Advertisment

ପାଣି ପିଇ ପଞ୍ଚାୟତସାରା ରୋଗିଣା; କାହାର ମେରୁଦଣ୍ଡ ବଙ୍କା ତ କାହାକୁ ଗ୍ରାସିଛି ଅକାଳ ବାର୍ଦ୍ଧକ୍ୟ

ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ।

author-image
Santosh Kumar Sahoo
undefined

Fluoride Water

ସେମାନେ କେଉଁ ଜନ୍ମରେ ଏମିତି କି କର୍ମ କରିଥିଲେ କେଜାଣି, ପିଢ଼ି ପରେ ପିଢ଼ି ଜୀବଦଶାରେ ଭୋଗୁଛନ୍ତି ଯମଦଣ୍ଡ । କିଏ ଗଣ୍ଠି ବଥାରେ ଥରହର ତ ଆଉ କାହା ମେରୁଦଣ୍ଡ ବଙ୍କା ହୋଇଗଲାଣି। ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ୨୦-୨୫ ବର୍ଷ ବୟସର ଯୁବକ ଯୁବତୀ, ବୁଢ଼ାବୁଢ଼ିଙ୍କ ଭଳି ହୋଇଯାଉଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ଏହି ଅଭିଶପ୍ତ ଗାଁର ଯୁବକଙ୍କୁ କେହି ବିବାହ କରିବାକୁ ବି ମଙ୍ଗୁ ନାହାଁନ୍ତି।

Advertisment

ଦିନେ ଏମାନେ ବି ଥିଲେ ସୁସ୍ଥ ସବଳ...ଚାଲି ବୁଲି ପାରିବା ସହ କ୍ଷେତବାଡ଼ିରେ ଖଟୁଥିଲେ ଦିନ ତମାମ। କିନ୍ତୁ, ଏଭଳି ଏକ ଦୁରାରୋଗ୍ୟ କେଉଁଠି ଥିଲା କେଜାଣି, ଆଜି ଧରାଶାୟୀ କରିଦେଇଛି ଏହି ଖଟିଖିଆ ମଣିଷ ମାନଙ୍କୁ। କାହାର କଷ ପଡ଼ିଗଲାଣି ଦାନ୍ତ, କିଏ ପଙ୍ଗୁ ଅବସ୍ଥାକୁ ଚାଲିଯାଇଗଲେଣି ତ ଆଉ କିଏ ଅଣ୍ଟା ସଳଖି ଛିଡ଼ା ହୋଇପାରୁନାହାଁନ୍ତି। ଏଇ ଯେମିତି କଟିଆ ଜେନା। ଏଭଳି ଭାବେ ତାଙ୍କ ବେକ ବଙ୍କା ହୋଇଯିବା ଦିନଠୁ ନା ସେ ଭଲ ଭାବେ ଚାଲିବୁଲି ପାରୁଛନ୍ତି ନା ଉଠିବସି ପାରୁଛନ୍ତି। କେବଳ କଟିଆ କାହିଁକି, ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟର ୮-୧୦ଟି ଗାଁର ଲୋକେ ପିଢ଼ି ପରେ ପିଢ଼ି ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି।

ଘଟଣା ପଛର କାରଣ ବୁଝୁ ବୁଝୁ ଜଣାପଡ଼ିଲା ଗ୍ରାମବାସୀଙ୍କ ପାଇଁ କାଳ ସାଜିଛି ମାତ୍ରାଧିକ ଫ୍ଲୋରୋଇଡ୍ ଯୁକ୍ତ ପାଣି। ଦୀର୍ଘ ବର୍ଷ ହୋଇଗଲାଣି ପାନୀୟ ଜଳ ସୁବିଧା ନ ଥିବାରୁ ଏହି କଳଙ୍କି ଲଗା ବୋରୱେଲରୁ ପାଣି ପିଇ ବଂଚୁଛନ୍ତି ପତ୍ରିପାଳ ବାସିନ୍ଦା। କିନ୍ତୁ, ଏଠି ବାହାରୁଛି ଫ୍ଲୋରାଇଡ ମିଶା ପାଣି। ପରିଣାମ ସ୍ୱରୂପ କାହାର ୩୦-୪୦ ବର୍ଷ ବୟସରେ ପ୍ରାଣହାନୀ ହେଉଛି ତ ଆଉ କିଏ ଭେଣ୍ଡା ବୟସର ବାର୍ଦ୍ଧକ୍ୟଜନିତ ରୋଗରେ ପଡୁଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ, ବର୍ଷ ବର୍ଷ ଧରି ଲୋକେ ଏଭଳି ଦଶା ଭୋଗୁଥିବାରୁ ପତ୍ରିପାଳ ପଞ୍ଚାୟତରେ ବିବାହ ପାଇଁ କେହି ରାଜି ହେଉନାହାନ୍ତି।

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଫ୍ଲୋରାଇଡ ଯୁକ୍ତ ପାଣି ପିଇଲେ ଏହା ଶରୀରକୁ ଯାଇ ପ୍ରଥମେ ଦାନ୍ତ ଓ ହାଡ଼ଗୁଡିକୁ ନଷ୍ଟ କରିଦେଇଥାଏ। ଶରୀର ବହୁତ ପୀଡା ହେବା ସହ ହାଡ଼ଗୁଡିକ ଦୁର୍ବଳ ହୋଇ ବଙ୍କା ହୋଇଯାଏ। ଏଥିପ୍ରତି ଜନ ସଚେତନତା ସହ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ କେତେ କ’ଣ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଅଥଚ ପତ୍ରାପାଳ ବାସୀଙ୍କ ପାଇଁ ସେହି ଯୋଜନା ଆଜି ଯୋଜନ ଦୂରରେ। ଏକଥା ନୁହେଁ ଯେ, ଏଠାକାର ଲୋକେ ସରକାରୀ କଳ କିମ୍ବା ରାଜ୍ୟ ସରକାରଙ୍କୁ କହି ନାହାଁନ୍ତି। ସବୁ ଜାଣି ଶୁଣି ସମସ୍ତେ ନିରବ ରହୁଥିବା ଅଭିଯାଗ ହୋଇଛି। ସ୍ଥାନୀୟ ବିଧାୟକ କୁଆଡ଼େ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ଆଜି ଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଘଟଣାକୁ ଗୁରୁତ୍ୱର ନେଇ ଖୁବଶୀଘ୍ର ଆଶୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Drinking Water Water Problem
Advertisment
Advertisment