/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709798861.jpg)
benefits of curd for skin
ଭାରତୀୟଙ୍କ ଖାଦ୍ୟ ଥାଳିରେ ସର୍ବଦା ସାମିଲ ରହିଥାଏ ଦହି । କେହି କେହି ଦହିକୁ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାନ୍ତି । ଦହିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍ ଲାଭପ୍ରଦ ହୋଇଥାଏ। ଏଥିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍ ବି-୬ ଓ ବି-୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫଳପ୍ରଦ। ପ୍ରତିଦିନ ଦହି ଖାଇଲେ ଶରୀରକୁ କୌଣସି ରୋଗ ଛୁଇଁ ନଥାଏ ।
Advertisment
ଚାଲନ୍ତୁ ଜାଣିବା ଦହି ଖାଇବା ଦ୍ୱାରା ଶରୀରକୁ କଣ ମିଳେ ଫାଇଦା:
- ଆପଣଙ୍କ ଶରରୀରରେ ଗ୍ୟାସ୍ କିମ୍ବା ଏସିଡିଟି ପ୍ରୋବ୍ଲେମ୍ ଥିଲେ ଖାଇବା ପରେ ଏକ ଗିନା ଦହି ଖାଆନ୍ତୁ । ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ। ଫଳରେ ବହୁ ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ।
- ଖାଇବା ପରେ ଦହି ଖାଇଲେ ପାଚନ ତନ୍ତ୍ର ଠିକ୍ ଭାବେ କାମ କରିଥାଏ।
- ଦହି ତ୍ୱଚା ଆଉ କେଶ ଲାଗି ଖୁବ୍ ଲାଭଦାୟକ ହୋଇଥାଏ।
- ଦହିକୁ କେଶରେ ଲଗାଇବା ଦ୍ୱାରା ରୂପି ସମସ୍ୟା ବହୁ ମାତ୍ରାରେ କମିଯାଇଥାଏ।
ଅଧିକ ପଢ଼ନ୍ତୁ: ସକାଳୁ ଖାଲି ପେଟରେ କଫି ପିଉଥିଲେ ସାବଧାନ ! ହୋଇପାରେ ଭୟଙ୍କର ରୋଗ...
Advertisment
- ଦହିରେ ବେସନ ମିଶାଇ ଲଗାଇଲେ ଏହାଦ୍ୱାରା ତ୍ୱଚା କୋମଳ ହୋଇଥାଏ ଓ ଉଜ୍ଜ୍ୱଳ ଦେଖାଯାଇଥାଏ।
- ବୟସାଧୀକ ପ୍ରଭାବରେ ଚେହେରାରେ ପଡୁଥିବା ଭାଙ୍ଗ ମଧ୍ୟ ଦହି ବ୍ୟବହାର ପରେ ବହୁତ କମ୍ ହୋଇଯାଇଥାଏ।
- ଦହିରେ କ୍ୟାଲସିୟମ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରର ହାଡ ମଜବୁତ ହୋଇଥାଏ।
- ପ୍ରତିଦିନ ଦହି ଖାଇଲେ ଆପଣଙ୍କ ଦାନ୍ତ ଓ ନଖ ମଧ୍ୟ ଶକ୍ତ ହୋଇଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)