Advertisment

Bunty-Babli Row: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା; କ୍ୟାମେରା ଆଗରେ କାନ୍ଦି କହିଲେ, ଆମେ ନିର୍ଦ୍ଦୋଷ..

ଲୁହଛଳ ଛଳ ଆଖି...ନିଜକୁ ନିରୀହ ଦର୍ଶାଇବାର ପ୍ରୟାସ...୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା...କ୍ୟାମେରା ଆଗରେ କାନ୍ଦିଲେ ବିଷ୍ଣୁପ୍ରିୟା ଓରଫ୍ ରାକ୍ଷୀ ଓରଫ୍ ହର୍ଷିତା ଓରଫ୍ ହଂସିତା ଅଭିଲିପ୍ସା...କହୁଛନ୍ତି ତାଙ୍କୁ ଫସାଇ ଦିଆଯାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ହଂସିତା ଲିଙ୍କ୍‌: ୨ ପୂର୍ବତନ ମନ୍ତ୍ରୀ କିଏ ?

ଠକ ଯୋଡ଼ି ହଂସିତା-ଅନୀଲଙ୍କ ୪୨୦ ସିଣ୍ଡିକେଟ୍ ଉପରେ କମିଶନରେଟ୍ ପୋଲିସର ଫୋକସ୍ । ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଦିନିକିଆ ରିମାଣ୍ଡରେ ଆଣି ଏହି ବଣ୍ଟି-ବବଲି ଯୋଡ଼ିଙ୍କ ମୁହଁରୁ ଉଗାରିଛି କର୍ପୋରେଟ୍ ଦଲାଲିର ଗୁମର । ୨ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ଛତ୍ରଛାୟାରେ କେମିତି ଠକେଇର ଜାଲ ବୁଣିଥିଲେ, ତଥ୍ୟ ପାଇଛି ଆୟକର ବିଭାଗ। ତା’ସହ ଡିଜିଟାଲ୍ ଲକ୍ ଫିଟାଇ, ହଂସିତାଙ୍କ ଘରେ ଚଢ଼ାଉ କରି ଆୟକର ବିଭାଗ ଆଖିଖୋଷା ସଂପତ୍ତି ଠାବ କରିଛି। ଏସବୁ ଭିତରେ ହଂସିତା-ଅନୀଲଙ୍କ ଲୁହଭିଜା ହାଇଡ୍ରାମା, ବେଶ୍ ଚର୍ଚ୍ଚାକୁ ଆସିଛି।

Advertisment

ଲୁହଛଳ ଛଳ ଆଖି...ନିଜକୁ ନିରୀହ ଦର୍ଶାଇବାର ପ୍ରୟାସ...୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା...କ୍ୟାମେରା ଆଗରେ କାନ୍ଦିଲେ ବିଷ୍ଣୁପ୍ରିୟା ଓରଫ୍ ରାକ୍ଷୀ ଓରଫ୍ ହର୍ଷିତା ଓରଫ୍ ହଂସିତା ଅଭିଲିପ୍ସା...କହୁଛନ୍ତି ତାଙ୍କୁ ଫସାଇ ଦିଆଯାଇଛି । ପାର୍ଟନର ଅନୀଲ ମହାନ୍ତି ବି ନିଜକୁ ଇନୋସେଣ୍ଟ କହୁଛନ୍ତି । ତେବେ କିଏ ଫସାଇ ଦେଇଛି ଉଭୟେ ମୁହଁ ଖୋଲିବାକୁ ନାରାଜ । କମିଶନରେଟ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଦିନିକିଆ ରିମାଣ୍ଡ ନେବା ପୂର୍ବରୁ ମେଡିକାଲରେ ମିଡିଆ ସାମ୍ନାରେ ଏଭଳି ହାଇଡ୍ରାମା କରିଥିଲେ ଏହି ଠକ ଯୋଡ଼ି।

ରାଜଧାନୀରେ ରହି ବହୁ ପ୍ରଭାବଶାଳୀ ଅଧିକାରୀ ଓ ବଡ଼ବଡ଼ିଆଙ୍କ ନାଁରେ କୋଟି କୋଟି ଟଙ୍କାର ଠକେଇ ସିଣ୍ଡିକେଟ୍ ଚଳାଇଥିବା ହଂସିତା-ଅନୀଲକୁ ଆଜି ଝାରପଡ଼ା ଜେଲରୁ ଦିନିକିଆ ରିମାଣ୍ଡରେ ନେଇ ଘାଣ୍ଟିଛି କମିଶନରେଟ୍ ପୋଲିସ । ସ୍ପେଶାଲ କ୍ରାଇମ୍ ୟୁନିଟ୍ ସେଲରେ କରିଛି ଝାଳବୁହା ଜେରା। ପରେ ଉଭୟଙ୍କୁ ଧରି ହଂସିତାଙ୍କ ଆପାର୍ଟମେଣ୍ଟକୁ ଯାଇଥିଲା ଟିମ୍ ।

Advertisment

ଅଧିକ ପଢ଼ନ୍ତୁ: ସହଦେବ ନାୟକ ହତ୍ୟାକାଣ୍ଡ: ପୋଲିସର ସିନ୍ ରିକ୍ରିଏସନ

ଭୁବନେଶ୍ବର ରଘୁନାଥପୁର ସ୍ଥିତ ଜେଡ୍ ୱାନ୍ ଆପାର୍ଟମେଣ୍ଟ। ଯେଉଁଠି ରହିଛି ହଂସିତାଙ୍କ ଡିଜିଟାଲ୍ ଲକ୍ ବାଲା ଫ୍ଲାଟ୍ । ହଂସିତାଙ୍କ ଟିପ ଚିହ୍ନ ସହାୟତାରେ ଡିଜିଟାଲ୍ ଲକ୍ ଖୋଲିବା ପରେ ଘରେ ପଶିଥିଲା ଟିମ୍ । ଆଉ ଠାବ କରିଥିଲା ଆଖିଖୋସା ସଂପତ୍ତି । ଏହି ଭବ୍ୟ ଆପାର୍ଟମେଣ୍ଟରେ ଆହୁରି ବି ୨ଟି ଫ୍ଲାଟ୍ ରହିଛି । ସେଥିରେ ମଧ୍ୟ ଆଜି ଦିନତମାମ୍ ଛାପା ମାରିଛି ଆୟକର ବିଭାଗ। ଆୟକର ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ହଂସିତା-ଅନିଲଙ୍କ ମୋଟ ୫ଟି ଦାମୀ ଫ୍ଲାଟ, କୋଟି କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ, ୫ଟି ନାମୀଦାମୀ କାର, ବ୍ୟାଙ୍କ ଲକରରେ ହୀରା ଅଳଙ୍କାର ସହ ପ୍ରାୟ ୮୦ରୁ ୯୦ କୋଟିର ସ୍ଥାବର ଅସ୍ଥାବର ସଂପତ୍ତି ରହିଛି। ଏସବୁର ତଥ୍ୟ ଦେବାକୁ ବ୍ୟାଙ୍କକୁ କହିଛି ଆୟକର ବିଭାଗ।

ଗତ ୩ ଦିନ ଧରି ଚଢ଼ାଉ ଜାରି ରଖିଥିବା ଆୟକର ବିଭାଗ ଆଜି ୧୬ଟି ସ୍ଥାନରେ ଛାପା ମାରିଛି। ଏସବୁ ଭିତରେ ୨ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ସହ ଅର୍ଥ ଦେଣନେଣର ସୁରାକ୍ ପାଇଛି ଆୟକର ବିଭାଗ। ୫ ବିଲ୍ଡର ମଧ୍ୟ ହଂସିତା ଟଙ୍କାରେ କୋଟିପତି ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ସେପଟେ ସ୍ବାମୀ ସରୋଜ ସାହୁଙ୍କୁ ଗତକାଲିଠୁ ଧରିଥିବା ଆୟକର ବିଭାଗ ଜେରା ଜାରି ରଖିଥିବାବେଳେ ଆବଶ୍ୟକ ପଡ଼ିଲେ ହଂସିତା-ଅନୀଲଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବୁ ବୋଲି କହିଛି ପୋଲିସ।

ଅଧିକ ପଢ଼ନ୍ତୁ: କାନ୍ଦିଲେ ହଂସିତା ଅଭିଲିପ୍ସା, କହିଲେ ସବୁ ସତ କହିବି ...

Bhubaneswar Commissionerate Police
Advertisment
Advertisment