ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନ୍ୟୁଜ ୱିକ ମାଗାଜିନର କଭର ପେଜ୍ ରେ ସ୍ଥାନ ପାଇଛନ୍ତି ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନ୍ୟୁଜ୍ ୱିକ୍ ର ଏପ୍ରିଲ ୧୯୬୬ କଭରରେ ସ୍ଥାନ ପାଇଥିଲେ ।
ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ । ଉଭୟଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।
ଦେବାଶିଷଙ୍କ କଡ଼ା ସମାଲୋଚନା । ବିଜେଡିକୁ କଡ଼ା ସମାଲୋଚନା କଲେ ଦେବାଶିଷ ନାୟକ । କହିଲେ, ‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାନ୍ତି, ଅବସର ନେଇଯାଆନ୍ତୁ । ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ଅବସର ନିଅନ୍ତୁ ନବୀନ । ’
ମୋକିମ୍ଙ୍କୁ ହାଇକୋର୍ଟଙ୍କ ଝଟ୍କା । ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍ଙ୍କ ଉପରେ ବାଜିଲା ହାଇକୋର୍ଟଙ୍କ ଛାଟ ।
ଦିନକୁ ଦିନ ତେଜୁଛି କେନ୍ଦ୍ରାପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ । କଂଗ୍ରେସରୁ ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ମୂଳ ବିଜେଡି ନେତାଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଜୋନ୍ ସ୍ତରୀୟ ବିଜେଡି କର୍ମୀ ଆଜି ଗଣେଶ୍ୱରଙ୍କ ବିରୋଧରେ ନାରାବାଜୀ କରିବା ସହ ଖୋଲାଖୋଲି ବିରୋଧ ଜଣାଇଛନ୍ତି ।
ଓଡ଼ିଶା ଓ ପଶ୍ଚିମବଙ୍ଗରେ ନମ୍ବର ୱାନ୍ ପାର୍ଟି ହେବାକୁ ଯାଉଛି ବିଜେପି । ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜଣାଶୁଣା ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି ।
ମୁଁ କୌଣସି ଅନ୍ୟ ଦଳ ପାଇଁ ପ୍ରଚାର କରିନି । କାରଣ ଦର୍ଶାଅ ନୋଟିସ୍ ପାଇବା ପରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ।
ବିଜେଡିରୁ ଇସ୍ତଫା ଦେଇଛନ୍ତି ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ ।
ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ନାମାଙ୍କନ ତାରିଖକୁ ଆଉ ମାତ୍ର ୧୦ ଦିନ । ହେଲେ ଏଯାଏଁ ନା ଅଛି ପ୍ରଚାର ଘୋ ଘା, ନା ସରୁଛି ଯୋଦ୍ଧା ଘୋଷଣା । ରାଜ୍ୟର ତିନି ପ୍ରମୁଖ ଦଳରୁ କେହି ଗୋଟିଏ ଦଳ ବି ଏଯାଏଁ ସେମାନଙ୍କ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହାନ୍ତି ।
ଏଯାଏଁ ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ, ସନ୍ତୋଷ ଖଟୁଆ ଟିକେଟ୍ ପାଇଁ ଅନ୍ୟତମ ବଡ଼ ଦାବିଦାର୍ ବୋଲି କୁହାଯାଉଛି ।
ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆ ଜରିଆରେ ଦେଲେ ସୂଚନା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଲେଖିଲେ । ବିଜେପିର ଉପସଭାପତି ପଦରେ ଥିଲେ ଲେଖାଶ୍ରୀ ।
ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ ।
ଓଡ଼ିଶାର ପ୍ରାର୍ଥୀ ତାଲିକା ନେଇ କଂଗ୍ରେସର ମାନସମନ୍ଥନ । ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ବୈଠକ ।
ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶ ମିରଟ ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପପୁଲାର୍ ରାମାୟଣ ସିରିଏଲର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ।
ଆଉ ମ୍ୟାନେଜ୍ ମୁଡ୍ରେ ନାହାନ୍ତି ବିଦ୍ରୋହୀ ବିଜେଡି ନେତା । ଟିକେଟ୍ ନମିଳିବା ଜାଣି ସିଧା ପଦ୍ମ ପୋଖରୀକୁ ମାରୁଛନ୍ତି ଡିଆଁ । ଆଜି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର ଓ ସନ୍ତୋଷ ଜେନା ।
ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା ବୋଲି ଜଣାପଡ଼ିଛି । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ।
ଭୁଶୁଡ଼ିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ? ବିଗିଡ଼ିବ କି ମିଶନ ଶକ୍ତି ତଥା SHG ମହିଳାଙ୍କୁ ନିଜ ଆଡ଼କୁ ନେବା ପାଇଁ ଶାସକ ବିଜେଡିର ରଣନୀତି ?
ଯାଜପୁର ଧର୍ମଶାଳା ବିଜେଡିରେ ଗୋଷ୍ଠୀ କନ୍ଦଳ । ବିଜେଡିରୁ ଇସ୍ତଫା ଦେଲେ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ୱାଳ । ସେ ଚଳିତ ନିର୍ବାଚନରେ ଯାଜପୁର ଧର୍ମଶାଳା ବିଧାନସଭା କ୍ଷେତ୍ରରୁ ବିଜେଡି ଟିକଟ ଆଶାୟୀ ଥିଲେ ।
ପୁଣି ବିଜେଡି ଖେଳିଲା ବଂଶବାଦ କାର୍ଡ । କେଉଁଠି ପୁଅ-ଝିଅ, ତ ଆଉ କେଉଁଠି ବେଟର୍ ହାଫଙ୍କୁ ଟିକେଟ୍ । ଡଜନେରୁ ଅଧିକ ଆସନରେ ଉତ୍ତରାଧିକାରୀଙ୍କ ଅଭ୍ୟୁଦୟ ।
ମେଣ୍ଟ ଦ୍ୱନ୍ଦ୍ୱ ହଟିବା କ୍ଷଣି ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ । ଦୁଇ ଦଳ ବିଜେପି-ବିଜେଡିରେ ଜୋର୍ ଧରିଲା ଯୋଦ୍ଧା ବଛା କସରତ୍। ଏକାକୀ ଲଢ଼ିବା ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ଆଜି ପୁଣି ଦିଲ୍ଲୀ ଗସ୍ତରେ ବିଜେପି ରାଜ୍ୟ ମୁଖିଆ ମନମୋହନ ସାମଲ ଓ ସଂଗଠନ ସଂପାଦକ । କାହିଁକି ନା ଦିଲ୍ଲୀରେ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ମେଣ୍ଟ ଚର୍ଚ୍ଚାର ବାଦଲ ହଟିଯାଇଥିବାରୁ ପୂର୍ବରୁ ରାଜ୍ୟ ନିର୍ବାଚନ କମିଟି ପଠାଇଥିବା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆଧାରରେ ଆଜି ବାଜିପାରେ ଓଡ଼ିଶାର କିଛି ଆସନ ପାଇଁ ପ୍ରାର୍ଥୀଙ୍କ ନାଁରେ ମୋହର ।
ବିଜେଡି ଛାଡିବା ପରେ କ’ଣ ହେବ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ ପଦକ୍ଷେପ ? କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ବିଜେପିରେ ମିଶିବେ ବୋଲି କୁହାଯାଉଛି ।
ଆଶାୟୀଙ୍କ କନ୍ଦଳ ଭିତରେ ଗଞ୍ଜାମ ଗଣିତ। କିଏ ପାଇବ ଟିକେଟ, କାହାକୁ ଏଥର ହେବାକୁ ପଡ଼ିବ ନିରାଶ। ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମର ଦୁଇ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର ଓ ଆସ୍କାରେ ସଂଗଠନ କିପରି ରହିଛି ତାର ସମୀକ୍ଷା କରିଛନ୍ତି। ତାରି ଭିତରେ ଚର୍ଚ୍ଚା ହେଉଛି ଟିକେଟ୍ ପାଇଁ ସଙ୍କେତ ବି ଦିଆଯାଇଛି। ମାତ୍ର ଆଶାୟୀ କିନ୍ତୁ ନଛୋଡ଼ବନ୍ଧା ।
ଦିଲ୍ଲୀରେ କେନ୍ଦ୍ରୀଭୂତ ଓଡିଶା ରାଜନୀତି । ଖୁବ୍ ଶୀଘ୍ର ଆସିପାରେ ସ୍ପଷ୍ଟ ଚିତ୍ର । ଦୂର ହୋଇପାରେ ବିଜେଡି-ବିଜେଡି ମେଣ୍ଟ ଦ୍ୱନ୍ଦ୍ୱ । ଦୁଇ ଦିନ ଅନ୍ତରାଳେ ବିଜେପିର ରାଜ୍ୟ ନେତୃତ୍ୱଙ୍କୁ ଗତକାଲି ଦିଲ୍ଲୀ ଡାକରା ପରେ କୁହାଯାଉଛି, କିଛି ଶୀର୍ଷସ୍ତରର କେନ୍ଦ୍ରୀୟ ନେତାଙ୍କ ଘରେ ଆଜି ମାନସ ମନ୍ଥନ ଚାଲିଛି। ଆଉ ଆସନ୍ତାକାଲି ସୁଦ୍ଧା ମେଣ୍ଟ ଗଣିତ ଛିଡ଼ିପାରେ।
କେବେ ହଟିବ ପରଦା ? କେବେ ଆସିବ ସ୍ପଷ୍ଟ ଚିତ୍ର ? ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭାର ପରଦିନଠାରୁ ଅର୍ଥାତ ଗତ ୬ ତାରିଖଠାରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ।