ନିଇତି ଚିହ୍ନଟ ହେଉଛନ୍ତି ଚାର୍ ସୋ ବିସ୍ ହଂସିତା ଓରଫ୍ ବିଷ୍ଣୁପ୍ରିୟା ଚାନ୍ଦଙ୍କ ନୂଆ ନୂଆ ସ୍ବାମୀ । ସଂଖ୍ୟା ୪ରେ ପହଁଚିଲାଣି । ୨୦୧୬ରେ ଜଣେ ବିଲଡରଙ୍କ ପତ୍ନୀ ପରିଚୟ ଦେଇ ରାଜଧାନୀରେ ଜାଗା ମାଡି ବସିବାକୁ କରିଥିଲେ ଉଦ୍ୟମ ।
ଟେରା କରୁଛି ଠକ ଯୋଡ଼ିଙ୍କ ଗାଡ଼ିଘୋଡ଼ା ସହ କୋଠାବାଡ଼ି । ଏଯାଏଁ ମିଳିଲାଣି ନଗଦ କ୍ୟାସରେ କିଣାଯାଇଥିବା ୭ ବିଳାସପୂର୍ଣ୍ଣ କାର୍ । ୧୨ ଦିନର ଖୋଳତାଡ଼ ଭିତରେ ଶହେ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ । ଆଗକୁ ଖୋଲିପାରେ ପ୍ରଭାବଶାଳୀ ପଲଟିକାଲ ଲିଙ୍କ୍ । ପୋଲିସ କମିଶନରଙ୍କ ଇସାରା ପରେ ଜୋର୍ ଧରିଲା ଚର୍ଚ୍ଚା ।
ଭଦ୍ରକ ଧାମନଗର ଅଞ୍ଚଳରେ କୃଷି ଯନ୍ତ୍ରପାତି ଯୋଗାଣ ଆଳରେ ବିଶ୍ବାସ ଜନ୍ମାଇ ଚାରି ଚାରି ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଜଣେ ଠକ ଚୂନ ଲଗାଇବା ପରେ ସୃଷ୍ଟି ହୋଇଛି ହଇଚଇ।
ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ରାଜଧାନୀରେ ଘର ଭଡା ଖୋଜୁଛନ୍ତି କି, ସିଧା ମାଲିକଙ୍କୁ ଯୋଗାଯୋଗ କରନ୍ତୁ। ବ୍ରୋକର କି ଦଲାଲଙ୍କ ହାବୁଡ଼ରେ ପଡ଼ିଲେ ମଲ। କେତେବେଳେ ସେମାନେ ଅନ୍ୟ ଘରକୁ ଅନଲାଇନ୍ ରେ ବିଜ୍ଞାପନ ଦେଇ ତ କେତେବେଳେ ନିଜେ ମାଲିକ ସାଜି ଗୋଟିଏ ଘରକୁ ଏକାଧିକ ଲୋକଙ୍କୁ ଦେଖାଇ ହଜାର ହଜାର ଟଙ୍କାର ଚୂନ ଲଗାଇ ଫେରାର ମାରୁଛନ୍ତି। ଏଭଳି ଠକେଇର ଶିକାର ବ୍ୟକ୍ତି ପୋଲିସର ଦ୍ବାରସ୍ଥ ହେବା ପରେ ଫିଟିଛି ଗୁମର।...
ରଙ୍ଗିଲା ସତ୍ୟ ସାମଲର ରଙ୍ଗୀନ ଦୁନିଆ । ଦିନ ଗଡିବା ସହ ବଢୁଛି ଅଭିଯୋଗର ଫର୍ଦ୍ଦ । ଯେତେ ଖୋଳିଲେ ସେତେ ବାହାରୁଛି ଚାଂଚଲ୍ୟକର ତଥ୍ୟ । ଲକଡାଉନରେ ଆରମ୍ଭ କରିଥିଲା ‘ମିଶନ ଡିଭୋର୍ସି ଓ ୱିଡୋ’ ।
କେତେବେଳେ ସିବିଆଇ ଅଫିସର ତ ଆଉ କେତେବେଳେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ଅଧିକାରୀ । କାହା ପାଇଁ ପାଇଲଟ ତ ଆଉ କାହାପାଇଁ ଷ୍ଟାର ହୋଟେଲ ମ୍ୟାନେଜର। ମହିଳାଙ୍କୁ ଫସାଇବାକୁ ଏମିତି ରଙ୍ଗ ବଦଳାଉଥିଲା ରଙ୍ଗିଲା ସତ୍ୟ ସାମଲ।
୫୪ ରାଣୀଙ୍କୁ ଜଣେ ରାଜା । ଆପଣ ଭାବୁଥିବେ ଏହା କୌଣସି ଏକ କାଳ୍ପନିକ କାହାଣୀ । କିନ୍ତୁ ଏହା ନା କାଳ୍ପନିକ ନା ପୌରାଣିକ । ଆମେ ଏବେ ଆପଣଙ୍କ ସାମ୍ନାକୁ ଏମିତି ଜଣେ ଠକ ରସିକକୁ ଆଣିବାକୁ ଯାଉଛୁ, ଯିଏ ୫ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସେଇ ବିବାହ କରିଥିଲା ବେଳେ ଆହୁରି ୪୯ ଜଣଙ୍କ ଟଚରେ ଥାଇ ପୋଲିସ ହାବୁଡ଼ରେ ପଡ଼ିଛି । କିଏ ସେ ଠକ ରସିକ, ବିବାହ ନାରେ କିଭଳି ଥିଲା ତା ପ୍ରେମ ଚକ୍ରବ୍ୟୂହ, ଦେଖନ୍ତୁ...
ସତ୍ୟଜିତ ସାମଲ କୌଣସି ମାମୁଲି ଯୁବକ ନୁହଁ। ୫୪ ମହିଳାଙ୍କ ହୃଦୟର ରାଜା। ତା’ମଧ୍ୟରୁ ୫ଜଣଙ୍କୁ କରିଛି ବିବାହ। ଲାଇନରେ ଥିଲେ ଆଉ ୪୯ ।
ମାଆ ମରିଯିବା କଥା କହି ଆକାଉଣ୍ଟରୁ ନେଇଗଲେ ଲକ୍ଷେ ଟଙ୍କା। ପୁଣି ଫୋନ୍ କରି ନେଲେ ୧୭ ହଜାର ଟଙ୍କା...ଚାହୁଁ ଚାହୁଁ ୫ ଲକ୍ଷ ହୋଇଗଲା ଗାଏବ, ଦେଖନ୍ତୁ ତା’ପରେ ହେଲା କଣ?
Airtel ରୁ BSNL କରିବାକୁ ଯାଇଥିଲେ ଦୋକାନ। OTP ଦିଅନ୍ତୁ ବୋଲି କମ୍ପାନୀରୁ ଆସିଲା ଫୋନ କଲ। ନମ୍ବର ପୋର୍ଟାବିଲିଟି ହେବ କ’ଣ? ଆକାଉଣ୍ଟରୁ କଟିଚାଲିଲା ଲକ୍ଷାଧିକ ଟଙ୍କା...
ମୋବାଇଲ ସଜାଡ଼ିବାକୁ ଦୋକାନୀକୁ ଦେଇଥିଲେ ମୋବାଇଲ କିନ୍ତୁ ବ୍ୟାଙ୍କ ଆକାଉଣ୍ଟରୁ ଉଡ଼ିଗଲା ଅପରେସନ୍ ପାଇଁ ରଖିଥିବା ଟଙ୍କା, ଦେଖନ୍ତୁ କେମିତି ଏହା ସମ୍ଭବ ହେଲା?
ଭାଇର ଅପରେସନ୍ ପାଇଁ ଟଙ୍କା ରଖିଥିଲେ, କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା...ଖୋଜିବା ବେଳକୁ ଆଉ କିଛି ନାହିଁ
ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍ ପଠାଇ କହୁଛନ୍ତି ଆପଣଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ପ୍ରାଇଜ୍ ଉଠିଛି। ହେଲେ ସେହି ମେସେଜ୍ ଅନୁସାରେ କାମ କଲେ ଆକାଉଣ୍ଟରୁ ଉଡ଼ିଯାଉଛି ଟଙ୍କା...ଜାଣନ୍ତୁ କେମିତି?
୧୦ ହଜାର ଦିଅ, ୧୫ ହଜାର ଦିଅ। ଲୋନ୍ କରିଦେବେ ବୋଲି ବାରମ୍ବାର ଟଙ୍କା ନେଲେ କିନ୍ତୁ ପୂରା ଠକିଦେଲେ। ୭୧ ହଜାର ଦେଇ ଟେନ୍ସନ୍ରେ ହିତାଧିକାରୀ ଆଉ ଟଙ୍କା ଲୁଟି ଅୟସ୍ରେ ସାଇବର ଅପରାଧୀ...ଦେଖନ୍ତୁ କେମିତି ବିଛାଯାଇଥିଲା ଲୁଟ୍ର ମାୟାଜାଲ