Advertisment

Five of Family found Dead: ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ ଦେହ ବେଡ ବକ୍ସରୁ ଉଦ୍ଧାର କରାଯାଇଛି। ଦମ୍ପତିଙ୍କ ସହ ୩ ଜଣ ଶିଶୁ ରହିଥିବା ବେଳେ କ୍ଷତ ବିକ୍ଷତ ଶରୀର ଥିବାରୁ ହତ୍ୟା ସନ୍ଦେହ କରାଯାଇଛି। ସ୍ବାମୀ ସ୍ତ୍ରୀଙ୍କ ସହିତ ୩ଜଣ ଝିଅଙ୍କୁ ମଧ୍ୟ ହତ୍ୟା କରାଯାଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
murder

murder

ଉତ୍ତର ପ୍ରଦେଶର ମୀରଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ ଦେହ ବେଡ ବକ୍ସରୁ ଉଦ୍ଧାର କରାଯାଇଛି। ଦମ୍ପତିଙ୍କ ସହ ୩ ଜଣ ଶିଶୁ ରହିଥିବା ବେଳେ କ୍ଷତ ବିକ୍ଷତ ଶରୀର ଥିବାରୁ ହତ୍ୟା ସନ୍ଦେହ କରାଯାଇଛି। ସ୍ବାମୀ ସ୍ତ୍ରୀଙ୍କ ସହିତ ୩ଜଣ ଝିଅଙ୍କୁ ମଧ୍ୟ ହତ୍ୟା କରାଯାଇଛି। ୩ ଝିଅଙ୍କ ବୟସ ୧୦ ବର୍ଷରୁ କମ। ସବୁଠାରୁ ବଡ ଝିଅର ବୟସ ୮ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଯଥାକ୍ରମେ ୪ ଓ ୧ ବର୍ଷ ଅଟେ।

Advertisment

ସମସ୍ତ ମୃତ ଶରୀରର ମୁଣ୍ଡକୁ କୌଣସି ଓଜନିଆ ଜିନିଷରେ ପିଟା ଯାଇଥିବା ନେଇ ସୂଚନା ଦେଇଛି ପୋଲିସ। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି କହିଛନ୍ତି ଏସଏସପି ବିପିନ ଟାଡା। ପରିବାରର କୌଣସି ଲୋକ ବୁଧବାରରୁ ବାହାରକୁ ବାହାରି ନଥିବା ନେଇ ପଡୋଶୀଙ୍କ ସନ୍ଦେହ ହୋଇଥିଲା। ପଡୋଶୀଙ୍କ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘରଟି ବାହାରୁ ବନ୍ଦ କରାଯାଇଥିଲା। ପୋଲିସ ତାଲା ଭାଙ୍ଗି ଘରେ ପ୍ରବେଶ କରିବା ପରେ ଘରର ସମସ୍ତ ଜିନିଷ ଏପଟ ସେପଟ ହୋଇ ପଡିଥିଲା।

ଅନ୍ୟ ସମସ୍ତ ମୃତ ଶରୀର ସେମିତି ପଡିଥିବା ବେଳେ ସବୁଠାରୁ ସାନ ଝିଅକୁ ଅଖା ମଧ୍ୟରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ। ପ୍ରାରମ୍ଭିକ ତଦନ୍ତରୁ ଏହା ହତ୍ୟା ବୋଲି ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ଏସଏସପି ବିପିନ ଟାଡା। ଏହା ସହ ମାମଲାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ପୂର୍ବରୁ ସପ୍ତାହେ ତଳେ ଆଗ୍ରାରେ ଜଣେ ଯୁବକ ନିଜ ମା’ ଓ ୪ ଭଉଣୀଙ୍କୁ ହତ୍ୟା କରିଥିଲା।

Advertisment

ଅଧିକ ପଢ଼ନ୍ତୁ: ୨ ପୂର୍ବତନ ମନ୍ତ୍ରୀଙ୍କ ସାହାଯ୍ୟରେ ହଂସିତା ଚଳାଇଥିଲେ କି କଳା ସାମ୍ରାଜ୍ୟ ?

Murder Uttar Pradesh
Advertisment
Advertisment