/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709471738.jpg)
Practice Utkatasana every day there will be no arthritis
କୁହାଯାଏ “ଏକ ସୁସ୍ଥ ଶରୀର ହିଁ ଏକ ସୁସ୍ଥ ମନ ତିଆରି କରେ”। ଶରୀର ଯଦି ବିଗିଡିଯାଏ ତେବେ ମନ ମଧ୍ୟ ଅଶାନ୍ତ ହୋଇଯାଏ ଆଉ ସବୁ ପ୍ରକାର ରୋଗ ମାଡି ବସନ୍ତି। ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶରୀରର ସମସ୍ତ ଅଙ୍ଗକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଧ୍ୟାନ ଦେବା ଆବଶ୍ୟକ। ଶରୀରର ପାଦ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାକୁ ପ୍ରାୟ ସମୟରେ ଅଣଦେଖା କରାଯାଏ।
ପାଦ ହେଉଛି ଆମ ଶରୀରର ସେହି ଅଙ୍ଗ ଯାହା ଶରୀରର ସମ୍ପୂର୍ଣ୍ଣ ଓଜନକୁ ବୋହିଥାଏ। ତେଣୁ ଗୋଡର ମାଂସପେଶୀରେ ଅତିରିକ୍ତ ଚାପ ହେବାର ଆଶଙ୍କା ଅଧିକ। ଏହା ଯଦି ମଜବୁତ୍ ବା ସୁସ୍ଥ ନ ହୁଏ ତେବେ ଅନେକ ସମସ୍ୟା ଆଣିଥାଏ।
ସାଧାରଣତଃ ପାଦର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଅଭାବରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନେକ ସମସ୍ୟା ଦେଖାଦିଏ।
ତେଣୁ ପାଦକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ହେଲେ ଉତ୍କଟାସନର ନିୟମିତ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହି ଆସନ କିପରି ଅଭ୍ୟାସ କରାଯାଏ ଓ ଏହାର ଲାଭ କ’ଣ?
କିପରି କରିବେ:
- ଉତ୍କଟାସନା ଅଭ୍ୟାସ ପାଇଁ ବିଶେଷ ଏକାଗ୍ରତା ଏବଂ ସନ୍ତୁଳନ ଆବଶ୍ୟକ
- ପ୍ରଥମେ ସିଧା ଠିଆ ହୁଅନ୍ତୁ
- ଦୁଇ ହାତ ସାମ୍ନାକୁ ରଖି ଆଣ୍ଠୁକୁ ବଙ୍କା କରନ୍ତୁ
- ଚେୟାରରେ ବସିବା ଭଳି ବସନ୍ତୁ
- ହାତକୁ ଭୂମି ସହିତ ସମାନ୍ତରାଳ ରଖନ୍ତୁ
- ଦୀର୍ଘ ନିଶ୍ୱାସ ନେବା ଜାରି ରଖନ୍ତୁ
- ଯଥାସମ୍ଭବ ଏହି ଅବସ୍ଥାରେ ରହିବାକୁ ଚେଷ୍ଟା କରନ୍ତୁ
- ଏହା ପରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆରାମ କରନ୍ତୁ
- ଏଭି ଅଭ୍ୟାସକୁ ୮ ରୁ ୧୦ ଥର କରନ୍ତୁ
ଫଳାଫଳ:
- ଗୋଡ, ଜଙ୍ଘ, ପେଣ୍ଡା ଏବଂ ମେରୁଦଣ୍ଡକୁ ମଜବୁତ କରେ
- କାନ୍ଧ ଏବଂ ଛାତିର ଉତ୍ତମ ପ୍ରସାରଣରେ ସହାୟକ ହୋଇଥାଏ
- ପେଟର ଅଙ୍ଗ ଏବଂ ଡାଇଫ୍ରାମ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ
- ହୃଦ୍ସ୍ପନ୍ଦନ ବୃଦ୍ଧି, ରକ୍ତ ସଞ୍ଚାଳନ ଏବଂ ମେଟାବୋଲିଜିମ୍କୁ ଠିକ କରେ
- ସ୍ନାୟୁ ପ୍ରଣାଳୀକୁ ସୁସ୍ଥ ରଖିବା ଏବଂ ପାଦକୁ ଟୋନ୍ କରିବା ସହ ସହନଶୀଳତାକୁ ବଢାଏ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)