Advertisment

Drishyam Style Murder: ଦୃଶ୍ୟମ ଷ୍ଟାଇଲରେ ମର୍ଡର, ପର ସ୍ତ୍ରୀକୁ ଘରୁ ଭଗେଇ ମାରି କୂଅରେ ଫୋପାଡିଲା

ରୂପବତୀ ଗାଁର ୩୫ ବର୍ଷୀୟା ଦୟା ସାଭାଲିୟା ଘରୁ ସୁନା ଗହଣା ଓ ନଗଦ ୯ ଲକ୍ଷ ଟଙ୍କା ଧରି କେଉଁ ଆଡ଼େ ଚାଲି ଯାଇଥିଲେ। ଏନେଇ ତାଙ୍କ ସ୍ୱାମୀ ବିସାଭଦର ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ। ପୁଲିସ୍‌ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
murder

murder

ଅଜୟ ଦେବଗାନଙ୍କ ଥ୍ରୀଲର ମୁଭି ଦୃଶ୍ୟମ ତ ଦେଖିଥିବେ। ଯେଉଁଥିରେ ଫିଲ୍ମର ନାୟକ ମର୍ଡର କରିଥିଲେ ମଧ୍ୟ ସେ ଚତୁରତାର ସହ ପୋଲିସକୁ ଚକମା ଦେଉଥିଲେ। ଆଉ ପୋଲିସ ତାଙ୍କୁ ଧରିପାରୁ ନଥିଲା। ତେବେ ଫିଲ୍ମ ହୋଇଥିବା ଏଦୃଶ୍ୟର ପୁନରାବୃତ୍ତି ରିୟଲ ଲାଇଫରେ ଘଟିଛି। କିନ୍ତୁ ଏଠି ମାସାଧିକ କାଳ ପୁଲିସ୍‌କୁ ଚକମା ଦେଇ ହତ୍ୟାକାରୀ ଶେଷରେ ଗିରଫ ହୋଇଛି।

Advertisment

ଗୁଜରାଟର ଜୁନାଗଡ଼ ପୁଲିସ ୧୩ ମାସ ହେଲା ନିଖୋଜ ଥିବା ଜଣେ ମହିଳାଙ୍କୁ ଖୋଜୁଥିଲା। ଆଉ ଏଥିପାଇଁ ୨୮ ବର୍ଷୀୟ ହାର୍ଦ୍ଦିକ ସୁଖଦିଆ ଉପରେ ନଜର ରହିଥିଲା। କିନ୍ତୁ ସେ ପୁଲିସ୍‌କୁ ଚକମା ଦେଇ ଚାଲିଥିଲା। ପୁଲିସ ମଧ୍ୟ ତା’ ବିରୋଧରେ କୌଣସି ପ୍ରମାଣ ପାଇ ନଥିଲା। ହେଲେ ଶେଷରେ ପୁଲିସ୍‌ ଉପଯୁକ୍ତ ପ୍ରମାଣ ସହ ତାକୁ ଗିରଫ କରିଛି।

ଅଧିକ ପଢ଼ନ୍ତୁ: ପାହାଡ଼ ଚଢ଼ିଲେ ମିଳୁଛି ରାସନ ଚାଉଳ, ସରକାରୀ ବାବୁ କରୁଛନ୍ତି କ'ଣ ?

୨୦୨୪ ମସିହା ଜାନୁଆରୀ ୨, ଜୁନାଗଡ଼ର ରୂପବତୀ ଗାଁର ୩୫ ବର୍ଷୀୟା ଦୟା ସାଭାଲିୟା ଘରୁ ସୁନା ଗହଣା ଓ ନଗଦ ୯ ଲକ୍ଷ ଟଙ୍କା ଧରି କେଉଁ ଆଡ଼େ ଚାଲି ଯାଇଥିଲେ। ଏନେଇ ତାଙ୍କ ସ୍ୱାମୀ ବିସାଭଦର ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ। ପୁଲିସ୍‌ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଯେଉଁଥିରୁ ଜାଣିବାକୁ ପାଇଥିଲା ଦୟାଙ୍କର ହାର୍ଦ୍ଦିକ ସୁଖଦିଆ ସହ ପରକୀୟା ପ୍ରୀତି ଥିଲା। ତେଣୁ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ପ୍ରଥମ ସନ୍ଦେହ ହାର୍ଦ୍ଦିକ ଉପରେ ଥିଲା।

Advertisment

ହେଲେ ହାର୍ଦ୍ଦିକ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ପୁଲିସ୍‌କୁ ଚକମା ଦେବା ପାଇଁ ମୋବାଇଲ ଫୋନର ବ୍ୟବହାର ମଧ୍ୟ ବନ୍ଦ କରି ଦେଇଥିଲା। ଏପରିକି ପୁଲିସ୍‌ ହାର୍ଦ୍ଦିକର ଏଲଭିଏ (ଲେୟରଡ ଭଏସ ଅନାଲିସିସ) ପରୀକ୍ଷା କରିଥିଲା। କିନ୍ତୁ ଉକ୍ତ ପରୀକ୍ଷାରେ ସେ ପାସ୍‌ କରି ଯାଇଥିଲା। ସେ ପରୀକ୍ଷା ପାଇଁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିଥିଲା। ଏପଟେ ପ୍ରମାଣ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ଅଭାବ ପୁଲିସ ପାଇଁ ଗୋଟିଏ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ଆଉ କେସ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ଏକ ସ୍ପେଶାଲ ଟିମ ଦୟାଙ୍କୁ ଠାବ କରିବା ସହ ହାର୍ଦ୍ଦିକକୁ ଜେରା କରିବାରେ ଲାଗି ପଡ଼ିଥିଲା। ପୂର୍ବଭଳି ସେ ପୁଣି ପୁଲିସ୍‌କୁ ଚକମା ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ କିଛି ପ୍ରମାଣ ଓ ପୁଲିସର ନାଲି ଆଖି ଆଗରେ ହାର୍ଦ୍ଦିକ୧୩ ମାସ ପରେ ନିଜ ଅପରାଧକୁ ସ୍ୱୀକାର କରିଛି। ଆଉ ଗୋଟିଏ କୂଅରୁ ଦୟାଙ୍କ କଙ୍କାଳ ଠାବ ହୋଇଛି।

ଦୟା ଓ ହାର୍ଦ୍ଦିକ ମଧ୍ୟରେ ବେଶ କିଛି ମାସ ହେଲା ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ସମୟକ୍ରମେ ହାର୍ଦ୍ଦିକ ଏହି ସମ୍ପର୍କକୁ ଚ୍ଛିନ୍ନ କରିବାକୁ ଚାହୁଁଥିଲେ। କିନ୍ତୁ ଦୟା ତାଙ୍କ ପିଛା ନ ଛାଡ଼ିବାରୁ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ଆଉ ତାଙ୍କୁ ଘରୁ ଉଠାଇଆଣି ଇଟାରେ ଛେଚି ହତ୍ୟା କରିଥିଲେ। ଆଉ ତାଙ୍କ ମୃତଦେହକୁ ନିକଟସ୍ଥ କୂଅକୁ ଫିଙ୍ଗି ଦେଇଥିଲେ। ହାର୍ଦ୍ଦିକ ଏତେ ଚତୁର ଥିଲା ଯେ ‍ମାଗଣା ଫୋନ କଲ ଆପ୍‌ ଜରିଆରେ ସେ ଦୟାଙ୍କ ସ୍ୱାମୀଙ୍କୁ ଫୋନ କରି ତାଙ୍କ ପତ୍ନୀ ପାରିବାରିକ ବିବାଦ ଯୋଗୁ ଘର ଛାଡ଼ି ଦେଇଥିବା କହୁଥିଲା। ଏତେ ସବୁ ଯୋଜନା ଓ ନାଟକ ସତ୍ତ୍ୱେ ଶେଷରେ ହାର୍ଦ୍ଦିକ ପୁଲିସ୍‌ ହାତରେ ଧରାପଡ଼ିଛି।

ଅଧିକ ପଢ଼ନ୍ତୁ: ଦୀପାଳିଙ୍କ ଉପରେ ବିଜେଡିର ଚାପ, ଅଭିଯୋଗ ଆଣିଲେ ପ୍ରଦୀପ ପୁରୋହିତ

Murder
Advertisment
Advertisment