Advertisment

Acid Attack; ପୂର୍ବ ଶତ୍ରୁତା ନେଲା ଉଗ୍ର ରୂପ: ଟେଣ୍ଟ ମାଲିକଙ୍କୁ ଏସିଡ୍‌ ମାଡ଼

ଏସିଡ୍‌ ମାଡ଼ ପରେ ଜଗବନ୍ଧୁ ଜୋରରେ ଚିତ୍କାର କରିଥିଲେ। ଜଗବନ୍ଧୁଙ୍କ ପାଟି ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Acid Attack

Acid Attack

ପୂର୍ବ ଶତ୍ରୁତା ନେଲା ଉଗ୍ର ରୂପ। ଟେଣ୍ଟ ମାଲିକଙ୍କୁ ଏସିଡ୍‌ ମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ନାୟକାଣୀଡିହି ଥାନା ଅନ୍ତର୍ଗତ ରାମନ୍ଦ୍ରପୁର ଗାଁରେ। ଏସିଡ୍ ମାଡ଼ରେ ଟେଣ୍ଟ ମାଲିକଙ୍କୁ ମୁହଁ ଓ ଶରୀର ଜଳି ଯାଇଛି। ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ହେଲେ ଜଗବନ୍ଧୁ ପଲେଇ।

Advertisment

ଗତକାଲି ବିଳମ୍ବିତ ରାତିରେ ନିଜ କାମ ସାରି ଘରକୁ ଫେରିଥିଲେ ଜଗବନ୍ଧୁ। ନିଜ ଘରେ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ କିଛି ଦୁର୍ବୃତ୍ତ ଆସି ଝରକା ବାଟେ ଜଗବନ୍ଧୁଙ୍କୁ ଏସିଡ୍ ମାଡ଼ କରିଥିଲେ, ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଯୁବତୀଙ୍କୁ ଏସିଡ୍‌ ମାଡ

ଏସିଡ୍‌ ମାଡ଼ ପରେ ଜଗବନ୍ଧୁ ଜୋରରେ ଚିତ୍କାର କରିଥିଲେ। ଜଗବନ୍ଧୁଙ୍କ ପାଟି ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ସେନେଇ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତାକୁ ନେଇ ଏପରି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

Advertisment

ପୂର୍ବରୁ ମଧ୍ୟ ଗୋପବନ୍ଧୁଙ୍କୁ ଟେଣ୍ଟକୁ ପୋଡ଼ି ଦେଇଥିଲେ ଦୁର୍ବୃତ୍ତ। ଏନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।

 ଅଧିକ ପଢ଼ନ୍ତୁ: ଦୁର୍ବୃତ୍ତଙ୍କ ଏସିଡ୍‌ ମାଡ଼ରେ ପରିବାରର ତିନି ସଦସ୍ୟ ଗୁରତର

Acid Attack Bhadrak
Advertisment
Advertisment