Advertisment

Crocodiles Found During IT Raid: ପୂର୍ବତନ ବିଧାୟକଙ୍କ କୁମ୍ଭୀର ପ୍ରେମ ! ଘରେ ପାଳିଥିଲେ ୪କୁମ୍ଭୀର, IT ରେଡ୍ ବେଳେ ଉଦ୍ଧାର

ପୋଖରୀଟି ତାଙ୍କ ଘର ନିକଟରେ ରହିଛି, କିନ୍ତୁ ରାଠୋରଙ୍କ ପରିବାର ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ବହୁ ପୂର୍ବରୁ ଏହାକୁ ମନ୍ଦିରର ପୂଜାରୀମାନଙ୍କୁ ଦାନ କରିଦେଇଥିଲେ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପୋଖରୀରୁ କୁମ୍ଭୀରମାନଙ୍କୁ ବାହାର କରିବା ପାଇଁ ସେ ଅନେକ ଥର ବନ ବିଭାଗକୁ ଚିଠି ଲେଖିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Crocodile

Crocodile

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୂର୍ବତନ ବିଧାୟକଙ୍କ ଘରୁ ମିଳିଛି କୁମ୍ଭୀର। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପୂର୍ବତନ ବିଜେପି ବିଧାୟକ ହରବଂଶ ସିଂହ ରାଠୋରଙ୍କ ଘରେ ଆୟକର ବିଭାଗର ରେଡ୍ ବେଳେ ମିଳିଲା କୁମ୍ଭୀର। ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୪ଟି କୁମ୍ଭୀର ମିଳିଛି। ସେଥିମଧ୍ୟରୁ ୨ଟି କୁମ୍ଭୀରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ଟିକୁ ଶନିବାର ଉଦ୍ଧାର କରାଯିବ। ବନ ବିଭାଗ ମୁଖ୍ୟ (HoF) ଅସୀମ ଶ୍ରୀବାସ୍ତବ ଏନେଇ ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ ଆୟକର ଅଧିକାରୀମାନେ ପ୍ରଥମେ ଏହି ବିଷୟରେ ଚୁପ୍ ରହିଥିଲେ ଏବଂ ରାଠୋରଙ୍କ ବାସଭବନ ଭିତରେ କୌଣସି ବନ୍ୟପ୍ରାଣୀ ଥିବା କଥାକୁ ଖଣ୍ଡନ କରିଥିଲେ। ସୋସିଆଲ ମିଡିଆରେ କୁମ୍ଭୀରର ଏକ ପୁରୁଣା ଫୁଟେଜ୍ ଭାଇରାଲ ହୋଇଥିଲା। ବନ ବିଭାଗ ମୁଖ୍ୟ ଶ୍ରୀବାସ୍ତବ କହିଛନ୍ତି ଯେ କୋର୍ଟଙ୍କ ଅନୁମତି ପରେ କୁମ୍ଭୀରଗୁଡ଼ିକର ଡାକ୍ତରୀ ପରୀକ୍ଷା କରାଯିବ ଏବଂ ଡ୍ୟାମରେ ଛଡାଯିବ। ତଦନ୍ତ ପରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହେବ ।

ପୋଖରୀଟି ତାଙ୍କ ଘର ନିକଟରେ ରହିଛି, କିନ୍ତୁ ରାଠୋରଙ୍କ ପରିବାର ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ବହୁ ପୂର୍ବରୁ ଏହାକୁ ମନ୍ଦିରର ପୂଜାରୀମାନଙ୍କୁ ଦାନ କରିଦେଇଥିଲେ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପୋଖରୀରୁ କୁମ୍ଭୀରମାନଙ୍କୁ ବାହାର କରିବା ପାଇଁ ସେ ଅନେକ ଥର ବନ ବିଭାଗକୁ ଚିଠି ଲେଖିଛନ୍ତି। ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ପରିବାର ୨୦୧୪ ମସିହାରେ ଏକ ଚିଠି ପଠାଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ହଟଚମଟ, ଭାଇ ସହ ନିଜେ ଫସିଗଲେ କି ଦୀପାଳି ?

୧୫୦ କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗରେ ବିଡ଼ି ଏବଂ ନିର୍ମାଣ ବ୍ୟବସାୟୀ ରାଜେଶ କେଶରୱାନୀଙ୍କ ଘର ଉପରେ ଚଢାଉ କରିବା ପରେ ଆୟକର ବିଭାଗ ରାଠୋରଙ୍କ ଘରେ ବି ରେଡ୍ କରିଥିଲା। ରାଠୋରଙ୍କ ଭାଇ ଏବଂ ସମ୍ପର୍କୀୟମାନଙ୍କ ଘରୁ ସୁନା ଏବଂ ନଗଦ ଜବତ କରାଯାଇଥିଲା, ଯେଉଁମାନେ ବ୍ୟବସାୟରେ ଅଂଶୀଦାର ମଧ୍ୟ ଥିଲେ। ରବିବାର ଆୟକର ବିଭାଗ ସାଗରର ତିନୋଟି ସ୍ଥାନରେ ଚଢାଉ କରି ଟିକସ ଫାଙ୍କି ରାକେଟର ପର୍ଦ୍ଦାଫାସ କରିଛି। ବେନାମୀ ସମ୍ପତ୍ତି ସହିତ ଜଡିତ କାଗଜପତ୍ର ମଧ୍ୟ ମିଳିଛି।

ସାଗର ଜିଲ୍ଲା ବାଣ୍ଡାର ପୂର୍ବତନ ବିଧାୟକ ରାଠୋର ବିଜେପି ଜିଲ୍ଲା ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତାଙ୍କ ପିତା ହରନାମ ସିଂହ ରାଠୋର ଉମା ଭାରତୀ ସରକାରରେ ମନ୍ତ୍ରୀ ଥିଲେ। ସୂତ୍ର ଅନୁସାରେ, ରାଠୋର, କେଶରୱାନୀ ଏବଂ ସେମାନଙ୍କ ସହଯୋଗୀଙ୍କ ସମ୍ପତ୍ତି ୨୦୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ଅଧିକାରୀମାନେ ୧୪ କିଲୋ ସୁନା ଏବଂ ୩.୮ କୋଟି ଟଙ୍କା ନଗଦ ଜବତ କରିଛନ୍ତି। ମଙ୍ଗଳବାର ରାଠୋରଙ୍କ ଘରେ ତଲାସି ଶେଷ ହୋଇଥିବା ବେଳେ, କେଶରୱାନୀଙ୍କ ଘରେ ଏବେବି ରେଡ୍ ଚାଲିଛି।

ଅଧିକ ପଢ଼ନ୍ତୁ: ଠକ ହଂସିତା ଅଭିଲିପ୍ସାଙ୍କ ଘରେ IT ରେଡ୍‌, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ

Crocodile IT Raid
Advertisment
Advertisment