• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କର୍କଟ ବା କ୍ୟାନ୍‌ସର । ଏହି ରୋଗ ଆଜିକାଲି ଯେମିତି ଏକ ସାଧାରଣ ହୋଇଗଲାଣି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି କ୍ୟାନ୍‌ସରରେ ଜୀବନ ଯାଉଛି । ଆଉ କିଛି ଲୋକ ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ଏହାକୁ ନେଇ ବୈଜ୍ଞାନିକମାନେ ଅନେକ ଗବେଷଣା କରି ଅସୁଥିଲେ ମଧ୍ୟ ଆଜିଯାଏ ଏହାର ନିଦାନ ପାଇଁ ଭ୍ୟାକ୍‌ସିନ୍‌ ହେଉ କି ସେମିତି କିଛି ଔଷଧ ଉପଲବ୍ଧ ହୋଇନାହିଁ । ହେଲେ ଏହାକୁ ନେଇ ଏକ ବଡ଼ ଖବର ଆସିଛି । କର୍କଟ ପାଇଁ ଏକ ଔଷଧ ପସ୍ତୁତ କରାଯାଇଥିବା ଟାଟା ଦାବି କରିଛି ।

ଟାଟାର ଦାବି ଅନୁସାରେ କ୍ୟାନ୍ସର ନଷ୍ଟ କରିବାକୁ ପ୍ରସ୍ତୁତ ହୋଇଛି ଏକ ଟାବ୍‌ଲେଟ୍‌ । ଯାହା ଖୁବ୍‌ଶୀଘ୍ର ବଜାରାକୁ ଆସିବ । ସବୁଠାରୁ ବଡ଼ କଥା ହେଉଛି ଏହା ଶସ୍ତାରେ ବଜାରରେ ଉପଲବ୍ଧ ହେବ । ଯାହାର ଦାମ୍‌ ମାତ୍ର ୧୦୦ ଟଙ୍କା ରହିବ ବୋଲି ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ବୈଜ୍ଞାନିକଙ୍କୁ ବଡ଼ ସଫଳତା; ଛତୁରୁ ପ୍ରସ୍ତୁତ ହେବ ସୁନା ନାନୋ ପାର୍ଟିକିଲ୍, ଭଲ ହେବ କ୍ୟାନସର

ଟାଟା ମେମୋରିଆଲ ହସପିଟାଲ ତା’ର ନୂତନ ରିସର୍ଚ୍ଚରେ ଏହି ଟାବ୍‌ଲେଟ୍‌କୁ ପ୍ରସ୍ତୁତ କରିଛି । ଯାହାର ଆଦୌ ପାର୍ଶ୍ୱ ପ୍ରତିକ୍ରିୟା ରହିବ ନାହିଁ । ଲୋକଙ୍କ ନିକଟରେ ଏହି ଔଷଧ ମାତ୍ର ୧୦୦ ଟଙ୍କାରେ ପହଞ୍ଚିବ ବୋଲି କୁହାଯାଇଛି । ଏନେଇ ଟାଟା ମେମୋରିଆଲ ସେଣ୍ଟରର ନିର୍ଦ୍ଦେଶକ ଡଃ. ରାଜେନ୍ଦ୍ର ବାଦୱେ ସୂଚନା ଦେଇଛନ୍ତି ।

ଡଃ. ରାଜେନ୍ଦ୍ର ଆହୁରି କହିଛନ୍ତି ଯେ, ଏହି ଟାବ୍‌ଲେଟ୍‌ ଉପରେ ପ୍ରାୟ ୧୦ ବର୍ଷ ଧରି ରିସର୍ଚ୍ଚ କରାଯାଉଥିଲା । ଯାହା ଏବେ ବଜାରକୁ ଆସିବାକୁ ଯାଉଛି । ଏହା କର୍କଟ ଚିକିତ୍ସା ପାଇଁ ବରଦାନ ସଦୃଶ ହେବ ବୋଲି କୁହାଯାଉଛି । ସବୁଠୁ ବଡ଼ କଥା ହେଉଛି, ଏହି ମେଡିସିନ୍‌ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ରହିବନାହିଁ । ଜୁନ୍-ଜୁଲାଇରେ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI)ରୁ ଏହା ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି ।

ଏହି ଟ୍ୟାବଲେଟ୍ କେମୋଥେରାପି ଭଳି ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟାକୁ ୫୦% ହ୍ରାସ କରିବ । କର୍କଟ ରୋଗର ପୁନର୍ବାର ସମ୍ଭାବନାକୁ ୩୦% ହ୍ରାସ କରିବାରେ ସାହାଯ୍ୟ କରିପାରିବ । ଆସିବାକୁ ଥିବା ଏହି ଟାବ୍‌ଲେଟ୍‌ କର୍କଟ ରୋଗ ପାଇଁ ସବୁଠାରୁ ଶସ୍ତା ଏବଂ ପ୍ରଭାବଶାଳୀ ବୋଲି ଡାକ୍ତରମାନେ କହିଛନ୍ତି ।