• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁରୋପର ଅନେକ ଦେଶରେ ଏବେ ‘ପ୍ୟାରୋଟ୍‌ ଫିଭର’ ବଢ଼ିବାରେ ଲାଗିଛି । ଲୋକଙ୍କୁ ଡରାଇଲାଣି ପ୍ୟାରୋଟ୍‌ ଫିଭର । ଏମିତିକି ଏହି ପ୍ୟାରୋଟ୍‌ ଫିଭରରେ ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ ହେଲାଣି ।

୨୦୨୩ରେ ମଧ୍ୟ ବିନାଶ କରିଥିଲା ପ୍ୟାରୋଟ୍‌ ଫିଭର

CNCN ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ପ୍ୟାରୋଟ୍‌ ଫିଭରକୁ ସାଇଟାକୋସିସ୍ ରୋଗ ନାଁରେ ମଧ୍ୟ ଲୋକେ ଜାଣନ୍ତି । ୟୁରୋପୀୟ ଦେଶରେ ବାସ କରୁଥିବା ଲୋକଙ୍କୁ ଏହା ଖୁବ୍‌ ନାକେଦମ କରିଛି । ୨୦୨୩ ଆରମ୍ଭ ସମୟରେ ମଧ୍ୟ ଏହି ରୋଗ ବଡ଼ ବିପଦ ଆଣିଥିଲା। ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିଲେ । ଅନେକଙ୍କ ଜୀବନ ଯାଇଥିଲା । ଆଉ ଏବେ ୨୦୨୪ ଆରମ୍ଭ ହେଉ ହେଉ ପାଞ୍ଚ ଜଣଙ୍କ ଜୀବନ ନେଇ ସାରିଛି ।

କେଉଁଠି କେତେ ଆକ୍ରାନ୍ତ

ଗତ ବର୍ଷ ଅଷ୍ଟ୍ରିଆରେ ୧୪ଟି ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଚାରିଟି ମାମଲା ସାମ୍ନାକୁ ଆସିଛି । WHO କହିଛି ଯେ ଫେବୃଆରୀ ୨୭ ସୁଦ୍ଧା ଡେନମାର୍କରେ ଏହି ମହାମାରୀର ୨୩ଟି ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ଡେନମାର୍କର ଜଣେ ବ୍ୟକ୍ତିଙ୍କଠାରେ ଏହାର ଭାଇରସ୍‌ ଥିବା ପ୍ରମାଣିତ ହୋଇଛି । ଅନ୍ୟପଟେ ଚଳିତ ବର୍ଷ ଜର୍ମାନୀରେ ମଧ୍ୟ ପାଞ୍ଚ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ପକ୍ଷୀ କାମୁଡ଼ିବା କିମ୍ବା ସମ୍ପର୍କରେ ଆସିଲେ ଏହି ରୋଗ ହୋଇଥାଏ

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ମଣିଷ ସାଧାରଣତଃ କାମୁଡ଼ିବା କିମ୍ବା ସଂକ୍ରମିତ ପକ୍ଷୀ ସଂସ୍ପର୍ଶରେ ଆସିଲେ ଏହି ରୋଗରେ ଆକ୍ରାନ୍ତ ହୋଇଥାଏ । ତା’ପରେ ଅସୁସ୍ଥ ହୋଇପଡ଼େ । କିନ୍ତୁ ଏହି ରୋଗ ସଂକ୍ରମିତ ପଶୁମାନଙ୍କୁ ଖାଇବା ଦ୍ୱାରା ବ୍ୟାପିନଥାଏ । WHO କହିଛି ଯେ ଏବେ ସୁଦ୍ଧା ଯେତିକି ସଂଖ୍ୟାରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷରେ ଗୃହପାଳିତ ପକ୍ଷୀ କିମ୍ବା ଜଙ୍ଗଲୀ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଛନ୍ତି ।

ପ୍ୟାରୋଟ୍‌ ଫିଭର କ’ଣ?

କ୍ଲାମିଡିଆ ସଂକ୍ରମଣ କାରଣରୁ ପ୍ୟାରୋଟ୍‌ ଫିଭର ବ୍ୟାପିଥାଏ । ଯାହାକି ବିଭିନ୍ନ ପ୍ରକାରର ଜଙ୍ଗଲୀ ତଥା ଗୃହପାଳିତ ପକ୍ଷୀ ଏବଂ କୁକୁଡ଼ାମାନଙ୍କଠାରେ ଦେଖାଯାଏ । ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ ପକ୍ଷୀଙ୍କୁ ଦେଖିଲେ ସେମାନେ ଅସୁସ୍ଥ ଥିବା ଜଣାପଡ଼ନ୍ତି ନାହିଁ । କିନ୍ତୁ ସେମାନଙ୍କ ଶ୍ୱାସକ୍ରିୟା ଏବଂ ସେମାନେ ମଳତ୍ୟାଗ କଲେ ସେଥିରେ ବ୍ୟାକ୍ଟେରିଆ ବାହାରିଥାଏ । ଯେଉଁ କାରଣରୁ ଏହି ରୋଗ ବ୍ୟାପିଥାଏ ।