ଆଜିର ବ୍ୟସ୍ତବହୁଳ ଜୀବନରେ ଚାପ ଏକ ସାଧାରଣ ସମସ୍ୟା ପାଲଟିଯାଇଛି। ସେ ପିଲା ହୁଅନ୍ତୁ କି ଯୁବକ କିମ୍ବା ବୃଦ୍ଧ ଯେକୌଣସି ବୟସର ବ୍ୟକ୍ତି ଚାପର କବଳକୁ ଆସିପାରନ୍ତି। ତେବେ ଆସନ୍ତୁ ଚାପର ବିଭିନ୍ନ ଲକ୍ଷଣ ଓ ଏହାର ନିରାକରଣ ବିଷୟରେ ଜାଣିନେବା।
ଆଜିର ଦିନରେ ୨୦ରୁ ୩୦ ବର୍ଷର ଯୁବକମାନେ ମଧ୍ୟ ହୃଦ୍ଘାତ ଭଳି ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯୁବକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଉଥିବା ଦେଖାଯାଏ। ତେବେ କିପରି ହୃଦ୍ଘାତକୁ ରୋକାଯାଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।
ଆଜିର ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ପ୍ରାୟ ସମସ୍ତେ ଏକ ଅସୁସ୍ଥ ଶରୀର ସହିତ ଏକ ଅସନ୍ତୁଳିତ ମନ ନେଇ ଜୀବନ ଜୀଉଛନ୍ତି। ଏନେଇ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୩ ତାରିଖରେ ‘ଆନ୍ତର୍ଜାତୀୟ ମନ-ଶରୀର କଲ୍ୟାଣ ଦିବସ’ ପାଳନ କରାଯାଏ। ଏହି ଦିନ କ’ଣ କରିବେ ଜାଣନ୍ତୁ…
ପୁଣି ଡରାଇଲାଣି କରୋନା । ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏସସିବି ମେଡିକାଲରେ କେବଳ ମେଡିସିନ ୱାର୍ଡ ନୁହେଁ, କାଜୁଆଲିଟିରେ ମଧ୍ୟ ସମାନ ଅବସ୍ଥା। ଦୁର୍ଘଟଣାରେ ଆହତ ହୋଇ କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସିଡିରେ ନିଆଯାଉଛି ।
ତମାଖୁ ସେବନ କେତେ ଭୟଙ୍କର ହୋଇପାରେ? କିଭଳି ସବୁକିଛି ଧୂଳିସାତ୍ କରିପାରେ, ଅଭିନେତା ସାତ୍ୟକୀ ମିଶ୍ରଙ୍କ ନିବେଦନ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା।
ଜୀବନକୁ କେମିତି ଧୂଳିସାତ୍ କରେ ବଦଭ୍ୟାସ ତମାଖୁ । ପୀଡ଼ିତ ଅଭିନେତା ସାତ୍ୟକୀ ମିଶ୍ରଙ୍କ ଭିଡିଓକୁ ନେଇ ଚର୍ଚ୍ଚା ।
ଏହି ଥେରାପି ଦ୍ୱାରା ଆପଣଙ୍କ ଚେହେରା କେବଳ ଗ୍ଲୋ କରିବ ତାହା ନୁହେଁ ବରଂ ଆପଣଙ୍କୁ ଅଧିକ ଫୁର୍ତ୍ତି ରଖିବା ସହ ସତେଜ ବି ରଖିବ ।
ଏସସିବି ମେଡିକାଲରେ ରୋଗୀ ସେବାର ବିକଳ ଚିତ୍ର ।
ଭିନ୍ନ ଭିନ୍ନ ଦେଶର ଖାଇବାର ପ୍ରିଫରେନ୍ସ ବା ଚାହିଦା ଅନୁଯାୟୀ ଅଲଗା ଅଲଗା ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ ହୁଏ, ଖାଦ୍ୟର ଉପାଦାନ ମଧ୍ୟ ଅଲଗା ହୋଇଥାଏ। ଆମେ ଭାତ ଓ ରୁଟି ସହ କିଛି ତରକାରୀ ଖାଇବା ବେଳେ ଇଟାଲୀରେ କେକ୍ ଓ ପାଉଁରୁଟି ତଥା ମଇଦାରୁ ତିଆରୁ ବିଭିନ୍ନ ବେକରୀ ଆଇଟମ୍ରେ କିପରି ପେଟ ପୂରିଯାଏ?
ଭୃସଙ୍ଗ ପତ୍ରକୁ ତରକାରୀରେ ବ୍ୟବହାର କରିବ ସମସ୍ତେ ଜାଣନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଏହି ପତ୍ରର ସ୍ୱାଦ ସହିତ ଏହାର ଔଷଧୀୟ ଗୁଣ ମଧ୍ୟ ଅଛି? ଏହି ପତ୍ରକୁ ନଡିଆ ତେଲ ସହିତ ମିଶ୍ରଣ କରି ଏକ ସ୍ୱତନ୍ତ୍ର ତେଲ ପ୍ରସ୍ତୁତ କରାଯାଏ, ଯାହା ଚୁଟିରେ ଲଗାଇବା ପରେ ଚୁଟି କଳା, ମୋଟା ଏବଂ ଲମ୍ବା ହୋଇଥାଏ।
୨୦୧୯ ଶୀତ ଦିନ ଥିଲା । ବିଶ୍ୱବାସୀ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ସେ ସମୟରେ କରୋନା ସମସ୍ତଙ୍କ ଜୀବନକୁ ଓଲଟପାଲଟ କରି ଥୋଇଦେଲା ।
ଗତକାଲି କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ସକାଳୁ ୨ ଜଣଙ୍କର ମୃତ୍ୟୁ ହୋଇଛି।
ଦେଶରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣକୁ ଦେଖି ତତ୍ପର ରାଜ୍ୟ ସରକାର। ସତର୍କ ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।
କିନ୍ତୁ ଲୋକଙ୍କ କହିବା କଥା, ମାସ ମାସ ଧରି ଦୂଷିତ ପାଣି ଆସିବା ପରେ, ଏଇ ୩-୪ ଦିନ ହେବ ଭଲ ପାଣି ଆସୁଛି। ତେଣୁ ଏବେ ନମୁନା ଯାଞ୍ଚ କଲେ ସତ ପଦାକୁ ଆସିବ କୁଆଡ଼ୁ।
ଲୋକଙ୍କ ଅଭିଯୋଗ ଶୁଣିଲେ ମନରେ ପ୍ରଶ୍ନ ଆସୁଛି, ପାଇପ ଜଳ ନାଁରେ ଏମାନଙ୍କ ବିଶ୍ୱାସରେ ବିଷ ଦେଇନାହାନ୍ତି ତ ସରକାର ? ଯେଉଁ ଜଳକୁ ବିଶୁଦ୍ଧ କୁହାଯାଉଛି, ତାହା ହିଁ ବେମାରୀ ଡାକୁନି ତ?
ବୈଜ୍ଞାନିକମାନେ କହିଛନ୍ତି ଯେଉଁ ପ୍ରାଣୀମାନଙ୍କୁ ଆମେ ଏହି ଟିକା ଦେଇଥିଲୁ। ସେମାନଙ୍କ ପାଖରେ କୋଲେଷ୍ଟ୍ରୋଲ ସ୍ତରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବାର ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଉଛି ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିପାରେ।
ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରବାସୀଙ୍କୁ ପାଣି ଯୋଗା ଯାଉଥିଲା ବେଳେ, ରକ୍ଷଣାବେକ୍ଷଣରେ ଅବ୍ୟବସ୍ଥାରୁ ସରକାରୀ ପାଣି ହିଁ ଏବେ ହଇଜାର ବାହକ ସାଜିଥିବା ଅଭିଯୋଗ ହେଉଛି ।
ଇଏ ବି ଜଣେ ଭକ୍ତ...କାଳିଆ ଦୁଆରେ ସମସ୍ତେ ସମାନ.... ମୁସଲିମ୍ ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରି ବେଶ ଚର୍ଚ୍ଚାରେ କୋଲକାତାର ଡକ୍ଟର ଶେଖ ମକବୁଲ ଇସଲାମ....
ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ, ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ସରକାରୀ ଭାବେ ମୃତ୍ୟୁସଂଖ୍ୟା ୬ କୁହା ଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ରହିଛି ।
ସରକାର କହୁଛନ୍ତି, ରାଉରକେଲା ଝାଡ଼ାବାନ୍ତିରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି । ଆଉ ଏ ସଂଖ୍ୟା ବଢ଼ି ଚାଲିଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ...ବିଭିନ୍ନ କାରଣରୁ ବ୍ୟାକ୍ଟେରିଆ ଖାଦ୍ୟ ନଳୀକୁ ସଂକ୍ରମଣ କରିଥାଏ...ବହୁତ ଶୀଘ୍ର ଏହା ଶରୀରରେ କ୍ଷତି ପହଞ୍ଚାଏ...
ନଭେମ୍ବର ୨୫ରେ ସେ ପ୍ରଥମ ଥର ଏହି ଔଷଧ ଖାଇବା ଆରମ୍ଭ କରିଥିଲେ । ଏହାର ୪୮ ଘଣ୍ଟା ପରେ ସେ ଅସୁସ୍ଥ ହୋଇଥିଲେ । ତାଙ୍କର ଜୋରଦାର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା ।
ପାଣି ସାମ୍ପଲରୁ କଲେରା ଜୀବାଣୁ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା...ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ନେଇ ମିଳିଲା ବଡ଼ ସୂଚନା...
ଲୋକମାନେ ସାଧାରଣତଃ ଘର ସଜାଇବା ପାଇଁ ଫୁଲ ବ୍ୟବହାର କରନ୍ତି। କିନ୍ତୁ ଏଠାରେ ଏମିତି ଅନେକ ଫୁଲ ଅଛି ଯାହା ଔଷଧୀୟ ଗୁଣରେ ଭରପୂର। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହା ବିଷୟରେ ଜାଣନ୍ତି ନାହିଁ। ସେଥିମଧ୍ୟରୁ ଗେଣ୍ଡୁଫୁଲ ଗୋଟିଏ।