• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ । ଏହା ସାହାଯ୍ୟରେ ସ୍କୁଲ, କଲେଜ କିମ୍ବା ଅଫିସ୍ ଇତ୍ୟାଦି କାର୍ଯ୍ୟ ଶୀଘ୍ର ଏବଂ ସଠିକ୍ ଭାବରେ କରାଯାଇପାରିବ । କିନ୍ତୁ ଆପଣ ଜାଣନ୍ତି କି, ଏଆଇ ଦ୍ୱାରା ଶୀଘ୍ର ରୋଗ ଚିହ୍ନଟ କରାଯାଇପାରିବ । ଏହାଦ୍ୱାରା ଚିକିତ୍ସାରେ ମଧ୍ୟ ସାହାଯ୍ୟ ହୋଇପାରିବ ।

ପୂର୍ବରୁ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ’ରେ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁ ଭିଡିଓରେ ସୁନ୍ଦର ପିଚାଇ ଗୁଗୁଲ୍ ଏଆଇର ବିଭିନ୍ନ ବୈଶିଷ୍ଟ୍ୟଗୁଡିକ କହୁଥିବା ଦେଖିବାକୁ ମିଳିଥିଲା । ଏହାରି ଭିତରେ ସେ କହିଥିଲେ ଯେ, ଏହି ଏଆଇ ସିଷ୍ଟମ ମେଡିକାଲ କ୍ଷେତ୍ରରେ ଏକ ବିପ୍ଳବ ଆଣିବ । ଆଉ ତାଙ୍କ କଥା ଏବେ ସତ ହେବାକୁ ଯାଉଛି ।

ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ଯେ ଏଣିକି AI କରିପାରିବ ରୋଗ ନିରୂପଣ । ଡାକ୍ତରଙ୍କ ପାଖରେ ଆଉ ଲାଗିବନି ରୋଗୀଙ୍କ ଲମ୍ବା ଲାଇନ୍‌ । ଆପଣଙ୍କ ଶରୀରକୁ ସ୍କାନ କରି AI କହିଦେବ ଆପଣଙ୍କୁ କେଉଁ ରୋଗ ହୋଇଛି । ଡାକ୍ତରମାନେ ମଧ୍ୟ ଏହି ପଦ୍ଧତିକୁ ଆପଣାଇବା ଖୁବ୍‌ ଲାଭ ଦାୟକ ହେବ ବୋଲି ରିପୋର୍ଟରେ କୁହାଯାଇଛି । ଖାଲି ସେତିକି ନୁହେଁ ଆକୁରେସି ଏବଂ ସଠିକ୍‌ ବିଚାର ପାଇଁ ମଧ୍ୟ ଡାକ୍ତର ଏହି AIର ସହଯୋଗ ନେଇପାରିବେ ।

ଅଧିକ ପଢ଼ନ୍ତୁ: ବିଶ୍ୱର ପ୍ରଥମ AI ଶିଶୁ...ଅବିକଳ ମଣିଷ ଭଳି ଆଚରଣ...ଦେଉଛି ସବୁ ପ୍ରଶ୍ନର ଉତ୍ତର

କ୍ୟାନ୍‌ସର ଏବଂ ମଧୁମେହ ଭଳି ରୋଗକୁ ଆରମ୍ଭରୁ ଚିହ୍ନିବାକୁ ହେଲେ ଏହି AI ପଦ୍ଧତି ଡାକ୍ତରଙ୍କୁ ନିହାତି ପକ୍ଷେ ସାହାଯ୍ୟ କରିବ । ଏହି AIକୁ କେବଳ ରୋଗ ଚିହ୍ନଟ ପାଇଁ ପ୍ରସ୍ତୁତ କରାଯାଇଛି । କାରଣ ଅନେକ ବିକଶିତ ଦେଶ ଗୁଡ଼ିକରେ ଡାକ୍ତରଙ୍କ ସଂଖ୍ୟା ଖୁବ୍‌ କମ୍ ରହିଛି । ଡାକ୍ତରଙ୍କ ପାଖରେ ରୋଗୀମାନେ ଧାଡ଼ି ବାନ୍ଧି ଦୀର୍ଘ ସମୟ ପର୍ଯ୍ୟନ୍ତ ଛିଡ଼ା ହେଉଛନ୍ତି । ତେଣୁ ରୋଗୀମାନେ ସଠିକ୍‌ ସମୟରେ ସଠିକ୍‌ ଚିକିତ୍ସା ପାଇପାରୁ ନାହାନ୍ତି । ଆଉ ସେହି ଦେଶଗୁଡ଼ିକରେ AI ଖୁବ୍‌ ସହାୟକ ହେବ ।

ତେବେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏବଂ ସଠିକ୍‌ ସମୟରେ ସଠିକ୍‌ ରୋଗ ଚିହ୍ନଟ କରିପାରିବ ଏହି AI । ଟ୍ୟୁମର ତଥା କ୍ୟାନ୍‌ସର ଆରମ୍ଭରୁ ତାକୁ ଡିଟେକ୍ଟ କରିପାରିବ AI । 

ରେଟିନା ସ୍କାନରେ ଜଣାପଡ଼ିଯିବ ରୋଗ

ତେବେ ଗୁଗୁଲ୍ AI ଖୁବ୍‌ଶୀଘ୍ର ଅନେକ କ୍ଷେତ୍ରକୁ ମଜବୁତ କରିବ । ସୁନ୍ଦର ପିଚାଇ କହିଥିଲେ ଯେ ଗୁଗୁଲ AI, ଡିପ୍‌ ଆନାଲାଇଜେସନ୍‌ ବ୍ୟବହାର କରି କେବଳ ଆଖିର ରେଟିନା ସ୍କାନ ଦ୍ୱାରା ଅନେକ ରୋଗ ଚିହ୍ନଟ କରିପାରିବ । କେବଳ ଏତିକି ନୁହେଁ, ଏହା ରୋଗର ପୂର୍ବାନୁମାନ ମଧ୍ୟ କରିପାରିବ । ଏଥିପାଇଁ ରକ୍ତ ନମୁନା ସଂଗ୍ରହ ଇତ୍ୟାଦି ଆବଶ୍ୟକ ନାହିଁ ।

ଖାଲି ସେତିକି ନୁହେଁ ସୁନ୍ଦର ପିଚାଇ କହିଥିଲେ ଯେ କେବଳ ଗୋଟିଏ ରେଟିନା ସ୍କାନରେ ବୟସ, ଲିଙ୍ଗ, ଧୂମପାନ ଅଭ୍ୟାସ, ମଧୁମେହ, BMI ଏବଂ ରକ୍ତଚାପ ବିଷୟରେ ଜଣାପଡ଼ିଯିବ ।