ଦେଶରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣକୁ ଦେଖି ତତ୍ପର ରାଜ୍ୟ ସରକାର। ସତର୍କ ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।
କରୋନା କଡ଼ ଲେଉଟାଇବା ପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।
ବର୍ଷେ ହେବ କରୋନା ସଂକ୍ରମଣ କମିଥିବା ବେଳେ ପ୍ରାୟ ରାଜ୍ୟ କଟକଣାକୁ କୋହଳ କରିଥିଲେ । ଏବେ କିନ୍ତୁ ଦେଶର କିଛିଟା ରାଜ୍ୟ ପୁଣି ଥରେ କଟକଣା ଲାଗୁ କରିଛନ୍ତି, ଯେପରିକି ମାସ୍କ ପିନ୍ଧିବା ବାଧ୍ୟଚାମୂଳକ ହୋଇଯାଇଛି ।
କରୋନା ଭାଇରସ ମହାମାରୀର ଓମିକ୍ରନ ଏକ ତୀବ୍ର ପ୍ରସାରୀ ଭୂତାଣୁ। ଯାହା ଖୁବ୍ ଶୀଘ୍ର ଜଣକଠାରୁ ଅନେକଙ୍କୁ ବ୍ୟାପିଯାଉଛି। ଦେଶରେ ଓମିକ୍ରନର ଏବେ ସାମୂଦାୟୀକ ସଂକ୍ରମଣ ହେଲାଣି। ତେବେ କରୋନା ଭାଇରସ ମହାମାରୀରୁ ବର୍ତ୍ତିବା ଲାଗି ଆମେ ବ୍ୟବହାର କରୁଥିବା ୧ ବା ୨ ଲେୟରର କପଡା ମାସ୍କ ଯଥେଷ୍ଟ ହେଉନଥିବା ଜଣାପଡିଛି। ଯଦିଓ ଏହା ଭୂତାଣୁ ପ୍ରତିରୋଧୀ ତେବେ ବେଶି ସମୟ ପର୍ଯ୍ୟନ୍ତ ନୁହେଁ ବୋଲି ଗବେଷଣାରୁ ଜଣା ପଡିଛି । କରୋନା ଭାଇରସ ମୁକାବିଲାରେ ସୋସିଆଲ ଡିଷ୍ଟାନସିଂ ସହ ମାସ୍କ ଏକ ପ୍ରମୁଖ ଅସ୍ତ୍ର ।
ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ୍ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି । ସବୁବେଳେ ସେ କିଛି କିଛି କ୍ୟାପସନ୍ ବା ଫଟୋ ସେୟାର କରିଥାନ୍ତି । ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ସେଲଫି ଫଟୋ ସେୟାର କରିଛନ୍ତି । ଏହି ସେଲଫି ସହିତ ସେ ଏକ ସାମାଜିକ ବାର୍ତ୍ତା ମଧ୍ୟ ଦେଇଛନ୍ତି ।