ଦିନ ଦ୍ୱିପହର ... ରାସ୍ତା ମଝି ... ଖୋଲା ମେଲା ଯାଗା, ପ୍ରବଳ ଲୋକ ଗଦା । ତଥାପି ହେଲା ଛୁରା ମାଡ଼ । ଶହ ଶହ ଲୋକଙ୍କ ସାମ୍ନାରେ ଜଣେ ଯୁବକ, ନିଜ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କୁ ଛୁରାମାଡ଼ କରିଛି । ଆଉ ଏପରି ଭୟାନକ ଛୁରାମାଡ଼ କରିଛି ଯେ, ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ଆଉ ଏହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଗତ କାଲି ଦିନ ଦ୍ୱିପହରରେ ଘଟିଛି ଘଟଣା । ରାସ୍ତା ମଝିରେ ଜଣେ ଯୁବକଙ୍କର ଛୁରାମାଡ଼ରେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ପୁଣେର ୟେରାୱାଦାରେ ଥିବା ଏକ ପ୍ରତିଷ୍ଠିତ କମ୍ପାନୀରେ ଏହି ଘଟଣାଟି ଘଟିଛି । କୌଣସି ଏକ ଆର୍ଥିକ ବିବାଦକୁ ନେଇ ମହିଳା ଓ ତାଙ୍କ ସହକର୍ମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଝଗଡ଼ା ଉଗ୍ର ରୂପ ନେଇଥିଲା ।
ସୂଚନା ଅନୁସାରେ, ମହିଳାଙ୍କର ବୟସ ୨୮ ବର୍ଷ ହେବ । ସେ ପୁଣେ ସ୍ଥିତ ଏକ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଆର୍ଥିକ ବିବାଦକୁ ନେଇ ତାଙ୍କ ସହକର୍ମୀ ଛୁରାମାଡ଼ କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା । ମହିଳାଙ୍କ ନାମ ଶୁଭଦା ଶଙ୍କର କୋଡାରେ ବୋଲି ଜଣାପଡ଼ିଛି ।
Also Read
ଅଧିକ ପଢନ୍ତୁ:ଚଷମାରେ ରାମ ମନ୍ଦିର ଭିତରର ଫଟୋ କ୍ଲିକ୍ କରୁଥିଲେ; ତା’ପରେ...
ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସହକର୍ମୀ କୃଷ୍ଣ ସତ୍ୟନାରାୟଣ କାନୋଜିଆଙ୍କୁ ଗିରଫ କରିଛି । ତେବେ ଘଟଣାର ଏକ ବିବ୍ରତକର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଶୁଭଦା ଆହତ ହୋଇ ରାସ୍ତାରେ ପଡ଼ି ରହିଛନ୍ତି । ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କ ପାଖରେ ବୁଲୁଥିବା ଦେଖିବାକୁ ମିଳିଛି ।
कोयत्याने वार, तरुणीचा खून अन् बघ्यांची गर्दी; येरवड्यातील त्या खुनाचा व्हिडिओ व्हायरल..#pune #yerwada #Police #crime pic.twitter.com/5FmsZk5Iyd
— Lokmat (@lokmat) January 9, 2025
ତେବେ ମହିଳାଜଣକ ଗୁରୁତର ଥିବା ସତ୍ତ୍ୱେ ନିଜ ଫୋନରେ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବାକୁ ଚେଷ୍ଟା କରିଥିଲେ । ତେବେ ଅଭିଯୁକ୍ତଜଣକ ଫୋନ ଛଡ଼ାଇ ନେଇଥିଲେ । ତେବେ ଅଭିଯୁକ୍ତ ହାତରେ ଛୁରୀ ଥିବାରୁ ପ୍ରବଳ ଭିଡ଼ ସତ୍ତ୍ୱେ କେହି ତାଙ୍କ ପାଖକୁ ଯିବାକୁ ସାହସ କରିନଥିଲେ । ପରେ ସେ ଛୁରୀ ଫିଙ୍ଗି ଦେବାରୁ ଲୋକମାନେ ତାଙ୍କୁ କାବୁ କରିନେଇଥିଲେ । ପରେ ପରେ ଆହତ ମହିଳାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଅଭିଯୁକ୍ତ କୃଷ୍ଣଙ୍କୁ ମଧ୍ୟ ଗିରଫ କରିନେଇଛି ପୋଲିସ । ତେବେ ସୂଚନା ଅନୁସାରେ, କମ୍ପାନୀ ସାମ୍ନାରେ ହିଁ ଅଭିଯୁକ୍ତ ଜଣକ ଆକ୍ରମଣ କରିଥିଲେ । କିଛି ଅର୍ଥନୈତିକ କାରବାରକୁ ନେଇ ଛୁରାମାଡ଼ ହୋଇଥିବା ପୋଲିଲ କହିଛି । ଶୁଭଦା, କୃଷ୍ଣଙ୍କଠାରୁ ନିଜ ବାପାଙ୍କ ଅସୁସ୍ଥତା କଥା କହି ଟଙ୍କା ନେଇଥିଲେ । କିନ୍ତୁ ଏହାକୁ ଫେରାଇବାକୁ ସେ ମନା କରିଦେଇଥିଲେ । ଫଳରେ କୃଷ୍ଣ ରାଗିଯାଇ ଛୁରୀରେ ଆକ୍ରମଣ କରିଥିଲେ ।