/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700799949.jpg)
Odisha Assembly
ଆଜି ରାଜ୍ୟ କ୍ୟାବିନେଟ୍ । ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏହି ବୈଠକରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ଶୀତ ଅଧିବେଶନ ଜାରିଥିବା ବେଳେ, କ୍ୟାବିନେଟ ବୈଠକକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ତେବେ ନିର୍ଦ୍ଧିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ନିଷ୍ପତ୍ତି ଆସିବ ସ୍ପଷ୍ଟ ହୋଇନାହିଁ ।
ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଚତୁର୍ଥ ଦିନ । ଗୃହରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି । ଗତକାଲି ଦ୍ବିତୀୟାର୍ଦ୍ଧରେ ଗୃହ ସ୍ବାଭାବିକ ଭାବେ ଚାଲିଥିବା ସତ୍ତ୍ୱେ ଆଜି ଗୃହରେ ସରଗରମ ଆଲୋଚନା ହୋଇପାରେ ।
ଆଦିବାସୀ ଜମି ନେଇ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପୂର୍ଣ ପ୍ରତ୍ୟାହାର ଏବଂ ଗୃହରେ ଆଲୋଚନା ଦାବି କରି ଦୁଇ ଦିନ ହେବ ବିରୋଧୀ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ । ଗୃହ ସ୍ୱାଭାବିକ ଚାଲିଲେ ଶୂନ୍ୟକାଳରେ ଅନେକ ପ୍ରସଙ୍ଗ ଉଠିପାରେ । ସେହିପରି ମୁଲତବୀ ଆଲୋଚନାରେ ଆଦିବାସୀ ଜମି କିଣା ବିକାକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)