Advertisment

Pregnant Woman Dies: ସରକାରୀ ଡାକ୍ତରଖାନାରେ ଚରମ ଅବହେଳା; ଗର୍ଭବତୀଙ୍କୁ ଦେଲେ ଏକ୍ସପାୟରି ସାଲାଇନ୍, ଚାଲିଗଲା ଜୀବନ

ମୃତ ମହିଳା ମେଦିନାପୁର ଜିଲ୍ଲାର ଗଡବେଟା ଅଞ୍ଚଳର ମାମୋନି ରୁଇ ଦାସ । ସେ ଗର୍ଭବତୀ ଥିଲେ। ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୁଧବାର ରାତିରେ ମାମୋନି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
expired saline

expired saline

ସାମାନ୍ୟ ଭୁଲ ପାଇଁ ଚାଲିଗଲା ଗର୍ଭବତୀଙ୍କ ଜୀବନ। ପଶ୍ଚିମବଙ୍ଗର ମେଦିନାପୁର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଏହି ଅଘଟଣ ଘଟିଛି। ଏକ୍ସପାୟରି ସାଲାଇନ୍ ଦେବା ଯୋଗୁଁ ଜଣେ ୨୧ ବର୍ଷୀୟା ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଥିବା ଜଣାପଡିଛି।

Advertisment

ମୃତ ମହିଳା ମେଦିନାପୁର ଜିଲ୍ଲାର ଗଡବେଟା ଅଞ୍ଚଳର ମାମୋନି ରୁଇ ଦାସ । ସେ ଗର୍ଭବତୀ ଥିଲେ। ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୁଧବାର ରାତିରେ ମାମୋନି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ ସ୍ୱାମୀ ଦେବାଶିଷ ରୁଇ ଦାସ କହିଛନ୍ତି ଯେ, ପ୍ରସବ ପରେ ତାଙ୍କ ସ୍ତ୍ରୀଙ୍କୁ ଦିଆଯାଇଥିବା ସାଲାଇନ୍ ପାଇଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଅବସ୍ଥା ଗୁରୁତର ହେବା ପରେ ଗୁରୁବାର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ ଏକ୍ସପାୟରି ସାଲାଇନ୍ ବୋଲି କୁହାଯାଉଛି। ଏହି ଘଟଣାକୁ ନେଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ହସ୍ପିଟାଲ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାର ତଦନ୍ତ କରାଯାଉଛି। ଏହି ଘଟଣାକୁ ନେଇ ୧୦ ଜଣିଆ ତଦନ୍ତ କମିଟି ଗଠନ କରିବାକୁ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

Advertisment

ଅବହେଳାର ଅଭିଯୋଗର ଯାଞ୍ଚ ପାଇଁ ଆଜି ମେଦିନାପୁର ଗସ୍ତ କରିଛନ୍ତି ଟିମ୍ ସଦସ୍ୟ। ଗୁରୁତର ରୋଗୀ, ଯେଉଁମାନେ ଆଇସିୟୁରେ ରହିଛନ୍ତି, ସେମାନଙ୍କୁ ବି ଏକ୍ସପାୟରି ସାଲାଇନ ଦିଆଯାଉଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ସମ୍ପର୍କୀୟମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ଭୁଲ ଚିକିତ୍ସା କିମ୍ବା ଏକ୍ସପାୟରି ସାଲାଇନ୍  ବ୍ୟବହାର ହେତୁ ମୃତ୍ୟୁ ହୋଇଛି । ଅସୁସ୍ଥଙ୍କ ସଂଖ୍ୟା ବଢୁଛି।

ଅଧିକ ପଢ଼ନ୍ତୁ: ଫାଇନାନ୍ସ ସଂସ୍ଥାରୁ ସୁନା ଚୋରି; ଚିନ୍ତାରେ ଗ୍ରାହକ, ମିଳିବ ତ ବନ୍ଧକ ସୁନା ?

Pregnant Woman Saline
Advertisment
Advertisment