Advertisment

Health Tips: ଇମ୍ୟୁନିଟିକୁ ମଜବୁତ କରେ, ଚର୍ବି କମାଏ ମନ୍ଦାର ଫୁଲ; କେମିତି ଖାଇବେ ଜାଣନ୍ତୁ

ସମସ୍ତେ ନିଶ୍ଚୟ ଲାଲ୍ ରଙ୍ଗର ମନ୍ଦାର ଫୁଲ ଦେଖିଥିବେ। କିନ୍ତୁ, ଆପଣ ଏହାର ଲାଭ ବିଷୟରେ ଜାଣିଛନ୍ତି କି? ଏହାର ଏପରି ଗୁଣ ଅଛି ଯାହା ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯଦି ଆପଣ ଏହାର ଆୟୁର୍ବେଦିକ ଗୁଣ ବିଷୟରେ ଜାଣି ନାହାଁନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ସ୍ୱତନ୍ତ୍ର ହେବ।

author-image
Pramod Behera
ଅଦ୍ୟତନ ହୋଇଛି
hibiscus beneficial for young skin as well as hair and bp

hibiscus beneficial for young skin as well as hair and bp

ଆପଣ ସମସ୍ତେ ନିଶ୍ଚୟ ଲାଲ୍ ରଙ୍ଗର ମନ୍ଦାର ଫୁଲ ଦେଖିଥିବେ। ଏହାକୁ ଆପଣ ହୁଏତ କେବଳ ଠାକୁର ପୂଜାରେ ବ୍ୟବହାର କରୁଥିବେ। କିନ୍ତୁ, ଆପଣ ଏହାର ଲାଭ ବିଷୟରେ ଜାଣିଛନ୍ତି କି? ବଗିଚା ଏବଂ ମନ୍ଦିର ଚାରିପାଖରେ ଆପଣ ଏହି ଉଦ୍ଭିଦ ଦେଖିଥିବେ ନିଶ୍ଚୟ। ଏହାର ଏପରି ଗୁଣ ଅଛି ଯାହା ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯଦି ଆପଣ ଏହାର ଆୟୁର୍ବେଦିକ ଗୁଣ ବିଷୟରେ ଜାଣି ନାହାଁନ୍ତି ତେବେ ଏହି ସୂଚନା ଆପଣଙ୍କ ପାଇଁ ସ୍ୱତନ୍ତ୍ର ହେବ।

Advertisment

ଲୌହ ଅଭାବ ଦୂର:

ଆୟୁର୍ବେଦିକ ମତରେ ମନ୍ଦାର ଗଛର ଫୁଲ ଏବଂ ପତ୍ର ସହିତ ଏହାର ଡାଳ ମଧ୍ୟ ଖୁବ ଉପକାରୀ। ଏହି ଫୁଲକୁ ଶୁଖାଇ ପାଉଡର ତିଆରି କରିବା ସହିତ ଏହି ପତ୍ରର ରସ ଖାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ। ଏହା ଆମ ଶରୀରରେ ଲୌହ ଅଭାବକୁ ମଧ୍ୟ ଦୂର କରିଥାଏ।

ଚର୍ବି କମାଏ:

ଏହାକୁ ବ୍ୟବହାର କରିବା ଦ୍ୱାରା ଏକ ଭିନ୍ନ ପ୍ରକାରର ଶକ୍ତି ମିଳିଥାଏ। ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ, ଯେଉଁ କାରଣରୁ ଶରୀରରେ ଚର୍ବି ମଧ୍ୟ କମିବା ଆରମ୍ଭ କରେ। ଏହା ଆଣ୍ଟି ଏଜିଙ୍ଗ୍ ଗୁଣର ଏକ ଭଣ୍ଡାର। ଖାଲି ଏତିକି ନୁହେଁ ଏହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

Advertisment

ଇମ୍ୟୁନିଟିକୁ ମଜବୁତ କରେ:

ମନ୍ଦାର ଚା’ ପିଇବା ମଧ୍ୟ ବହୁତ ଲାଭଦାୟକ। ଯେତେବେଳେ ଥଣ୍ଡା ଏବଂ କାଶ ହୁଏ, ସେତେବେଳେ ଏହାର ସେବନ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରେ କାରଣ ଏଥିରେ ଭିଟାମିନ୍ C ଥାଏ। ଏହାଦ୍ୱାରା ଗଳା ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ। ଏହା ବ୍ୟତୀତ ଏହା ଚୁଟି ସମସ୍ୟାକୁ ମଧ୍ୟ ଭଲ କରିଥାଏ। ଏହି ଫୁଲରେ ବହୁ ପରିମାଣର ଆଣ୍ଟି-ଏଜିଂ ଉପାଦାନ ମିଳିଥାଏ, ଯାହା ବୟସ ବଢିବା ସହିତ ଆପଣଙ୍କ ସୌନ୍ଦର୍ଯ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରେ।

ମନ୍ଦାର ବ୍ୟବହାରର ପଦ୍ଧତି:

ମନ୍ଦାର ଫୁଲକୁ ମଧ୍ୟ ଖିଆଯାଏ। ଏହାର ଶୁଖିଲା ଫୁଲଗୁଡିକକୁ ପାଉଡର କରି ଏବଂ ପତ୍ରକୁ ଜୁସ୍ ତିଆରି କରି ଖିଆଯାଏ। ଏହାର ଫୁଲକୁ ଗ୍ରାଇଣ୍ଡ୍ କରି ପେଷ୍ଟ ତିଆରି କରି ଦେହରେ ପ୍ରଲେପ ଦେଲେ ଫୁଲା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Health Tips Benefits Hibiscus For Hair
Advertisment
Advertisment