• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯୁବକଙ୍କ ଅଜବ କାରନାମା, ଶୁଣିଲେ ହେବେ ତାଜୁବ । ଗିଳିଦେଲେ ୩୯ଟି କଏନ୍‌ ଓ ୩୭ଟି ଚୁମ୍ୱକ । ଗିଳିବା ପଛରେ ରହିଛି ମଧ୍ୟ ଅଜବ କାରଣ । ଦୁଇ ଦିନ ତଳେ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ଡାକ୍ତରମାନେ ୨୬ ବର୍ଷର ଯୁବକଙ୍କ ପେଟରୁ ୩୯ଟି କଏନ୍‌ ଓ ୩୭ଟି ଚୁମ୍ବକ ଖଣ୍ଡ ବାହାର କରିଛନ୍ତି । କିଛିଦିନ ତଳେ ଯୁବକ ଜଣଙ୍କ କଏନ୍‌ଗୁଡ଼ିକ ଗିଳି ଦେଇଥିଲେ ।

ଯେତେବେଳେ ଯୁବକଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଲା, ସେତେବେଳେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତରଖାନାରେ, ଚିକିତ୍ସା ସମୟରେ ତାଙ୍କ ପେଟରେ କିଛି କଏନ୍‌ ଥିବା ଦେଖିବାକୁ ପାଇଥିଲେ । ବହୁତ ପରୀକ୍ଷା ହେବା ପରେ ଏଭଳି ଜିନିଷ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛି ଯୁବକ ଜଣଙ୍କ ନିଜର ବଡ଼ି ବିଲ୍ଡିଂ ପାଇଁ କଏନ୍‌କୁ ଗିଳି ଦେଇଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ତାଙ୍କ ଶରୀରରେ ଜିଙ୍କ୍‌ (Zinc) ପରିମାଣ ବଢାଇବା ପାଇଁ ୩୯ଟି କଏନ୍‌ ଓ ୩୭ଟି ଚୁମ୍ବକ ଖଣ୍ଡକୁ ଗିଳି ଦେଇଥିଲେ । ଯୁବକଙ୍କର ସମ୍ପର୍କୀୟ କହିଛନ୍ତି ଯେ ସେ ମାନସିକ ସ୍ତରରେ ଠିକ୍‌ ନାହିଁନ୍ତି । ଯାହା ଫଳରେ ସେ ବେଳେବେଳେ ଏମିତି କଏନ୍‌ ଗିଳି ଦିଅନ୍ତି । 

ଅଧିକ ପଢ଼ନ୍ତୁ: ମହିଳାଙ୍କ ଅଜବ କାରନାମା; ନାକର କଲେ ଅନ୍ତିମ ସଂସ୍କାର, ଦେଲେ ଭୋଜି

 ଡାକ୍ତର ତରୁଣ ମିତ୍ତଲ କହିଛନ୍ତି ଯେ ଏକ୍ସ-ରେ ପରେ କଏନ୍‌ ଭଳି ଜିନିଷ ଦେଖିବାକୁ ମିଳିଥିଲା । ଏହା ପରେ ଯୁବକଙ୍କର ପେଟର ସିଟି ସ୍କାନ କରାଯାଇଥିଲା । କଏନ୍‌ ଓ ଚୁମ୍ବକକୁ ଗିଳି ଦେବା ଯୋଗୁଁ ଏହା ଅନ୍ତନଳୀରେ ଜମା ହୋଇ ରହିଥିଲା । ଏହା ଦେଖି ଡାକ୍ତରମାନେ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ । ଅସ୍ତ୍ରୋପଚାର ସମୟରେ ଯୁବକଙ୍କ ପେଟରୁ ଚୁମ୍ବକ ଓ କଏନ୍‌ ବାହାରିଥିଲା ।

 ଯେତେବେଳେ ଯୁବକଙ୍କ ପେଟର ସିଟି ସ୍କାନ୍‌ ପରୀକ୍ଷା କରାଯାଇଥିଲା, ବହୁ ସଂଖ୍ୟକ କଏନ୍‌ ଓ ଚୁମ୍ବକ ଦେଖିବାକୁ ମିଳିଥିଲା ​​। ଡାକ୍ତରମାନେ ଅସ୍ତ୍ରୋପଚାର କରି ରୋଗୀର ପେଟରୁ ସବୁ କଏନ୍‌ ଓ ଚୁମ୍ୱକୁ ବାହାର କରିଥିଲେ । ଏହି କଏନ୍‌ଗୁଡ଼ିକ ମୋଟ ୩୯ଟି ଥିଲା, ଯେଉଁଥିରେ ୧ ଟଙ୍କିଆ, ୨ ଟଙ୍କିଆ ଓ ପାଞ୍ଚ ଟଙ୍କିଆ ମିଳିଥିଲା । ଏହା ବ୍ୟତୀତ ଅସ୍ତ୍ରୋପଚାର ମାଧ୍ୟମରେ ୩୭ଟି ଚୁମ୍ବକ ମଧ୍ୟ ବାହାର କରାଯାଇଥିଲା । ଚିକିତ୍ସାର ସାତ ଦିନ ପରେ ଡାକ୍ତରଖାନାରୁ ଯୁବକଙ୍କୁ ଡିସଚାର୍ଜ କରାଯାଇଛି ।