• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବହୁତ ଲୋକ ଅଛନ୍ତି ସକାଳୁ ଉଠିବା ମାତ୍ରେ ତାଙ୍କୁ ଥକାପଣ ଅନୁଭବ ହୋଇଥାଏ ବା ଉଠିବାକୁ ଇଛା ହୋଇନଥାଏ । ଏଥି ପାଇଁ ଅଧିକାଂଶ ଲୋକ କଫି ପିଇବାର ସଉକ ରଖିଥାନ୍ତି । କଫି ପିଇବା ବିନା ସେମାନେ ନିଜକୁ କୌଣସି କାମରେ ଧ୍ୟାନ ଦେଇ ପାରନ୍ତି ନାହିଁ । ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯିଏ ବିନା କଫିରେ ଦିନ ଆରମ୍ଭ କରିପାରନ୍ତି ନାହିଁ । ଆପଣ ଯଦି ସେହି ଲୋକ ମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ତେବେ ଆପଣ ନିଜ ଶରୀରକୁ କ୍ଷତି ପହଁଚାଉଛନ୍ତି । ଆସନ୍ତୁ ଜାଣିବା କାହିଁକି ଖାଲି ପେଟରେ କଫି ପିଇବା ଭଲ ନୁହେଁ... 

ଖାଲି ପେଟରେ କଫି ପିଇଲେ କଣ ହୁଏ ?

ବହୁତ କାରଣ ରହିଛି ଯାହାଦ୍ୱାରା ସକାଳେ ଖାଲି ପେଟରେ କଫି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ । କଫି ଖାଲି ପେଟରେ ପିଇଲେ ଆମ ଶରୀରରେ ଥିବା କୋର୍ଟିସୋଲ ହରମୋନ୍ ଲେବୁଲ୍ ବଢିଯାଇଥାଏ ଯାହା ଓଭ୍ୟୁଲୋସନ, ଓଜନ ଓ ହରମୋନ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ । ସକାଳୁ ଷ୍ଟ୍ରେସ ହରମୋନ୍‌ର ଲେବୁଲ ଅଧିକ ରହିଥାଏ । କଫି ସେବନ ଦ୍ୱାରା କର୍ଟିସୋଲ ହରମୋନ କମିବା ବଦଳରେ ବଢିଯାଏ ।

ଅଧିକ ପଢ଼ନ୍ତୁ: ସାବଧାନ !! ଟିକେ ଟିକେ କଥାରେ ପେନକିଲର୍‌ ଖାଉଛନ୍ତି କି ? ହୋଇପାରେ ସାଙ୍ଘାତିକ..

୧. ଚିନ୍ତାରେ ପଡ଼ିପାରନ୍ତି: ଅଧିକ କଫି ପିଇବା ଦ୍ୱାରା ଚିନ୍ତାରେ ପଡ଼ିପାରନ୍ତି । ଏଥିପାଇଁ ମଣିଷ ଚିଡଚିଡାପଣ ଏବଂ କ୍ଳାନ୍ତ ଅନୁଭବ କରିଥାନ୍ତି । ଖାଲି ପେଟରେ କଫି ପିଇବା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହୋଇପାରେ ।

୨. ଏସିଡିଟି: ଖାଲି ପେଟରେ କଫି ପିଇବା ଦ୍ୱାରା ମଣିଷର ଭୋକ ମରିଯାଏ । ଏଥିପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୋଇ ନଥାଏ । ଏଥିପାଇଁ ପେଟରେ ଗ୍ୟାସ ଭଳି ସମସ୍ୟା ଦେଖା ଦିଏ । ତେଣୁ ପେଟରେ ଏସିଡିଟି ସମସ୍ୟା ଆରମ୍ଭ ହୋଇ ଦେହକୁ ଦୁର୍ବଳ କରିଦେଇଥାଏ ।

୩. ପୋଷଣ ଅଭାବ: ଯଦି ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ କଫି ପିଇବା ଅଭ୍ୟାସ ରଖିଛନ୍ତି, ତେବେ ଏହାକୁ ତୁରନ୍ତ ଛାଡିବା ଉଚିତ କାରଣ ଏହା ଶରୀରରେ ପୋଷକ ତତ୍ତ୍ୱର ଅବଶୋଷଣ କରିନିଏ । ଏହାଦ୍ୱାରା ଆପଣଙ୍କୁ ଭୋକ ଲାଗିବା ମଧ୍ୟ କମ୍ ହୋଇଯାଏ ।

୪. ହାଡ କମଜୋର ହେବା: ପ୍ରତିଦିନ ସକାଳେ ଖାଲି ପେଟରେ ଚା’ କିମ୍ବା କଫି ପିଇବା ଅଭ୍ୟାସ ଥିଲେ ଏହା ଖୁବ ଭୟଙ୍କର ହୋଇପାରେ । ଏହି ଅଭ୍ୟାସ ଯୋଗୁଁ କମ୍ ବୟସରେ ଆପଣଙ୍କ ଶରୀରର ଗଣ୍ଠି ଏବଂ ହାଡରେ ଯନ୍ତ୍ରଣା ଆରମ୍ଭ ହୋଇପାରେ । ତେବେ ଏହା ଧିରେ ଧିରେ ହାଡଗୁଡିକୁ କମଜୋର କରିଦେଇଥାଏ ।

୫. ଦାନ୍ତ ପାଇଁ କ୍ଷତିକାରକ: ଖାଲି ପେଟରେ କଫି ପିଇବା ଦ୍ୱାରା ଶରୀରରେ ଏସିଡିଟି ହୋଇଥାଏ । ଏହା ଦାନ୍ତ ସହ ସମ୍ପର୍କ ହେଲେ ଦାନ୍ତର ଏନାମଲ୍‌ ଖରାପ ହୋଇଥାଏ । ଯେଉଁଥିପାଇଁ ଦାନ୍ତ ଫୁଲିବା ସମସ୍ୟା ଦେଖାଦେବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ । ତେଣୁ ସକାଳୁ ଖାଲି ପେଟରେ କଫି ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇପାରେ ।

ଅଧିକ ପଢ଼ନ୍ତୁ: ସାବଧାନ! ବଢିବ ଥଣ୍ତା-କାଶ; ଆପଣାନ୍ତୁ ଏହି ଟିପ୍ସ, ହେବେନି ପୀଡିତ