ଯେବେ ମହାପ୍ରଭୁ ସ୍ୱୟଂ ନିଜେ ଆସନ୍ତି, ସେତେବେଳେ ଘର ପାଲଟିଯାଏ ଶ୍ରୀମନ୍ଦିର । ଘଣ୍ଟ ଘଣ୍ଟାର ଶବ୍ଦରେ ଚତୁର୍ଦିଗ କମ୍ପେ । ସମସ୍ତଙ୍କ କଣ୍ଠରେ ଥାଏ ଜୟ ଜଗନ୍ନାଥ । ମହାପ୍ରଭୁଙ୍କ କୃପା ଯେବେ ଟିକିଏ ମିଳିଯାଏ ବୋଧ ହୁଏ ବହିଯାଏ ଖୁସିର ବନ୍ୟା । ଦିନେ ମିନତି ସାହୁଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲା । କାଳିଆକୁ ଦର୍ଶନ କରିବା ସହ ସମୁଦ୍ର କୂଳରେ ବୁଡ଼ ପକାଇଥିଲେ ସମସ୍ତେ । ହେଲେ ସେଠରେ ମହାପ୍ରଭୁ କରିଥିଲେ ଅଲୌକୀକ ଲୀଳା । ସମୁଦ୍ର ଗର୍ଭରୁ ଚାଲିଆସିଥିଲେ ମହାପ୍ରଭୁ ଜଗନ୍ନାଥ । ଭଉଣୀ ସୁଭଦ୍ରା ଓ ପରେ ବଡ଼ ଠାକୁର ବଳଭଦ୍ର । ଏମିତି କି ଶେଷରେ ସୁଦର୍ଶନଙ୍କୁ ମଧ୍ୟ ପାଣିରୁ ଛାଣିଆଣିଥିଲା ପରିବାର ।
ବଡ଼ବାଡ଼ ମଣିମା ହୁଅନ୍ତୁ କି ମହାପ୍ରଭୁ ଜଗନ୍ନାଥ । କୌଣସି ପ୍ରତିମୂର୍ତ୍ତିରେ କାଣିଚାଏ ବି କ୍ଷତି ଆସିନଥିଲା । ଏମିତି କି ମା’ ସୁଭଦ୍ରା ଓ ସୁଦର୍ଶନ ବି ପୂର୍ବପରି ସମ୍ପୂର୍ଣ୍ଣ ଠିକ୍ ଥିଲେ । ଲୁଣି ପାଣି ଯୋଗୁଁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଙ୍ଗରେ କିଛି ବି କ୍ଷତି ଦେଖିବାକୁ ମିଳିନଥିଲା । ଓଲଟି ଝଲସୁଥିଲେ ବଡ଼ଠାକୁର । ଆଉ ଯେମିତି ଖିଲିଖିଲି ସବୁଥିଲେ କଳା ଗୋସାଇଁ ।
Also Read
ଅଧିକ ପଢ଼ନ୍ତୁ: ମଶାଣିରେ କାହିଁକି ରୁହନ୍ତି ଭଗବାନ ଶିବ; ସମାଜକୁ ଦିଅନ୍ତି ଜୀବନର କେଉଁ ବାର୍ତ୍ତା
ଧାମନଗର ବ୍ଲକ ଅସୁରାଳି ପଞ୍ଚାୟତ ସରପଞ୍ଚ ମିନତି ସାହୁଙ୍କ ପରିବାରର ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଏମିତି କିଛି ଅଲୌକିକ ଘଟଣା ଘଟିଥିଲା । ପରେ ପରିବାରର ସଦସ୍ୟମାନେ ଠାକୁର ମାନଙ୍କୁ ଘରକୁ ଆଣି ବିଭିନ୍ନ ମଠ ମହନ୍ତଙ୍କ ସହ ଆଲଚନା କରି ବିଗ୍ରହ ପ୍ରତିଷ୍ଠା କରିଛନ୍ତି ।
ତେବେ ମିନତିଙ୍କ ପରିବାର ମହାପ୍ରଭୁଙ୍କୁ ପାଇ ବେଶ୍ ଖୁସି । ଆଧ୍ୟାତ୍ମିକ ପରିବେଶରେ ଗୁଞ୍ଜରିତ ହେଉଛି ପୂରା ଗାଁ ।