/odishatv-khabar/media/post_attachments/uploadimage/library/16_9/16_9_0/Cancer_1703779251.jpg)
Cancer
ତମାଖୁ ସେବନ କେତେ ଭୟଙ୍କର ହୋଇପାରେ ? କିଭଳି ସବୁକିଛି ଧୂଳିସାତ୍ କରିପାରେ, ଅଭିନେତା ସାତ୍ୟକୀ ମିଶ୍ରଙ୍କ ନିବେଦନ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା । ତେବେ ଏ ମାରାତ୍ମକ ନିଶା କବଳରୁ ମୁକୁଳି ନ ପାରିବାର ଅନେକ ବାହାନା ଦେଖାଉଛନ୍ତି ଲୋକେ । ତଥ୍ୟ କହୁଛି, ପ୍ରତିବର୍ଷ ରାଜ୍ୟରେ ପ୍ରାୟ ୯ ହଜାର ଲୋକ ମୁଖ କର୍କଟରେ ପଡ଼ୁଛନ୍ତି । ହେଲେ କର୍କଟ ରୋଗ ବିଶେଷଜ୍ଞଙ୍କ ମତ, ଓରାଲ କ୍ୟାନସର ହେବା ପୂର୍ବରୁ ରୋଗୀଙ୍କୁ ୭-୮ ବର୍ଷର ସୁଯୋଗ ମିଳିଥାଏ । ଜଣେ ଚାହିଁଲେ, ପ୍ରାରମ୍ଭିକ ପର୍ଯ୍ୟାୟରୁ ମୁଖ କର୍କଟରୁ ବର୍ତ୍ତିପାରିବ ।
ତମାଖୁ ବର୍ଜନ ପାଇଁ କର୍କଟ ପୀଡ଼ିତ ଅଭିନେତା ସାତ୍ୟକି ମିଶ୍ରଙ୍କ ଅନୁରୋଧ ପରେ ପାନ, ଗୁଟଖା, ତମାଖୁ, ସିଗାରେଟ୍ ଭଳି ଦ୍ରବ୍ୟ ବ୍ୟବହାରକୁ ନେଇ ସବୁଠି ଚର୍ଚ୍ଚା । ଏସବୁ ଖାଇଲେ କ୍ୟାନସର ହୁଏ ବୋଲି କାହାକୁ ଅଛପା ନାହିଁ । ସମସ୍ତେ ଜାଣିଛନ୍ତି, ସମସ୍ତେ ଶୁଣିଛନ୍ତି, ସମସ୍ତେ ଦେଖୁଛନ୍ତି । କେହି କେହି ନିଜ ପରିବାର ଲୋକଙ୍କ ଅବସ୍ଥା ଦେଖି ଅନୁଭବ ବି କରୁଛନ୍ତି । ତଥାପି ମୁକୁଳି ପାରୁନାହାନ୍ତି ଏ ମାରତ୍ମକ ନିଶା କବଳରୁ । ହେଲେ କାହିଁକି ?
ଏସବୁ ବଦଭ୍ୟାସକୁ ନିଶା କରିଥିବା କିଛି ଲୋକଙ୍କ ମୁହଁରୁ ନିଶା ଖାଇବା ସପକ୍ଷରେ ଯୁକ୍ତି । ନିଜ ବଦଭ୍ୟାସକୁ ନ ଛାଡ଼ିବାର କେତେ ଫିକର । ହେଲେ କଉଟା ଆଗ ? ନିଜ ଜୀବନ ନା ବଦଭ୍ୟାସ ? ପରିବାର ଆଗ ନା ଅଭ୍ୟାସଜନିତ ସାମୟିକ ଖୁସି । ସତରେ କ’ଣ ଏହାକୁ ଛାଡ଼ିହେବନି ? କର୍କଟ ରୋଗ ବିଶେଷଜ୍ଞଙ୍କ କୁହନ୍ତି, ୯୦ ଭାଗ ମୁଖ ଗହ୍ୱର କର୍କଟ ପଛରେ ତମାଖୁ ସେବନ ଦାୟୀ । ଲୋକେ ସଚେତନ ରହିଲେ, ମୁଖ କର୍କଟକୁ ରୋକାଯାଇପାରିବ । ଯଦି ତମାଖୁ ସେବନ ବନ୍ଦ କରିଦେବା ବା ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିକିତ୍ସା କରାଇପାରିବ, ନିଶ୍ଚିତ ଭାବେ ମୁଖ କର୍କଟକୁ ଜିତିପାରିବା ।
ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ଆମ ରାଜ୍ୟରେ ୪୬.୭ ପ୍ରତିଶତ ଲୋକ ତମାଖୁ ସେବନ କରନ୍ତି । ପ୍ରତିବର୍ଷ ଏଠି ପାଖାପାଖି ୫୫ ହଜାର ନୂଆ କ୍ୟାନସର ରୋଗୀ ହ୍ନଟ ହେଉଥିବା ବେଳେ ପ୍ରାୟ ୩ ହଜାର ଲୋକ କର୍କଟ ରୋଗ ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । କର୍କଟ ରୋଗୀଙ୍କ ମଧ୍ୟରୁ ୧୬.୯୩ ପ୍ରତିଶତ ବା ପ୍ରାୟ ୯ ହଜାରରୁ ଅଧିକ ମୁଖ ଗହ୍ୱର କ୍ୟାନସରର ଶିକାର ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)