Advertisment

Yogasana: ପରୀକ୍ଷା ସମୟରେ କରନ୍ତୁ ଏହି ୪ଟି ଯୋଗାସନ; ଚାପରୁ ମିଳିବ ମୁକ୍ତି

ଯେଉଁ ପିଲାମାନେ ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷା ଦେଉଥାନ୍ତି, ସେମାନେ ପରୀକ୍ଷାକୁ ନେଇ ବହୁତ ଚାପରେ ଥାଆନ୍ତି। ଏପରି କି ପରୀକ୍ଷା ଚିନ୍ତାରେ ଅନେକ ପିଲା ମଧ୍ୟ ଅସୁସ୍ଥ ହୋଇପଡନ୍ତି। ଏହାର ଗୋଟିଏ କାରଣ ହେଉଛି ଚାପ। ପରୀକ୍ଷା ଦେଉଥିବା ପିଲାମାନଙ୍କ ବାପାମାଆମାନେ ପ୍ରତିଦିନ ସକାଳେ ସେମାନଙ୍କୁ କେଉଁସବୁ ଯୋଗାସନ କରେଇବା ନିହାତି ଆବଶ୍ୟକ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Best Yoga Poses To Tackle Exam Stress

Yoga for students during exam stress reduce

ବର୍ତ୍ତମାନ ପରୀକ୍ଷା ସମୟ ଆସିଛି। ସାଧାରଣତଃ ପରୀକ୍ଷାକୁ ନେଇ ଅନେକ ପିଲାମାନେ ଚିନ୍ତିତ ହୋଇଯାଆନ୍ତି। ବିଶେଷକରି ଯେଉଁ ପିଲାମାନେ ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷା ଦେଉଥାନ୍ତି, ସେମାନେ ପରୀକ୍ଷାକୁ ନେଇ ବହୁତ ଚାପରେ ଥାଆନ୍ତି।

Advertisment

ଏପରିକି ପରୀକ୍ଷା ଚିନ୍ତାରେ ଅନେକ ପିଲା ମଧ୍ୟ ଅସୁସ୍ଥ ହୋଇପଡନ୍ତି। ଏହାର ଗୋଟିଏ କାରଣ ହେଉଛି ଚାପ। ଚାପ ହେତୁ ସେମାନେ ସଠିକ୍ ଭାବରେ ଖାଆନ୍ତି ନାହିଁ କି ପିଅନ୍ତି ନାହିଁ କିମ୍ବା ପର୍ଯ୍ୟାପ୍ତ ପରିମାଣରେ ମଧ୍ୟ ଶୋଇ ପାରନ୍ତି ନାହିଁ। ଏଭଳି ପରିସ୍ଥିତିରେ ସେମାନେ ପରୀକ୍ଷା ସମୟରେ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରନ୍ତି। ପରୀକ୍ଷା ପାଇଁ ପ୍ରସ୍ତୁତ ପିଲାମାନଙ୍କର ବାପାମାଆ ସେମାନଙ୍କର ଖାଦ୍ୟ ଏବଂ ନିତ୍ୟକର୍ମ ବିଷୟରେ ସମ୍ପୂର୍ଣ୍ଣ ଯତ୍ନ ନେବା ଉଚିତ।

ପରୀକ୍ଷା ଚାପକୁ ହ୍ରାସ କରିବା ଏବଂ ଅଧ୍ୟୟନରେ ଏକାଗ୍ରତା ବଢାଇବାକୁ, ପିଲାମାନେ ନିୟମିତ ଭାବରେ କିଛି ଯୋଗାସନ ଅଭ୍ୟାସ କରିବା ଜରୁରୀ। ପରୀକ୍ଷା ଦେଉଥିବା ପିଲାମାନଙ୍କ ବାପାମାଆମାନେ ପ୍ରତିଦିନ ସକାଳେ ସେମାନଙ୍କୁ କେଉଁସବୁ ଯୋଗାସନ କରେଇବା ନିହାତି ଆବଶ୍ୟକ ଆସନ୍ତୁ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: ଆପଣ କମ ଉଚ୍ଚତାକୁ ନେଇ ଚିନ୍ତାରେ ପଡିଛନ୍ତି କି; କରନ୍ତୁ ଏହି ୫ ଆସନ… ବଢିଯିବ ଉଚ୍ଚତା

ତାଡାସନ:

ଅଧ୍ୟୟନ ପାଇଁ ପିଲାମାନଙ୍କ ମନକୁ ଏକାଗ୍ର କରିବା ପାଇଁ, ସେମାନଙ୍କୁ ତାଡାସନ ଅଭ୍ୟାସ କରାଇବା ଜରୁରୀ। ତାଡାସନ ପିଲାମାନଙ୍କର ଶ୍ୱାସକ୍ରିୟାର କ୍ଷମତାକୁ ବୃଦ୍ଧି କରିଥାଏ। ଏହି ଆସନ କରିବାକୁ ହେଲେ ସିଧା ଠିଆ ହୁଅନ୍ତୁ ଏବଂ ପାଦ ମଧ୍ୟରେ କିଛି ଦୂରତା ରଖନ୍ତୁ। ଏକ ଗଭୀର ଶ୍ୱାସ ନେଇ, ଦୁଇ ହାତକୁ ଉପରକୁ ଉଠାନ୍ତୁ। ଏହା ପରେ ଦୁଇ ଗୋଇଠିକୁ ଉଠାଇବା ସହ ଗୋଡ ଆଙ୍ଗୁଠି ଉପରେ ଠିଆ ହୁଅନ୍ତୁ। ଏହି ଅବସ୍ଥାରେ ଆପଣ ଶରୀରର ପ୍ରତ୍ୟେକ ଅଙ୍ଗରେ କିଛି ପ୍ରଭାବ ଅନୁଭବ କରିବେ। ଏହି ଅବସ୍ଥାରେ କିଛି ସମୟ ରହିବା ପରେ ସାଧାରଣ ସ୍ଥିତିକୁ ଫେରନ୍ତୁ। ଏହି ଆସନକୁ ୧୦ରୁ ୧୫ ଥର ପୁନରାବୃତ୍ତି କରନ୍ତୁ।

ଭୁଜଙ୍ଗାସନ:

ଏହି ଆସନ ଅଭ୍ୟାସର ଅନେକ ସ୍ୱାସ୍ଥ୍ୟ ଉପକାର ରହିଛି। ଭୁଜଙ୍ଗାସନ ଅଭ୍ୟାସ କରିବାକୁ ହେଲେ ପ୍ରଥମେ ପେଟ ମାଡି ସିଧା ଶୋଇ ରୁହନତୁ ଏବଂ ଗୋଡ ମଧ୍ୟରେ ଟିକିଏ ଦୂରତା ରଖନ୍ତୁ। ବର୍ତ୍ତମାନ ଛାତି ଆଡକୁ ଦୁଉ ହାତ ନେଇ ପାପୁଲିକୁ ତଳେ ରଖନ୍ତୁ। ଗଭୀର ଶ୍ୱାସ ନେଇ ନାଭି ପାଖରୁ ମୁଣ୍ଡ ପର୍ଯ୍ୟନ୍ତୁ ଉପରକୁ ଉଠାନ୍ତୁ ଏବଂ ଆକାଶ ଆଡ଼କୁ ଦେଖନ୍ତୁ। ସେହି ଅବସ୍ଥାରେ କିଛି ସମୟ ରୁହନ୍ତୁ। ତା’ପରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ। ଏହି ପ୍ରକ୍ରିୟାକୁ ତିନି-ଚାରିଥର ପୁନରାବୃତ୍ତି କରନ୍ତୁ।

ପର୍ବତାସନ:

ପର୍ବତାସନ ଅଭ୍ୟାସ କରିବାକୁ ପ୍ରଥମେ ପଦ୍ମାସନରେ ବସନ୍ତୁ। ବର୍ତ୍ତମାନ ଉଭୟ ହାତର ଆଙ୍ଗୁଠିକୁ ଏକାଠି କରି ଏକ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ହାତକୁ ଉପରକୁ ଉଠାନ୍ତୁ। ଶରୀର ଏବଂ ହାତକୁ ଉପର ଆଡକୁ ଟାଣନ୍ତୁ। ଷ୍ଟ୍ରେଚ୍ ସମୟରେ ଶ୍ୱାସକୁ ଧରି ରଖନ୍ତୁ। ବର୍ତ୍ତମାନ ଧୀରେ ଧୀରେ ଶ୍ୱାସ ଛାଡି ପୂର୍ବ ସ୍ଥିତିକୁ ଫେରି ଆସନ୍ତୁ। ଏହି ଆସନକୁ ଚାରିରୁ ପାଞ୍ଚ ଥର ପୁନରାବୃତ୍ତି କରନ୍ତୁ।

ପାଦହସ୍ତାସନ:

ପାଦହସ୍ତାସନ ଅଭ୍ୟାସ କରିବାକୁ, ସିଧା ଠିଆ ହୁଅନ୍ତୁ ଏବଂ ହାତକୁ ଶରୀରରେ ଯୋଡି ରଖନ୍ତୁ। ଶ୍ୱାସ ନିଅନ୍ତୁ ଏବଂ ମୁଣ୍ଡ ଉପରକୁ ଦୁଇ ହାତା ଆଣନ୍ତୁ। ଏହି ସମୟରେ ଶରୀରକୁ ଉପରକୁ ଟାଣନ୍ତୁ। ବର୍ତ୍ତମାନ ଶ୍ୱାସ ଛାଡି ମେରୁଦଣ୍ଡକୁ ସିଧା ରଖନ୍ତୁ। ଏହି ସମୟରେ, ଆଣ୍ଠୁ ଏବଂ ହାତକୁ ସିଧା ରଖି ଅଣ୍ଟା ପାଖରୁ ଆଗକୁ ଭାଙ୍ଗନ୍ତୁ। ବର୍ତ୍ତମାନ ହାତକୁ ଚଟାଣରେ ରଖନ୍ତୁ କିମ୍ବା ଗୋଡକୁ ଧରି ରଖିବାକୁ ଚେଷ୍ଟା କରନ୍ତୁ।

ଅଧିକ ପଢ଼ନ୍ତୁ: ଆପଣ ସ୍ପଣ୍ଡିଲାଇଟିସ୍ ଏବଂ ପିଠି ଯନ୍ତ୍ରଣାରେ ପୀଡିତ କି… କରନ୍ତୁ ଏହି ୩ ଯୋଗାସନ

Yogasana Health Tips Exam Stress
Advertisment
Advertisment