୨୩ ବର୍ଷର ସଂଘର୍ଷ ପରେ, ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଉଦଘାଟିତ ହେଲେ.. ସତ, କିନ୍ତୁ ପ୍ରକଳ୍ପ କାମ ଏବେ ବି ସରିନି..ସେପଟେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ଭୋଟ ପୂର୍ବରୁ ନେତାଙ୍କ ମହୁ ଲଗା ପ୍ରତିଜ୍ଞା ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଛି..
ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।
ଅସଂପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଥିବା କହି ବିରୋଧୀଙ୍କ ଟାର୍ଗେଟ୍ । ମଞ୍ଚ ଉପରେ ବାକ୍ ଯୁଦ୍ଧ ।
୫ ଦିନରେ ୩ ଥର ଦଳ ପରିବର୍ତ୍ତନ । ପ୍ରଥମେ କଂଗ୍ରେସରୁ ବିଜେଡିକୁ ଗଲେ, ତା ପରେ ବିଜେଡିରୁ ପୁଣି କଂଗ୍ରେସକୁ ଫେରିଲେ । ଏଥର ବି ମନ ଥୟ ରହିଲାନି ଯେ, ତା ପରଦିନ ପୁଣି ବିଜେଡିକୁ ଫେରିଲେ । ମାନେ ଦୁଇ ଥର ଘର୍ ୱାପସି ।
ସୂର୍ଯ୍ୟବଂଶୀ ସୂରଜଙ୍କୁ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କରିଥିବା ଟାର୍ଗେଟର ଜବାବ ରଖିଛି ବିଜେପି । ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରୀ ମଞ୍ଚରେ ରାଜନୈତିକ ମନ୍ତବ୍ୟ ହାସ୍ୟାସ୍ପଦ ।
ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଲେ ରୁଷ ରାଷ୍ଟ୍ରପତି ପୁଟିନ । ଏହାସହ ନୂଆଦିଲ୍ଲୀ ଓ ମକ୍ସୋ ମଧ୍ୟରେ ଥିବା ପାରମ୍ପରିକ ଓ ପୁରୁଣା ସଂପର୍କ ସର୍ବଦା ବଜାୟ ରହିବ ବୋଲି ସେ ଆଶା କରିଛନ୍ତି ।
୨୪'ରେ କେମିତି ଓଡ଼ିଶା ଦଖଲ କରିବ ବିଜେପି । ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରୋଡମ୍ୟାପ୍ ।
ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣ୍ଟାଯାଇଥିଲା ଟଙ୍କା ।
ଦିଲ୍ଲୀରେ ଅନୁଷ୍ଠିତ ୨ ଦିନିଆ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶା ସମେତ ସବୁ ରାଜ୍ୟ ମୁଖିଆଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।
ତେବେ ଏଠି ପ୍ରଶ୍ନ ବିନା ଗାଇଡ୍ ଲାଇନ କିମ୍ବା କମିଟି ବିନା ଜିଲ୍ଲା ଗଠନ ସମ୍ଭବ ନୁହେଁ ବୋଲି ଅବଗତ ନ ଥିଲେ କି ସରକାର ? ନା ସବୁ ଜାଣି କେବଳ ଭୋଟ୍ ଭେଳିକି ପାଇଁ ତରବରିଆ ଘୋଷଣା ହୋଇଥିଲା।
ବିଜେଡିର ଜନସଂପର୍କ ପଦଯାତ୍ରାରେ ଭୋଟ୍ ପ୍ରଚାର । ଭୁବନେଶ୍ୱରରେ ଶ୍ରୀମୟୀ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କହି ଭୋଟ୍ ମାଗିଲେଣି ମନ୍ତ୍ରୀ, ବିଧାୟକ । ପ୍ରଶ୍ନ ଉଠୁଛି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପୂର୍ବରୁ କେମିତି ଖୋଲାଖୋଲି ପ୍ରାର୍ଥୀ ଘୋଷଣା କରୁଛନ୍ତି ଜନପ୍ରତିନିଧି ଓ କର୍ମୀ ?
ଆଜିଠୁ ରାଜସ୍ଥାନରେ ଆରମ୍ଭ ହେବ ଭଜନ ରାଜ୍ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିପରି ଉପମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ରାଜସ୍ଥାନରେ ଲାଗୁ ହୋଇଛି ମଧ୍ୟପ୍ରଦେଶ ଫର୍ମୁଲା । ଅର୍ଥାତ୍ ଦୁଇ ଜଣ ହେବେ ଉପମୁଖ୍ୟମନ୍ତ୍ରୀ ।
ବିପଦରେ ସରକାରୀ ଜମି । ଜମି ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି । ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ବିକୁଛନ୍ତି ଦଲାଲ । ଦଲାଲଙ୍କ ହାତରେ ଫସୁଛନ୍ତି ନିରିହ ଲୋକ । ଭୁବନେଶ୍ୱର ଶାମପୁର ଅଞ୍ଚଳରେ କାହାକୁ ହଜାର ତ କାହାକୁ ଲକ୍ଷେରେ ବିକ୍ରି ହୋଇଛି ସରକାରୀ ପ୍ଲଟ ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ....ହାଇଦ୍ରାବାଦରେ ଶପଥ ପାଠ କରାଇଲେ ରାଜ୍ୟପାଳ....
ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ । ସେ ଗତରାତିରେ ଦିଲ୍ଲୀରୁ ଫେରିଥିବା ବେଳେ, ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ହେବ ।
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର କରିବାକୁ ଆଜି ଦିଲ୍ଲୀରେ ବସୁଛି ବିଜେପି ସଂସଦୀୟ ଦଳ ବୈଠକ ।
୭ ତାରିଖରେ ତେଲେଙ୍ଗାନାକୁ ମିଳିବ ନୂଆ ସିଏମ୍। ଶକ୍ତିଶାଳୀ ବିଆରଏସକୁ ମାତ୍ ଦେଇ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା କଂଗ୍ରେସର ପୋଷ୍ଟର୍ ବୟ୍ ଅନୁମୁଲା ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ଏକରକମ ନିଶ୍ଚିତ।
ରେବାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରେବାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ।
ଆଜି ରାଜ୍ୟ କ୍ୟାବିନେଟ୍ । ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।
ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟରେ ଅଣ ଓଡିଆ ଅଫିସରଙ୍କ ରାଜୁତି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇବାକୁ ସୁରେଶ ମହାପାତ୍ରଙ୍କୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।
ବିଜେଡି ଶାସନର ୨୩ ବର୍ଷ ପରେ ବି ରାଜରାସ୍ତାରେ ଚାଷୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଅଙ୍ଗନବାଡି, ଆଶା କର୍ମୀ । କାହାର ଦାବି ଦରମା ବୃଦ୍ଧି, ତ କାହାର ଦାବି ସ୍ଥାୟୀ ନିଯୁକ୍ତି...ପୁଣି ଗୋଟିଏ ମାସରେ ୩ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ।
'ବିଷ ଖାଦ୍ୟ ପ୍ରଭାବ ଯୋଗୁଁ ପ୍ରଥମେ ନୀତୀଶ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜକ ଟିପ୍ପଣୀ ଦେଇଥିଲେ ଏବଂ ଗତକାଲି ମତେ ବିଧାନସଭାରେ ଅପମାନିତ କରି ନିଜକୁ ମୁର୍ଖ ବୋଲି କହିଥିଲେ' ।
ସେ ଥିଲା ଗାଁର ପଢୁଆ ଝିଅ । ପାଠପଢାରେ ଆଗରେ ଥିଲା । ଆଶା ରଖିଥିଲା ପାଠପଢି ଗାଁର ନାଁ ରଖିବ । ହେଲେ ସବୁ କିଛି ଯେମିତି ଚୁରମାର୍ ହୋଇଗଲା । ବହୁ ଚର୍ଚ୍ଚିତ ରେଞ୍ଜ ରୋଭର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରାଙ୍କ ଥିଲା ଏଇ ସ୍ୱପ୍ନ ।
ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?
ଧର୍ମ ମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତ୍ରାହି ତ୍ରାହି ଡାକିଲେଣି ଭକ୍ତ। ଶ୍ରୀମନ୍ଦିର ସେବାୟତ ବି ସରକାରଙ୍କ ଉପରେ ଝାଡ଼ିଲେଣି ଖୋଲା ଖୋଲି ଅସନ୍ତୋଷ। ଏହାରି ଭିତରେ ଚାରିଦ୍ୱାର ଖୋଲିବାକୁ ଦାବି ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଲାଣି ।