• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଫେବୃଆରୀ ଆରମ୍ଭରୁ ଗରମ ଅସହ୍ୟ ହେବାକୁ ଲାଗିଲାଣି। ଇଆଡମୁଣ୍ଡରୁ ପାରଦ ୩୫ ଡିଗ୍ରୀ ଉପରେ ରହୁଛି। ଲୋକେ ଅନୁମାନ କରିବାକୁ ଲାଗିଲେଣି ଏଥର ତାପମାତ୍ରା ନିଶ୍ଚିତ ୫୦ ଡିଗ୍ରୀ ଉପରକୁ ଯିବ। ସାଧାରଣତଃ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଅନେକ ରୋଗ ସୃଷ୍ଟି ହୁଏ।

ଉତ୍ତାପ ବୃଦ୍ଧି ହେତୁ ଚର୍ମରୁ ଆରମ୍ଭ କରି ବିଭିନ୍ନ ଶରୀର ଭିତରକୁ ଅନେକ ପ୍ରକାରର ସମସ୍ୟା ଉପୁଜେ। ଝାଡ଼ା, ବାନ୍ତି, ବଦହଜମୀ, ଲୁ, ଭଳି ଅନେକ ସମସ୍ୟାର ଆସେ। ଏଥିରୁ ରକ୍ଷା ପାଇବା ପାଇଁ ଆମେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରୁ। ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଅନେକ ଫ୍ରିଜ ପାଣି ପିଇଥାନ୍ତି ତ ଅନେକ କ୍ରମାଗତ ଭାବରେ ଏସିରେ ରହିଥାନ୍ତି। ଯେଉଁଥିପାଇଁ ସ୍ୱାସ୍ଥ୍ୟ ଉପରେ ଅଧିକ ଖରାପ ପ୍ରଭାବ ପଡିଥାଏ।

ତେବେ ଏମିତି କିଛି କୌଶଳ ଅଛି ଯାହାକୁ ଅ‍ଭ୍ୟାସରେ ପରିଣତ କଲେ ଗରମରୁ ରକ୍ଷା ମିଳିବା ସହିତ ଅନ୍ୟକୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହେବ ନାହିଁ। ଭାରତୀୟ ଯୋଗ ପରମ୍ପରା ଅନୁସାରେ ଏମିତି କିଛି ଆସନ ଓ ପ୍ରାଣାୟାମ ଅଛି ଯାହାକୁ ଦୈନିନ୍ଦିନ ଜୀବନରେ ଆପଣେଇବା ଦ୍ୱାରା ଗରମର ପ୍ରଭାବ ଶରୀର ଉପରେ ପଡିବ ନାହିଁ।ଗ୍ରୀଷ୍ମ ଋତୁରେ, କିଛି ଆସନ, ଧ୍ୟାନ ଏବଂ ପ୍ରାଣାୟାମ କରି ନିଜକୁ ଥଣ୍ଡା ମଧ୍ୟ ରଖାଯାଇ ପାରିବ। ଆସନ୍ତୁ ସେସବୁ ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: ପ୍ରତିଦିନ ଅଭ୍ୟାସ କରନ୍ତୁ ଏହି ଗୋଟିଏ ଆସନ; ହେବ ନାହିଁ ଆର୍ଥ୍ରାଇଟିସ୍

ଅପାନ ମୁଦ୍ରା:

ଗରମରୁ ରକ୍ଷା ପାଇବା ପାଇଁ ଅପାନ ମୁଦ୍ରା ଅନେକ ଉପକାରୀ। ଏହି ମୁଦ୍ରା ପୁରା ପେଟକୁ ସକ୍ରିୟ ରଖେ। ଏହା ଝାଡା, ବାନ୍ତି, କାଶ ଆଦିରୁ ରକ୍ଷା କରେ। ପ୍ରତିଦିନ ଏହି ମୁଦ୍ରାକୁ ୧୫-୪୫ ମିନିଟ୍ କରିବା ଦ୍ୱାରା ଗରମ ଆପଣଙ୍କୁ ଆଦୌ ଅସୁବିଧାରେ ପକାଇବ ନାହିଁ।

ହଳାସନ:

ଗ୍ରୀଷ୍ମ ଋତୁରେ ପେଟ ସମ୍ବନ୍ଧୀୟ ରୋଗ ବହୁତ ଅସୁବିଧାରେ ପକାଏ। ଏପରି ପରିସ୍ଥିତିରେ ହଳାସନ କରିବା ଦ୍ୱାରା ଅନେକ ସମସ୍ୟାର ଉପଶମ ହୋଇପାରିବ। ଏହାକୁ ପ୍ରତିଦିନ ସକାଳେ କରିବା କରିବା ଦ୍ୱାରା ଅନେକ ଫଳ ମିଳିଥାଏ। ଏହାକୁ କରିବାକୁ ହେଲେ ପ୍ରଥମେ ପିଠି ପଟିଆ ସିଧା ଶୋଇବାକୁ ହୁଏ। ପରେ ଦୁଇ ହାତକୁ ପାଦ ସହିତ ସିଧା ରଖି ଧୀରେ ଧୀରେ ଶ୍ୱାସ ନେବା ଜରୁରୀ। ଏହା ପରେ ଦୁଇ ଗୋଡକୁ ଧୀରେ ଧୀରେ ଉଠାଇ ମୁଣ୍ଡ ଆଡକୁ ନେବାକୁ ହୁଏ ଯେପରି ଆଙ୍ଗୁଠି ଭୂମି ସ୍ପର୍ଶ କରିବ। କିଛି ସମୟ ଏହି ଅବସ୍ଥାରେ ରହିବା ପରେ ଧୀରେ ଧୀରେ ଶ୍ୱାସ ଛାଡି ପୂର୍ବ ସ୍ଥିତିକୁ ଫେରିବାକୁ ହୁଏ। ଦୈନିକ ଏହି ଅଭ୍ୟାସ ଦ୍ୱାରା ଅମ୍ଳତା ଏବଂ ଗ୍ୟାସ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ।

ନୌକାସନ:

ଗ୍ରୀଷ୍ମ ଋତୁରେ କିଛି ଲୋକ ଦୁର୍ବଳ, ଅସ୍ଥିରତା ଏବଂ ଆଳସ୍ୟ ଭଳି ଅନେକ ଅସୁବିଧାରେ ପଡ଼ନ୍ତି। ପ୍ରତିଦିନ ସକାଳେ ନୌକାସନ କରିବା ଦ୍ୱାରା ଏହା ଦିନସାରା ଶକ୍ତି ଯୋଗାଏ। ଶରୀରର ସମଗ୍ର ସିଷ୍ଟମ୍ ମଧ୍ୟ ସକ୍ରିୟ ହୋଇଯାଏ। ଏହାକୁ କରିବା ପାଇଁ ପ୍ରଥମେ ପିଠି ପଟିଆ ଶୋଇଯାଆନ୍ତୁ। ଉଭୟ ଗୋଡକୁ ସିଧା ରଖନ୍ତୁ। ହାତକୁ ଆଣ୍ଠୁ ସହିତ ସମାନ ଭାବେ ରଖନ୍ତୁ। ବର୍ତ୍ତମାନ ଶ୍ୱାସ ନେଇ ଧୀରେ ଧୀରେ ମୁଣ୍ଡ ଏବଂ ଗୋଡକୁ ଉପରକୁ ଉଠାନ୍ତୁ। ଭୂମିରୁ ଗୋଡକୁ ପାଖାପାଖି ୪୫ ଡିଗ୍ରୀ ରହିବ। ବର୍ତ୍ତମାନ ଧୀରେ ଧୀରେ ଶ୍ୱାସ ଛାଡି ପୂର୍ବ ସ୍ଥିତିକୁ ଆସନ୍ତୁ। ଏହାକୁ ପାଞ୍ଚରୁ ଦଶ ଥର କରନ୍ତୁ।

ଶୀତଳୀ ପ୍ରାଣାୟାମ:

ଶୀତଳୀ ପ୍ରାଣାୟାମ ଅଭ୍ୟାସ କରିବା ଦ୍ୱାରା ଏହା ଶରୀରର ତାପମାତ୍ରାକୁ କମେଇଦିଏ। ଏହା କରିବା ପାଇଁ ପ୍ରଥମେ ଜିଭକୁ ବାହାର କରିବାକୁ ପଡେ। ଏହା ପରେ ଜିଭର ଉଭୟ ପାର୍ଶ୍ୱକୁ ଉପରକୁ ମୋଡି ନଳୀ ସଦୃଶ କରିବାକୁ ହୁଏ। ସେହି ଜିଭ ଦେଇ ଶ୍ୱାସ ନେବାକୁ ପଡେ। ଶ୍ୱାସକୁ କିଛି ସମୟ ଭିତରେ ଧରି ରଖିବା ପରେ ନାକ ବାଟେ ଧିରେ ଧିରେ ଛାଡିବାକୁ ହୁଏ।

ଶୀତକାରୀ ପ୍ରାଣାୟାମ:

ଶୀତକାରୀ ପ୍ରାଣାୟାମ ଅଭ୍ୟାସ ମଧ୍ୟ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ। ଏହାକୁ କରିବା ପାଇଁ ପାଟି ଖୋଲା ରଖନ୍ତୁ ଏବଂ ଉପର ଓ ତଳ ଦାନ୍ତକୁ ଭିଡି ରଖନ୍ତୁ। ଦାନ୍ତ ସନ୍ଧି ଦେଇ ଶାସ ଭିତରକୁ ନିଅନ୍ତୁ ଏବଂ କିଛି ଭିତରେ ଧରି ରଖିବା ପରେ ନାକ ପଟେ ବାହାର କରନ୍ତୁ।

ଏଠାରେ ଧ୍ୟାନ ଦେବା ଜରୁରୀ ଯେ ଶୀତଳୀ ଓ ଶୀତକାରୀ ପ୍ରାଣାୟମ କେବଳ ଗ୍ରୀଷ୍ମ ଋତୁରେ ହିଁ କରାଯାଇଥାଏ। ଶୀତ ଋତୁରେ ଏହା କରିବା ଦ୍ୱାରା ଥଣ୍ଡା ଏବଂ କାଶ ହୋଇପାରେ।

ଭ୍ରାମରୀ ପ୍ରାଣାୟମ:

ମସ୍ତିଷ୍କକୁ ଥଣ୍ଡା ରଖିବା ପାଇଁ ଭ୍ରାମରୀ ପ୍ରାଣାୟମ ଅତି ଉତ୍ତମ। ଏହାକୁ କରିବା ପାଇଁ କାନ ଏବଂ ଆଖି ବନ୍ଦ କରନ୍ତୁ। ପାଟିରେ 'ଉଁ' ପରି ଧ୍ୱନି ଉଚ୍ଚାରଣ କରନ୍ତୁ। ଏହା ଯେପରି ଏକ ଭ୍ରମରର ଶବ୍ଦ ପରି ଶୁଣାଯିବ। ଏହାକୁ ଯେତେ ଅଧିକ ଥର କରିବେ ସେତେ ଭଲ। ତେବେ ବୃଦ୍ଧ ବ୍ୟକ୍ତି କିମ୍ବା ସର୍ଭାଇକାଲ ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମାନେ ରହି ରହି କରିପାରିବେ।

ଅଧିକ ପଢ଼ନ୍ତୁ: ବିନା ଔଷଧରେ ଭଲ ହେବ ବିପି; ଦୈନିକ କରନ୍ତୁ ଏହି ପାଞ୍ଚ ଯୋଗାସନ

OTV is now on Whatsapp

Join and get latest news update delivered to you via whatsapp

Join Now