/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709697764.jpg)
crab korma recipe
କଙ୍କଡ଼ା ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ କଙ୍କଡ଼ା କୋର୍ମା ରେସିପି ପ୍ରସ୍ତୁତ କରିବୁ। ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
ଆବଶ୍ୟକ ସାମଗ୍ରୀ:
କଙ୍କଡ଼ା, ଟମାଟୋ, ପିଆଜ ରସୁଣ, ଡାଲଚିନି, ଗୁଜୁରାତି, ନଡ଼ିଆ କ୍ଷୀର, ତେଲ,ଲୁଣ, ହଳଦୀ, ଗରମ ମସଲା
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ କଙ୍କଡ଼ାକୁ ଗରମ ପାଣିରେ ପକାଇଦିଅନ୍ତୁ।
- କଙ୍କଡ଼ା ମରିଯିବା ପରେ ଖୋଳପା ଛଡ଼ାଇ ମାଂସ ବାହାର କରନ୍ତୁ।
- ଏହାପରେ ମାଂସକୁ ଛୋଟ ଚୋଟ ଖଣ୍ଡରେ କାଟି ତେଲରେ ଭାଜି ଦିଅନ୍ତୁ।
- ଏବେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, ଟମାଟୋ ଓ ରସୁଣ ଏବଂ ଡାଲଚିନି ଓ ଗୁଜୁରାତି ବଟା ପକାଇ ଦିଅନ୍ତୁ
Advertisment
ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ଡାଲ୍ ମିଟ୍
- ମସଲା ଭଲଭାବେ କଷି ହୋଇଯିବା ପରେ ସେଥିରେ କଙ୍କଡ଼ା ମାଂସ ପକାନ୍ତୁ ଓ କଷନ୍ତୁ।
- ମାଂସ କଷି ହେବା ପରେ ନଡ଼ିଆ ରସ ପକାଇ ଏହାକୁ ପୁଟାନ୍ତୁ। ଅଳ୍ପ ଫୁଟିଗଲା ପରେ ଚୁଲି ବନ୍ଦ କରି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ କଙ୍କଡ଼ା କୋର୍ମା । ଏହି ରେସିପିଟିକୁ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)