/odishatv-khabar/media/post_attachments/uploadimage/library/16_9/16_9_0/SCB_Lift_1703740193.jpg)
SCB Lift
ଏମିତି ଆମ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା। ଦୀର୍ଘଦିନ ଧରି ମେଡିକାଲରେ ଲିଫ୍ଟ ଅଚଳ। ତେଣୁ କେତେବେଳେ ଷ୍ଟାଫଙ୍କ ପାଇଁ ଉଦ୍ଦିଷ୍ଟ ଛୋଟ ଲିଫ୍ଟରୁ ରୋଗୀଙ୍କୁ ବିପଦପୂର୍ଣ୍ଣ ଭାବେ ଟେକି ଟେକି ନିଆଯାଉଛି, ତ କେତେବେଳେ ଶିଡ଼ିରେ ବିପଦପୂର୍ଣ୍ଣ ଅବସ୍ଥାରେ ଷ୍ଟ୍ରେଚରରେ ବୁହା ହେଉଛନ୍ତି ଗୁରୁତର ରୋଗୀ।
ଆମେ କହୁଛୁ ଏମ୍ସ ପ୍ଲସ ହେବାକୁ ଯାଉଥିବା କଟକ ଏସ୍ସିବି ମେଡିକାଲ ନ୍ୟୁ-ମେଡ଼ିସିନ ୱାର୍ଡର । ଦୀର୍ଘଦିନ ଧରି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଲିଫ୍ଟ ଅଚଳ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି । ଏହାକୁ ନେଇ ରୋଗୀ ଓ ସଂପର୍କୀୟ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କାହା ଆଖିରେ ନ ପଡ଼ିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ତେବେ ଏନେଇ ବଡ଼ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
#କଟକ
-SCB ନ୍ୟୁ-ମେଡିସିନି ୱାର୍ଡରେ କାମ କରୁନି ଲିଫ୍ଟ
-୫ ଦିନ ହେବ ଅକାମୀ ହୋଇପଡିଛି ୪ ମହଲା କୋଠାର ଲିଫ୍ଟ
-ପାହାଚ ପଟେ ରୋଗୀଙ୍କୁ ବୋହିକି ନେଉଛନ୍ତି ସମ୍ପର୍କୀୟ#SCB#Mediacal#Cuttackpic.twitter.com/4X9P1H934K— ଓଟିଭି (@otvkhabar) December 28, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)