ପାହାଡ଼ ବୁକୁରେ ପଥର ଚିରି ବସତି । ଏଠି ବାଟ ଶେଷ, ବିକାଶ ବି ଯେମିତି ଶେଷ । ଅପହଞ୍ଚ ଏତେ, ସହାୟତାର ହାତ ଚାହିଁଲେ ବି ବଢ଼ାଇ ହେଉନି କିମ୍ବା ଇଚ୍ଛାଶକ୍ତିର ଅଭାବ ସହାୟତାକୁ ପହଞ୍ଚାଇ ଦେଉନି ।
ନାଁ ତାର ସାମୁଏଲ ଖେମୁଡୁ । ଚଲାବୁଲା କରିପାରେନି କି ସ୍କୁଲ ଯାଇପାରେନି। ତାର ଜଙ୍ଘ ହାଡ଼ ଭାଙ୍ଗି ଯାଇଥିବାରୁ ଯନ୍ତ୍ରଣାରେ ହେଉଛି ଛଟପଟ । ତଥାପି ଆଶା ଅଛି ସାମୁଏଲ ଚାଲିବ, ସାଇକେଲ ଚଲେଇବ।
କଲବଲ କରୁଛି ତାତି..ଏମିତି ସ୍ଥିତିରେ ପିଇବାକୁ ପାନୀୟ ଜଳ ନାହିଁ । ଚୁଆ ପାଣି ସାଜିଛି ସାହାରା..