କେଉଁଠି ଲୁଚିଛି ଷଷ୍ଠ ଅଭିଯୁକ୍ତ ? ଏହି ଘଟଣାରେ ଆଉ ଜଣେ, ନା ୟା ପଛରେ ଅଛନ୍ତି ଆହୁରି ଅନେକ ଷଡ଼ଯନ୍ତ୍ରକାରୀ ? ସହଦେବଙ୍କ ହତ୍ୟାକୁ ୪ ଦିନ ବିତିଯାଇଥିଲେ ବି ତଥାପି ପୋଲିସ ଆଖିରେ ଧୂଳି ଦେଇ ଫେରାର ଅଛି ୬ଷ୍ଠ ଅଭିଯୁକ୍ତ ସୁଶାନ୍ତ ।
ଭଦ୍ରକର ଜଣେ ବିଜେଡି ବିଧାୟକଙ୍କ ଲିଙ୍କ୍ ନେଇ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାର କଂଗ୍ରେସ ନେତା ଅସିତ ପଟ୍ଟନାୟକ କହିଛନ୍ତି, ଯଥାଶୀଘ୍ର ବିଧାୟକଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ଏଣେ ବିଜେଡି କହିଛି, ଅଭିଯୋଗ ଭିତ୍ତିହୀନ। ଯଦି କାହାର ଲିଙ୍କ ଅଛି, କ୍ଷମତାରେ ଅଛନ୍ତି ତଦନ୍ତ କରି ସାମ୍ନାକୁ ଆଣନ୍ତୁ।
ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ୍ ଭାବରେ କିଛି ମାଫିଆ ମାଛ ମାରୁଥିଲେ। ଏନେଇ ଖବର ପାଇବା ପରେ ଟ୍ରଲରରେ ରେଡ୍ କରିଥିଲା ବନ ବିଭାଗ। ବନବିଭାଗ ପାଟ୍ରୋଲିଂ ଟିମ୍ ଉପରକୁ ମାଛ ମାଫିଆଙ୍କ ଆକ୍ରମଣ ।
ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଂକ୍ ଥିଲା ବୋଲି ଅଭିଯୋଗ ଆଣିଛନ୍ତି ସାଂସଦ ପ୍ରଦୀପ ପୁରୋହିତ। ସବୁ ନିୟମ କାନୁନକୁ ଭାଙ୍ଗି ତାଙ୍କୁ ପର୍ଯ୍ୟାପ୍ତ କାମ ଦିଆଯାଉଥିବା ଏବଂ ଏଥିରେ ଶହ ଶହ କୋଟି ଲୁଟ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି।ଏହି ଠକେଇରେ କିଛି ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ସୁରାକ୍ ପାଇଛି ପୋଲିସ୍। ହେଲେ ପ୍ରଦୀପଙ୍କ ଆଜିର ବୟାନ ଅନେକ ପ୍ରଶ୍ନ ଛିଡ଼ା କରିଛି।
ପୋଲିସ ଆଗରେ ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ସେ ଲୋମ ଟାଙ୍କୁରା ଘଟଣା l ସହଦେବକୁ ମାରିବାକୁ ଅଭୁଯୁକ୍ତ ମାନେ ୧୬ କିଲୋମିଟର ବାଇକରେ ଗୋଡ଼ାଇଥିଲେ l
ଟେରା କରୁଛି ଠକ ଯୋଡ଼ିଙ୍କ ଗାଡ଼ିଘୋଡ଼ା ସହ କୋଠାବାଡ଼ି । ଏଯାଏଁ ମିଳିଲାଣି ନଗଦ କ୍ୟାସରେ କିଣାଯାଇଥିବା ୭ ବିଳାସପୂର୍ଣ୍ଣ କାର୍ । ୧୨ ଦିନର ଖୋଳତାଡ଼ ଭିତରେ ଶହେ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ । ଆଗକୁ ଖୋଲିପାରେ ପ୍ରଭାବଶାଳୀ ପଲଟିକାଲ ଲିଙ୍କ୍ । ପୋଲିସ କମିଶନରଙ୍କ ଇସାରା ପରେ ଜୋର୍ ଧରିଲା ଚର୍ଚ୍ଚା ।
ଆର୍ଥିକ ଦିଗକୁ ଧରି ଖୋଳତାଡ଼ ଚଳାଇଥିବା ଆୟକର ବିଭାଗ କିଛି ରାଜନେତା ଏବଂ ବିଲଡରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ବ୍ୟକ୍ତିଙ୍କ ପାଖକୁ ଆସନ୍ତା ସୋମବାରରୁ ଆୟକର ବିଭାଗ ନୋଟିସ୍ ପଠାଇବ। ମାମଲାରେ ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଣ୍ଟ୍ରି ମାରିବ ବୋଲି ସୂଚନା ମିଳିଛି।
ମୃତ ମହିଳା ମେଦିନାପୁର ଜିଲ୍ଲାର ଗଡବେଟା ଅଞ୍ଚଳର ମାମୋନି ରୁଇ ଦାସ । ସେ ଗର୍ଭବତୀ ଥିଲେ। ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୁଧବାର ରାତିରେ ମାମୋନି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
୧୯୭୯ ଆରମ୍ଭରୁ ଭାଗଲପୁରରେ ଅପରାଧୀଙ୍କୁ ସାବାଡ଼ କରିବାକୁ ଋଣନୀତି ପ୍ରସ୍ତୁତ ହୋଇଥିଲା। ଗିରଫ ପରେ ଯେହେତୁ ଅପରାଧୀମାନେ ସାକ୍ଷୀ ଅଭାବରୁ ଖସିଯାଉଛନ୍ତି, ସେଥିପାଇଁ ଏମାନଙ୍କୁ ସାବାଡ଼ କରିବାକୁ ସେ ସମୟରେ ପୁଲିସ ଯେଉଁ ନିଷ୍ପତ୍ତି ନେଇଥିଲା, ଏକଥା ଶୁଣିଲେ ଦେହ ଶୀତେଇଯିବ। ଏକ ଅଜଣା ଭୟରେ ଛାତି ଥରିଉଠିବ।
ପୋଖରୀଟି ତାଙ୍କ ଘର ନିକଟରେ ରହିଛି, କିନ୍ତୁ ରାଠୋରଙ୍କ ପରିବାର ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ବହୁ ପୂର୍ବରୁ ଏହାକୁ ମନ୍ଦିରର ପୂଜାରୀମାନଙ୍କୁ ଦାନ କରିଦେଇଥିଲେ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପୋଖରୀରୁ କୁମ୍ଭୀରମାନଙ୍କୁ ବାହାର କରିବା ପାଇଁ ସେ ଅନେକ ଥର ବନ ବିଭାଗକୁ ଚିଠି ଲେଖିଛନ୍ତି।
ଏଣେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଆୟକର ବିଭାଗ ଗଲା ୪ଦିନ ହେଲା ବଣ୍ଟି-ବବଲି ଯୋଡ଼ିଙ୍କ ଗୁପ୍ତ ଆର୍ଥିକ ସାମ୍ରାଜ୍ୟ ଭିତରକୁ ଯେତିକି ପଶୁଛି ଅନୀଲ-ହଂସିତାଙ୍କ ସଂପତ୍ତିର ରହସ୍ୟ ସେତିକି ଭେଦୁଛି। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ୧୦୦ କୋଟି ପାର୍ କରି ସାରିଥିବାବେଳେ ତାଭିତରେ ରହିଛି ୫୮ କୋଟିର ବେନାମୀ ସଂପତ୍ତି।
ପୋଲିସ ତଦନ୍ତରୁ ଜଣାପଡିଛି ଯେ ନାକଡୁ ଯାଦବ ଗାଁର ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲା। ଏହା ସତ୍ତ୍ୱେ, ସେ ୧୯୮୯ ମସିହାରେ ଅଷ୍ଟମ ଶ୍ରେଣୀ ପାସ୍ କରିବାର ନକଲି ମାର୍କସିଟ୍ ଦେଖାଇ ହୋମଗାର୍ଡ ଚାକିରି ପାଇଥିଲା। ପୂର୍ବରୁ ସେ ଲୋକାଇ ଯାଦବଙ୍କ ପୁଅ ନାକଡୁ ଯାଦବ ଭାବରେ ଜଣାଶୁଣା ଥିଲା, କିନ୍ତୁ ଚାକିରି ପାଇବା ପରେ ପରିଚୟ ବଦଳିଗଲା।
ଏଣେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଆୟକର ବିଭାଗ ଗଲା ୪ଦିନ ହେଲା ବଣ୍ଟି-ବବଲି ଯୋଡ଼ିଙ୍କ ଗୁପ୍ତ ଆର୍ଥିକ ସାମ୍ରାଜ୍ୟ ଭିତରକୁ ଯେତିକି ପଶୁଛି ଅନୀଲ-ହଂସିତାଙ୍କ ସଂପତ୍ତିର ରହସ୍ୟ ସେତିକି ଭେଦୁଛି। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ୧୦୦ କୋଟି ପାର୍ କରି ସାରିଥିବାବେଳେ ତାଭିତରେ ରହିଛି ୫୮ କୋଟିର ବେନାମୀ ସଂପତ୍ତି।
ଓଟିଭିର ଟିଟିଲାଗଡ ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ, ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କୁ ତଣ୍ଟିଚିପି ହତ୍ୟା କରିବାର ଉଦ୍ୟମ ମଧ୍ୟ କଲେ ।
ସମ୍ବଲପୁରରେ ମଣପୁରମ finance limited ଅଫିସରୁ ସୁନା ଓ ଟଙ୍କା ଲୁଟ ଘଟଣାରେ ଚୋରକୁ ଧରାଇଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର। ଏଭଳି ଏକ ପଦକ୍ଷେପ ନେଇଛି ପୋଲିସ।
ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ ଦେହ ବେଡ ବକ୍ସରୁ ଉଦ୍ଧାର କରାଯାଇଛି। ଦମ୍ପତିଙ୍କ ସହ ୩ ଜଣ ଶିଶୁ ରହିଥିବା ବେଳେ କ୍ଷତ ବିକ୍ଷତ ଶରୀର ଥିବାରୁ ହତ୍ୟା ସନ୍ଦେହ କରାଯାଇଛି। ସ୍ବାମୀ ସ୍ତ୍ରୀଙ୍କ ସହିତ ୩ଜଣ ଝିଅଙ୍କୁ ମଧ୍ୟ ହତ୍ୟା କରାଯାଇଛି।
ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ଛତ୍ରଛାୟାରେ ହଂସିତା ଓ ଅନୀଲ ଆରମ୍ଭ କରିଥିଲେ ତାଙ୍କର କଳା ସାମ୍ରାଜ୍ୟ। ସବୁ ଶିଳ୍ପ ସଂସ୍ଥା ଓ କର୍ପୋରେଟ ହାଉସ ଗୁଡିକରେ ତାଙ୍କର ଥିଲା ଅବାଧ ପ୍ରବେଶ। ତେବେ ହଂସିତାଙ୍କ ଲିଙ୍କ୍ରେ ଦୁଇ ପୂର୍ବତନ ମନ୍ତ୍ରୀ କିଏ ?
୨୦୦୧ ମସିହାରେ ଏକ ହତ୍ୟା ମାମଲାରେ ଜଣେ୧୪ ବର୍ଷୀୟ ବାଳକ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ମୃତ୍ୟୁଦଣ୍ଡ ମିଳିଥିଲା । ତେବେ ଜଣେ ବାଳ ଅପରାଧୀ ଭାବେ ତା'ର ଯୁକ୍ତିକୁ କୋର୍ଟ ଏପରିକି ସୁପ୍ରିମକୋର୍ଟ ପୂର୍ବରୁ ଅଣଦେଖା କରିଥିଲେ । ସୁପ୍ରିମକୋର୍ଟ ଏହି ମତ ଦେବା ସହ ୨୫ ବର୍ଷ ଧରି ଜେଲରେ ଥିବା ଏହି ଅପରାଧୀକୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ତାକୁ ଥଇଥାନ କରିବାକୁ ମଧ୍ୟ କହିଛନ୍ତି ।
ରସୁଲଗଡ଼-ବାଣୀବିହାର ଓଭରବ୍ରିଜ ଉପରେ ସହଦେବଙ୍କୁ ହତ୍ୟା ଘଟଣାରେ ଥିଲେ ସ୍ୱାମୀ ଲକ୍ଷ୍ମୀଧର ନାୟକ ଓ ସ୍ତ୍ରୀ ଲିପିକା ମୁଖ୍ୟ ଅଭିଯୁକ୍ତ । ଯାହାର ତଦନ୍ତ କରି ମଞ୍ଚେଶ୍ୱର ଥାନା ପୋଲିସ ଏବେ ଗୋଟିଏ ପରେ ଗୋଟିଏ ସତ୍ୟ ପଦାକୁ ଆଣୁଛି ।
ଲୁହଛଳ ଛଳ ଆଖି...ନିଜକୁ ନିରୀହ ଦର୍ଶାଇବାର ପ୍ରୟାସ...୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା...କ୍ୟାମେରା ଆଗରେ କାନ୍ଦିଲେ ବିଷ୍ଣୁପ୍ରିୟା ଓରଫ୍ ରାକ୍ଷୀ ଓରଫ୍ ହର୍ଷିତା ଓରଫ୍ ହଂସିତା ଅଭିଲିପ୍ସା...କହୁଛନ୍ତି ତାଙ୍କୁ ଫସାଇ ଦିଆଯାଇଛି ।
ଲୁହଛଳ ଛଳ ଆଖି...ନିଜକୁ ନିରୀହ ଦର୍ଶାଇବାର ପ୍ରୟାସ...୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା...କ୍ୟାମେରା ଆଗରେ କାନ୍ଦିଲେ ବିଷ୍ଣୁପ୍ରିୟା ଓରଫ୍ ରାକ୍ଷୀ ଓରଫ୍ ହର୍ଷିତା ଓରଫ୍ ହଂସିତା ଅଭିଲିପ୍ସା...କହୁଛନ୍ତି ତାଙ୍କୁ ଫସାଇ ଦିଆଯାଇଛି ।
ଦିନ ଦ୍ୱିପହର ... ରାସ୍ତା ମଝି ... ଖୋଲା ମେଲା ଯାଗା, ପ୍ରବଳ ଲୋକ ଗଦା । ତଥାପି ହେଲା ଛୁରା ମାଡ଼ । ଶହ ଶହ ଲୋକଙ୍କ ସାମ୍ନାରେ ଜଣେ ଯୁବକ, ନିଜ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କୁ ଛୁରାମାଡ଼ କରିଛି ।
କ୍ୟାମେରା ଆଗରେ କାନ୍ଦିଲେ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା । କ୍ୟାମେରା ଆଗରେ କାନ୍ଦି କାନ୍ଦି କହିଲେ ଆମକୁ ଫସେଇ ଦିଆଯାଇଛି ।
ରାଜଧାନୀରେ ସଦଦେବ ନାୟକ ହତ୍ୟା ମାମଲାରେ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଗିରଫ ୩ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଧଉଳି ନିକଟ ଦୟାନଦୀ ବ୍ରିଜ ପାଖରେ ସରଜମିନ ତଦନ୍ତ ହୋଇଛି।
ହାଇପ୍ରୋଫାଇଲ୍ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା ଉଡ଼ାଉଛନ୍ତି ହୋସ୍। ତାଙ୍କ ଠକ ସାମ୍ରାଜ୍ୟର ନେଟୱାର୍କରେ ନୂଆ ନୂଆ ଚେହେରାଙ୍କ ଆବିର୍ଭାବ। ପ୍ରଥମେ ଚର୍ଚ୍ଚା ହେଉଥିଲା କ୍ରାଇମ ପାର୍ଟନର ଅନୀଲ ମହାନ୍ତିଙ୍କ ନାଁ...ପରେ ସାମ୍ନାକୁ ଆସିଲେ କନ୍ଧମାଳ ବାଲିଗୁଡ଼ାର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ...ଆଉ ଏବେ ସରୋଜ ସାହୁ।