍ ସେହିଭଳି ଏହି IV ଥେରାପି । ଏହାର ବ୍ୟବହାର ଏବେ ଏକ ପ୍ରକାର ଟ୍ରେଣ୍ଡରେ ପରିଣତ ହେଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)