• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କ୍ରାଇମ୍ କ୍ବିନ୍‌କୁ ବାନ୍ଧିଲା ପୋଲିସ । ସ୍ବାମୀ ସହ ଜେଲ୍ ଗଲା ଲିପିକା ନାୟକ । ବ୍ରାଉନସୁଗାର ବିକ୍ରି କରୁଥିଲା। ଏବେ ନେଲା ସହଦେବଙ୍କ ମୁଣ୍ଡ । ଭୁବନେଶ୍ୱର ହତ୍ୟା ଘଟଣାରେ ମାଷ୍ଟରମାଇଣ୍ଡ ଥିଲା ଲିପିକା ! ରସୁଲଗଡ଼-ବାଣୀବିହାର ଓଭରବ୍ରିଜ ଉପରେ ସହଦେବଙ୍କୁ ହତ୍ୟା ଘଟଣାରେ ଥିଲେ ସ୍ୱାମୀ ଲକ୍ଷ୍ମୀଧର ନାୟକ ଓ ସ୍ତ୍ରୀ ଲିପିକା ମୁଖ୍ୟ ଅଭିଯୁକ୍ତ । ଯାହାର ତଦନ୍ତ କରି ମଞ୍ଚେଶ୍ୱର ଥାନା ପୋଲିସ ଏବେ ଗୋଟିଏ ପରେ ଗୋଟିଏ ସତ୍ୟ ପଦାକୁ ଆଣୁଛି । ପୋଲିସ କହିଛି, ଲିପିକା ଥିଲା ବ୍ରାଉନ୍ସୁଗାର ବେପାରୀ । ଆଉ ଏଥିପାଇଁ ସହଦେବ ବାରମ୍ବାର ତାଙ୍କୁ ପୋଲିସ ହାତରେ ଧରାଉଥିଲା । ତେଣୁ ସହଦେବଙ୍କୁ ରାସ୍ତାରୁ ହଟାଇ ଦେବାକୁ ଲିପିକା ଏମିତି କିଛି ଭାବିଥିଲା । ଆଉ ଏହି ଗ୍ୟାଙ୍କରେ ସାମିଲ ହୋଇଥିଲେ ଆହୁରି ପାଞ୍ଚ ପାଞ୍ଚ ଜଣ ସଦସ୍ୟ । 

ଏବେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ଲକ୍ଷ୍ମୀର ସ୍ତ୍ରୀ ଲିପିକା, ସହଯୋଗୀ ରକୀ ନାୟକ, ଲକୀ ନାୟକ ଓ ରାକେଶ ନାୟକକୁ ଗିରଫ କରିଛି ପୋଲିସ । ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ନାୟକ ଏବେ ବି ଫେରାର ଅଛି । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଷଡଯନ୍ତ୍ର ରଚିଥିଲା ଲକ୍ଷ୍ମୀଧର । ଆଉ ସହଦେବଙ୍କୁ ଯୋଜନା ଭାବେ ହତ୍ୟା କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧରର ଘର ନୟାଗଡରେ ହୋଇଥିବା ବେଳେ ସହଯୋଗୀ ରକୀର ଘର ଖୋର୍ଦ୍ଧାରେ ବୋଲି ପୋଲିସ କହିଛି । 

ଅଧିକ ପଢ଼ନ୍ତୁ: ସହଦେବ ନାୟକ ହତ୍ୟାକାଣ୍ଡ: ପୋଲିସର ସିନ୍ ରିକ୍ରିଏସନ

ସବୁଠାରୁ ବଡ଼ କଥା ହେଉଛି, ଏସବୁ ପାଇଁ ଲିପିକା ଥିଲା ଷଡ଼ଯନ୍ତ୍ରକାରୀ, କାରଣ ବ୍ରାଉନସୁଗାର ବେପାରରେ ବାଧା ଆସିବାରୁ ସହଦେବକୁ ରାସ୍ତାରୁ ହଟାଇବାକୁ ସ୍ୱାମୀ ସହ ମିଶି ସେ ରଚିଥିଲା ଷଡ଼ଯନ୍ତ୍ର । ଆଉ ଏଇ କିଛି ଦିନ ତଳେ ବ୍ରାଉନସୁଗାର ବିକ୍ରି ମାମଲାରେ ଜେଲ ଦଣ୍ଡ ଭୋଗି ଫେରିବା ପରେ ସହଦେବକୁ ରାସ୍ତାରୁ ହଟାଇ ଦେଇଛି ।

ପୋଲିସ ଏହି ହତ୍ୟାମାଲା ପାଇଁ ୩ଟି ସ୍ପେଶାଲ ଟିମ ଗଠନ କରିଛି । ଅଭିଯୁକ୍ତମାନେ ମୋଟରସାଇକେଲ ବ୍ୟବହାର କରିଥିଲେ। ପ୍ରଥମେ ୨ଜଣ ପରେ ଆଉ ଜଣେ ଅପରାଧୀଙ୍କୁ ନୟାଗଡରୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୫ଜଣଙ୍କୁ ଗିରଫ କରାଯାଇଛି । ଏବେବି ତଦନ୍ତ ଜାରି ରହିଛି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନଙ୍କର ସମ୍ପୃକ୍ତି ଥିବା ଜଣାପଡ଼ିଛି । ହତ୍ୟାରେ ବ୍ୟବହୃତ ହତିଆର ଓ ୨ଟି ବାଇକ୍, ୪ଟି ମୋବାଇଲ ଫୋନ, ରକ୍ତ ଜୁଡୁବୁଡୁ ପୋଷାକ ଏବଂ ଗୋଟିଏ ବ୍ୟାଗ ଜବତ କରିଛି ପୋଲିସ ।  

ଅଧିକ ପଢ଼ନ୍ତୁ: କାନ୍ଦିଲେ ହଂସିତା ଅଭିଲିପ୍ସା, କହିଲେ ସବୁ ସତ କହିବି ...

OTV is now on Whatsapp

Join and get latest news update delivered to you via whatsapp

Join Now