Advertisment

କର୍କଟରୁ ବର୍ତ୍ତିବେ କେମିତି, ବାଟ ବତାଇଲେ ବିଶେଷଜ୍ଞ

ତମାଖୁ ସେବନ କେତେ ଭୟଙ୍କର ହୋଇପାରେ? କିଭଳି ସବୁକିଛି ଧୂଳିସାତ୍ କରିପାରେ, ଅଭିନେତା ସାତ୍ୟକୀ ମିଶ୍ରଙ୍କ ନିବେଦନ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା।

author-image
Santosh Kumar Sahoo

ତମାଖୁ ସେବନ କେତେ ଭୟଙ୍କର ହୋଇପାରେ? କିଭଳି ସବୁକିଛି ଧୂଳିସାତ୍ କରିପାରେ, ଅଭିନେତା ସାତ୍ୟକୀ ମିଶ୍ରଙ୍କ ନିବେଦନ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା। ତେବେ ଏ ମାରାତ୍ମକ ନିଶା କବଳରୁ ମୁକୁଳି ନ ପାରିବାର ଅନେକ ବାହାନା ଦେଖାଉଛନ୍ତି ଲୋକେ। ତଥ୍ୟ କହୁଛି, ପ୍ରତିବର୍ଷ ରାଜ୍ୟରେ ପ୍ରାୟ ୯ ହଜାର ଲୋକ ମୁଖ କର୍କଟରେ ପଡ଼ୁଛନ୍ତି। ହେଲେ କର୍କଟ ରୋଗ ବିଶେଷଜ୍ଞଙ୍କ ମତ, ଓରାଲ କ୍ୟାନସର ହେବା ପୂର୍ବରୁ ରୋଗୀଙ୍କୁ ୭-୮ ବର୍ଷର ସୁଯୋଗ ମିଳିଥାଏ। ଜଣେ ଚାହିଁଲେ, ପ୍ରାରମ୍ଭିକ ପର୍ଯ୍ୟାୟରୁ ମୁଖ କର୍କଟରୁ ବର୍ତ୍ତିପାରିବ।

Advertisment

ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ଆମ ରାଜ୍ୟରେ ୪୬.୭ ପ୍ରତିଶତ ଲୋକ ତମାଖୁ ସେବନ କରନ୍ତି। ପ୍ରତିବର୍ଷ ଏଠି ପାଖାପାଖି ୫୫ ହଜାର ନୂଆ କ୍ୟାନସର ରୋଗୀ ଚିହ୍ନଟ ହେଉଥିବା ବେଳେ ପ୍ରାୟ ୩ ହଜାର ଲୋକ କର୍କଟ ରୋଗ ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । କର୍କଟ ରୋଗୀଙ୍କ ମଧ୍ୟରୁ ୧୬.୯୩ ପ୍ରତିଶତ ବା ପ୍ରାୟ ୯ ହଜାରରୁ ଅଧିକ ମୁଖ ଗହ୍ୱର କ୍ୟାନସରର ଶିକାର ହେଉଛନ୍ତି । 

Odisha Tobacco Cancer
Advertisment
Advertisment