Advertisment

Sahadev Murder Case: ବିଚ୍ ରାସ୍ତାରେ ସହଦେବ ହତ୍ୟାକାଣ୍ଡ, ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ସହଦେବ ନାୟକଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଗିରଫ । କଟକ କାନପୁର ଅଞ୍ଚଳରୁ ଅଭିଯୁକ୍ତକୁ ଧରିଲା ପୋଲିସ । ହତ୍ୟାକାଣ୍ଡ ପରେ ନିଜ ବାଇକ୍‌ ଛାଡି ପଳାଇଥିଲା ସୁଶେଇ ।

author-image
Namita Biswal
ଅଦ୍ୟତନ ହୋଇଛି
Sahadev Nayak murder case

Sahadev Nayak murder case

ରାଜଧାନୀର ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ଘଟଣା । ପୋଲିସ ହାତରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଓରଫ ସୁଶାନ୍ତ । କଟକ କାନପୁରରୁ ସୁଶାନ୍ତକୁ ଗିରଫ କରିଛି ମଞ୍ଚେଶ୍ବର ପୋଲିସ । ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକ୍‌ ଛାଡି ପଳାଇଥିଲା । ଏହି ମାମଲାରେ ପୂର୍ବରୁ ୭ ଜଣ ଗିରଫ ହୋଇସାରିଛନ୍ତି । 

Advertisment

ଅଧିକ ପଢ଼ନ୍ତୁ: ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲା; ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରମା

କିଛି ଦିନ ତଳେ ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରମା ନାୟକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲା । ସହଦେବ ହତ୍ୟାକାଣ୍ଡର ଲେଡି ମାଷ୍ଟରମାଇଣ୍ଡ ଥିଲା ରମା ନାୟକ । କେଦାରପଲ୍ଲୀ ବସ୍ତିର ରମାକୁ କିଏ କହୁଥିଲା ଲେଡି ଡନ୍ ତ ଆଉ କିଏ ଡାକୁଥିଲା ନିଶାରାଣୀ । ସେ ଦୀର୍ଘଦିନ ହେଲା ପଶ୍ଚିମବଙ୍ଗର ନିଶା ମାଫିଆଙ୍କଠୁ ବ୍ରାଉନସୁଗାର୍ ଆଣି ରାଜଧାନୀରେ ସପ୍ଲାଏ କରିଆସୁଥିଲା । ସେହି ବ୍ରାଉନସୁଗାର ବେପାରରୁ ଉପୁଜିଥିବା ଶତ୍ରୁତାରୁ ସହଦେବଙ୍କୁ ହତ୍ୟା କରିଥିଲା ।

Advertisment

ଗତ ଜାନୁୟାରୀ ୮ ତାରିଖ ଦିନ ରସୁଲଗଡ଼-ବାଣୀବିହାର ଓଭରବ୍ରିଜରେ ଘଟିଥିଲା ହତ୍ୟାକାଣ୍ଡ । ଦିନ ବେଳେ ଲୋକଙ୍କ ଆଖି ସାମ୍ନାରେ ବୀଭତ୍ସ ଭାବେ ସହଦେବ ନାଏକଙ୍କୁ କରାଯାଇଥିଲା ହତ୍ୟା । ହତ୍ୟାକାଣ୍ଡର ରୂପରେଖ ସଂପର୍କରେ ପୋଲିସ ଆଗରେ ସବୁ ବଖାଣିଥିଲା ଅନ୍ୟତମ ଡ୍ରଗ୍ସ କୁଇନ୍ ଲିପିକା ନାଏକ । ନିଜକୁ ପୁରୁଷ ବେଶରେ ସଜାଇଥିଲା, ଆଉ ସହଯୋଗୀଙ୍କ ସହ ମିଶି ସହଦେବଙ୍କୁ ଖଣ୍ଡାରେ ହାଣି ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ ହାତ ହତିଆର୍ ଧରି ବାଇକରେ ଖସି ପଳାଇଥିଲା । 

ଏନେଇ ମୃତ ସହଦେବଙ୍କ ପତ୍ନୀ କହିଥିଲେ, ଡ୍ରଗ୍ସ କାରବାରକୁ ବିରୋଧ କରିବାରୁ ପୂର୍ବରୁ ଅନେକ ଥର ଧମକ ଚମକ ସହ ୧୦ ତାରିଖରେ ମୁଣ୍ଡ କାଟି ଥାନାରେ ହ୍ୟାଣ୍ଡ ଓଭର୍ କରିବୁ ବୋଲି ଚେତାବନୀ ଦେଇଥିଲା ନିଶା କାରବାରରେ ଜେଲ୍ ଯାଇଥିବା ଲିପିକା । ଆଉ ହତ୍ୟାର ବ୍ଲୁପ୍ରିଣ୍ଟ ତିଆରି କରିଥିବା ଲିପିକା ଜେଲରୁ ଫେରିବା ପରେ ଧାର୍ଯ୍ୟ ତାରିଖର ୪୮ ଘଣ୍ଟା ଭିତରେ ସହଦେବଙ୍କୁ ଗଣ୍ଡିରୁ ମୁଣ୍ଡ ଅଲଗା କରିଥିଲା ସହଯୋଗୀଙ୍କ ସହାୟତାରେ । ଆଜି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଧରାପଡିଛି । 

ଅଧିକ ପଢ଼ନ୍ତୁ: ମରିଗଲା ମାନବିକତା, ଝିଅ ସହ ସ୍ୱାମୀର ମୃତଦେହକୁ ଖଟିଆରେ ବୋହିଲେ ସ୍ତ୍ରୀ

Mancheswar Bhubaneswar Murder Brown Sugar Smuggling
Advertisment
Advertisment