ଆପଣ ଯେତେ ସୁସ୍ଥ ଖାଦ୍ୟ ଖାଆନ୍ତୁ ନା କାହିଁକି, ଯଦି ଆପଣଙ୍କର ବିସ୍କୁଟ, କେକ୍, କୁର୍କୁରି ଆଦି ଜିନିଷ ଖାଇବାର ଅଭ୍ୟାସ ଅଛି ତେବେ ଏହା ହୃଦଘାତ କିମ୍ବା ଷ୍ଟ୍ରୋକ୍ର ଆଶଙ୍କା ହୋଇପାରେ। ଏ କଥା ଆମେ ନୁହେଁ ବରଂ ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି।
ଆପଣ ଜାଣନ୍ତି କି ଗୋଟିଏ ଜାଗାରେ ବସି ବସି ମଧ୍ୟ କୋଲେଷ୍ଟ୍ରଲ ହ୍ରାସ କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଦୌଡକୁଦ କରିବାକୁ ପଡିବ ନାହିଁ। ଏଥିପାଇଁ ଆପଣକୁ ଯୋଗର ଏକ କୌଶଳକୁ ଆପଣେଇବାକୁ ପଡିବ।
ସଚେତନ ପାଇଁ ଆଶାକର୍ମୀ ଓ ANMଙ୍କୁ ନିର୍ଦ୍ଦେଶ । ଜଣଙ୍କର ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ CDMOଙ୍କ ସୂଚନା ।
ବରଗଡ଼ରେ ୫ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ । ଅନ୍ୟ ଜିଲ୍ଲାକୁ ବି ବ୍ୟାପୁଥିବା ସୂଚନା ।
ମୋଟାପଣ ପାଇଁ ଅନେକ କାରଣ ଦାୟୀ, କିନ୍ତୁ ସେସବୁ ମଧ୍ୟରେ ସବୁଠାରୁ ବଡ କାରଣ ହେଉଛି ଅଳସୁଆମୀ ଏବଂ ଭୁଲ ଖାଦ୍ୟ ଅଭ୍ୟାସ। ଏକ ସ୍ୱତନ୍ତ୍ର ଡାଏଟ୍ ପ୍ଲାନ୍ଙ୍କୁ ଗ୍ରହଣ କରନ୍ତୁ ମାତ୍ର ୭ ଦିନରେ ଏହାର ପ୍ରଭାବ ଅନୁଭୂତ ହେବ। ଆସନ୍ତୁ ଜାଣିବା ଏହି ଡାଏଟ୍ ପ୍ଲାନ୍ କ’ଣ?
ସାଧାରଣତଃ ରକ୍ତ କର୍କଟ ତିନି ପ୍ରକାରର । ଯଥା ଲିମ୍ଫୋମା, ମାଇଲୋମା, ଏବଂ ଲ୍ୟୁକେମିଆ । ଏହି ତିନି ପ୍ରକାରର ରକ୍ତ କର୍କଟ ଭିନ୍ନ ଭିନ୍ନ ହୋଇଥା’ନ୍ତି । ଯେପରି କି...
ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଠିକ୍ ରହିବା ଜରୁରୀ। ବେଳେବେଳେ ଖରାପ ଖାଦ୍ୟ ଅଭ୍ୟାସ ଏବଂ ଅତ୍ୟଧିକ ମଦ୍ୟପାନ ଲିଭର ପାଇଁ ବହୁତ କ୍ଷତି ହୋଇଥାଏ। ଏହାର ଉପଯୁକ୍ତ ଯତ୍ନ ନେବା ସହ ଏହାକୁ ସଫା କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆସନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ ଜାଣିନେବା।
ରାଜ୍ୟ ସରକାରଙ୍କ ପୁଳା ପୁଳା ବିଜ୍ଞାପନକୁ ନେଇ ଘେରିଲେ ବିରୋଧୀ । ପ୍ରଚାର ସର୍ବସ୍ୱ କହି ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି ।
ବର୍ତ୍ତମାନ ଡେଙ୍ଗୁ ଜ୍ୱରକୁ ନେଇ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବ୍ୟାପକ ହେଉଥିବାରୁ ପ୍ରଶାସନ ଏହାକୁ ଆୟତ୍ତ କରିବାରେ ବିଫଳ ହେଉଥିବା ଦେଖିଯାଉଛି। ତେବେ ‘ଜାତୀୟ ପୋଷଣ ସପ୍ତାହ’ ଅବସରରେ ଆସନ୍ତୁ ଏପରି କିଛି ଖାଦ୍ୟ ବିଷୟରେ ଜାଣିନେବା ଯାହାର ବ୍ୟବହାର ଯୋଗୁଁ ଖୁବ୍ ଶୀଘ୍ର ପ୍ଲାଟଲେଟ୍ କାଉଣ୍ଟ୍ ବଢାଯାଇପାରେ।
ଆୟୁର୍ବେଦରେ ଅନେକ ଔଷଧ ଅଛି ଯାହା ମଧୁମେହକୁ ଭଲ କରିପାରେ। ଏହି ଔଷଧଗୁଡ଼ିକ ରୋଷେଇ ଘରେ ସହଜରେ ମିଳିଯାଏ। କିନ୍ତୁ ଏହି ଜିନିଷଗୁଡ଼ିକ ରକ୍ତ ଶର୍କରାକୁ ଶୀଘ୍ର ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି। ଆସନ୍ତୁ ଏମିତି ୪ଟି ଜିନିଷ ଉପରେ ନଜର ପକେଇନେବା।
ଭାରତ ଏବେ ପାଳନ କରୁଛି ‘ଜାତୀୟ ପୋଷଣ ସପ୍ତାହ’। ଶରୀରକୁ ସୁସ୍ଥ ଆଉ ଫିଟ୍ ରଖିବାକୁ ହେଲେ କେଉଁସବୁ ଖାଦ୍ୟ ଖାଇବା ଜରୁରୀ ସେ ବିଷୟରେ ବିଭିନ୍ନ ସ୍ତରରେ ଲୋକଙ୍କୁ ବୁଝାଯାଉଛି। ଏହି ଅବସରରେ ଡାଲି ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ଆସନ୍ତୁ ସେ ବିଷୟରେ ଜାଣିନେବା।
ଖାଦ୍ୟରେ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟକୁ ସାମିଲ କରି ଆପଣ ଦୀର୍ଘ ବୟସ ପର୍ଯ୍ୟନ୍ତ ଏକ ସୁସ୍ଥ ଜୀବନ ବିତାଇ ପାରିବେ। ତେବେ ଆସନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଜାଣିନେବା ଯେଉଁସବୁ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ, ଯାହା ଦ୍ୱାରା ଏକ ସୁସ୍ଥ ଜୀବନ ଜୀଇବା ସଜହ ହୋଇଯିବ। ଏହା ଦ୍ୱାରା ଅନେକ ରୋଗ ଆପଣଙ୍କ ପାଖ ମାଡିବ ନାହିଁ। ଫଳରେ ଜଣେ ସହଜରେ ଦୀର୍ଘ ଜୀବନ ବଞ୍ଚିପାରିବ।
ସ୍ୱାସ୍ଥ୍ୟ କଥା ଉଠିଲେ ସାଧାରଣତଃ ମନକୁ ଆସେ କ’ଣ ଖାଇବା ଉଚିତ। କିନ୍ତୁ ସବୁଠାରୁ ବଡ କଥା ହେଲା କ’ଣ ନ ଖାଇବା ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବା ଜରୁରୀ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
‘ଜାତୀୟ ପୋଷଣ ସପ୍ତାହ’ର ମୂଳ ଉଦ୍ଦେଶ୍ୟ ହେଉଛି ଦେଶକୁ ସଚେତନ କରିବା ଏବଂ ଯୁବକମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରତି ଜାଗ୍ରତ କରିବା। ତେବେ ଏହାକୁ କାହିଁକି ୭ ଦିନ ପାଇଁ ପାଳନ କରାଯାଏ, ଆସନ୍ତୁ ଜାଣିବା।
ଆଜିଠୁ ଆରମ୍ଭ ହେଉଛି ଜାତୀୟ ପୁଷ୍ଟି ସପ୍ତାହ। ଏହି ଅବସରରେ ଆମେ ଆଜି ଭିଟାମିନ୍ D ର ଉପକାରୀତା ବିଷୟରେ ଜାଣିବା। ଭିଟାମିନ D ହେଉଛି ଏମିତି ଏକ ଉତ୍ସ ଯାହା ହାଡକୁ ଶକ୍ତ କରିବା ସହିତ ପ୍ରତିରକ୍ଷା ପ୍ରଣାଳୀକୁ ଉନ୍ନତ ରଖିବା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ନୁହେଁ, ଏଥିରୁ ଆମ ଶରୀରକୁ ଆହୁରି ଅନେକ କିଛି ଲାଭ ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଏହା ଆମେ କେଉଁ ଖାଦ୍ୟରୁ ପାଇବା ଜାଣିନେବା।
ଘଣ୍ଟାଏ ବଦଳରେ ଏଣିକି ମାତ୍ର ୭ ମିନିଟରେ ଦିଆଯାଇପାରିବ ଇଞ୍ଜେକ୍ସନ...
ଗୋଲ୍ଡେନ୍ ବୟ ନୀରଜ୍ ଚୋପ୍ରା ହଙ୍ଗେରୀରେ ହେଉଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଫିଟ୍ନେସ୍କୁ ନେଇ ଖୁବ ସଚେତନ। ଆସନ୍ତୁ ଜାଣିବା ସକାଳୁ ଉଠିବା ଠାରୁ ବେଡ୍କୁ ଯିବା ପର୍ଯ୍ୟନ୍ତ ସେ କ’ଣ ଖାଆନ୍ତି।
କାଙ୍କଡ ଏପରି ଏକ ବିଶେଷ ପ୍ରକାରର ପନିପରିବା, ଯାହା ସାହାଯ୍ୟରେ କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସହଜ ହୋଇଯାଏ। ତେବେ ଆସନ୍ତୁ ଏହି ପରିବାର ଅନ୍ୟାନ୍ୟ ଉପକାରିତା ବିଷୟରେ ଜାଣିନେବା।
ଖୁବଶୀଘ୍ର ଔଷଧ ଦୋକାନରେ ମିଳିବ ଚମତ୍କାରୀ ହଳଦୀ ବ୍ୟାଣ୍ଡେଜ..ଶରୀରର କ୍ଷତ ଭଲ କରିବ ହଳଦୀ ବ୍ୟାଣ୍ଡେଜ୍ । ବ୍ୟାବସାୟିକରଣ ପାଇଁ ଆଗ୍ରହୀ ଭାରତୀୟ କମ୍ପାନି ।
କ୍ୟାପିଟାଲ ହସ୍ପିଟାଲର ସମନ୍ୱିତ ପରୀକ୍ଷା କେନ୍ଦ୍ର ଆଗରେ ଲାଗିଛି ଭିଡ଼ । କିଏ ରକ୍ତ ପରୀକ୍ଷା ଲାଗି ସକାଳୁ ଛିଡ଼ା ହୋଇଛି ତ’ ଆଉ କାହା ଅପେକ୍ଷା ଗତକାଲିଠୁ ସରୁନି । ଆଉ କେତେକଙ୍କର ତ ଧୈର୍ଯ୍ୟ ସୀମା ପାର କରିଗଲାଣି ।
ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖା ବଢାଯାଇଛି । ୪ଟି ସହରାଞ୍ଚଳ ଗୋଷ୍ଠୀକେନ୍ଦ୍ରରେ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି ।
ଓଟିଭି ଆରମ୍ଭ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍ ୨୦୨୩, ଏଥିରେ ବ୍ୟବସାୟ, ଉତ୍ପାଦନ, ସ୍ୱାସ୍ଥ୍ୟ, ଶିକ୍ଷା, ଜୁଏଲେରୀ ଓ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଭାଗ ନେଇଛନ୍ତି। ଏହି କ୍ରମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ବିଷୟରେ ଜାଣିବା।
ରାଜଧାନୀରେ ହୁ ହୁ ହୋଇ ବଢ଼ି ଚାଲିଥିବା ଡେଙ୍ଗୁ । ଜ୍ୱର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏବେ ରକ୍ତ ପରୀକ୍ଷା କରିବାକୁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍।
ଗର୍ଭାବସ୍ଥାରେ ହିଁ ଶିଶୁର ମସ୍ତିଷ୍କର ବିକାଶ ଆରମ୍ଭ ହୁଏ। ତେଣୁ ଏହି ସମୟରେ ଆପଣ ଏପରି କିଛି ଖାଦ୍ୟ ବାଛିବା ଉଚିତ୍, ଯାହା ଆପଣଙ୍କ ଏବଂ ଶିଶୁର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ। କାରଣ ମା’ର ଖାଦ୍ୟ ଏବଂ ପାନୀୟର ପ୍ରତ୍ୟକ୍ଷ ପ୍ରଭାବ ଶିଶୁର ମନ ଉପରେ ପଡିଥାଏ।
ରୋଷେଇ ବେଳେ ଖାଦ୍ୟକୁ ସୁଆଦିଆ କରିବା ପାଇଁ ଜିରା ପ୍ରାୟ ପ୍ରତିଦିନ ବ୍ୟବହୃତ ହେଉଥିବାବେଳେ ଜିରା ମଧ୍ୟ ପେଟରେ ସୃଷ୍ଟି ହେଉଥିବା ବଦହଜମି ଏବଂ ଗ୍ୟାସ୍ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁ ବ୍ୟବହୃତ ହୁଏ। ଖାଲି ଏତିକି ନୁହେଁ, ଏହା ଅନେକ ଗମ୍ଭୀର ରୋଗକୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।