ସେ ଟ୍ୱିଟ୍କରି ଲେଖିଛନ୍ତି, ଧୋନି IPLରେ ଆଉ ଗୋଟିଏ ବର୍ଷ ରହିବେ ବୋଲି ଜାଣିବା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଖୁବ୍ ଖୁସି ଓ ଆଶାବାଦୀ ।
ଏମିତି ରାଜନେତାଙ୍କୁ କହିବ କଣ? ଦୁହେଁ ଝଗଡା ଲାଗିଲେ, ପଂଚାୟତର ବିକାଶ ବନ୍ଦ ହେଲା । ଏବେ ଗାଁ ଲୋକ ମିଟିଂ କରିବା ପରେ ମନମାଳିନ୍ୟ ଦୂର ହେଲା...ପଂଚାୟତର ବିକାଶ ନେଇ ଶପଥ ନେଲେ ଦୁଇ ନେତା
କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍ଜିଟ୍ ପୋଲ ? ଏଥର ଝୁଲା ସରକାର
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ବିଭିନ୍ନ ସମାଜ ଓ ବର୍ଗର ଭୋଟରଙ୍କୁ ଆଖି ଆଗରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସରଗରମ ରାଜନୀତି । ଗୋଟିଏ ପଟେ ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳରୁ ଇସ୍ତଫା ଦେଇ ଶଙ୍ଖ ଶିବିରରେ ସାମିଲ ହୋଇଥିବା ବେଳେ ଝାରସୁଗୁଡାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି କର୍ମୀ ।
ମୋଣ୍ଟାଜ୍ ଝାରସୁଗୁଡ଼ା ଦଖଲ ପାଇଁ ଷ୍ଟ୍ରାଟେଜି ପୂରା ପ୍ରସ୍ତୁତ । ମୈଦାନରେ ସବୁ ଦଳର ହେଭିୱେଟଙ୍କ୍ କସରତ। । ଦିନିକିଆ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ
ଦଳରେ ବିଦ୍ରୋହର ଆଶଙ୍କା କରୁଛି କି ବିଜେଡି ? ସାଧାରଣ ନିର୍ବାଚନ ପୂର୍ବରୁ ଅକଳ ସ୍ଥିତିର ବାସ୍ନା ବାରୁଛି କି ଦଳ ? କାରଣ ଏବେଠୁ ଆରମ୍ଭ ହେଲାଣି ଅଲୋଡ଼ା ନେତାଙ୍କ ମାନଭଞ୍ଜନ। ଆଉ ଏହି ପର୍ବରେ ଚର୍ଚ୍ଚାରେ ସଂଜୟ ଦାସବର୍ମା। ଦଳ ଭିତରେ ଦୀର୍ଘ ଦିନ ଧରି କୋଣଠେସା ହୋଇ ରହିଥିବା ସଂଜୟଙ୍କୁ ନିକଟରେ ନବୀନ ନିବାସରୁ ଡାକରା ଆସିବା ଏବଂ ସେ ନବୀନ ନିବାସ ଯାଇ ଶୀର୍ଷ ନେତୃତ୍ୱ ଓ ବର୍ତ୍ତମାନ ଅଫିସର ଥାଇ ଦଳୀୟ ଆଫାୟାର୍ସ ବୁଝୁଥିବା ବ୍ୟକ୍ତିଙ୍କୁ ଭେଟି ଆଲୋଚନା କରିବାକୁ ନେଇ ଏଇ ଚର୍ଚ୍ଚା।
ନବ ଦାସ ହତ୍ୟା ଷଡ଼ଯନ୍ତ୍ରରେ ସୁଶାନ୍ତ ସିଂଙ୍କ ନାଁ ଥିବା ପୂର୍ବରୁ ବିରୋଧୀ ଅଭିଯୋଗ କରିଥିଲେ। ଆଉ ଏବେ ସେହି ଥିଓରୀ ଦର୍ଶାଇ ତାଙ୍କୁ ବାଦ୍ ଦିଆଯାଇଥିବା କହି ଘେରିଛନ୍ତି। କାହିଁକି ସୁଶାନ୍ତଙ୍କୁ ବିଜେଡିର ନିର୍ବାଚନ ପରିଚାଳନାରେ ସାମିଲ କରଗଲା ନାହିଁ ? ନବ ଦାସ ବିଧାୟକ ଓ ମନ୍ତ୍ରୀ ଥିବା ବେଳେ ସୁଶାନ୍ତ ସିଂଙ୍କ ସହ ଶୀତଳଯୁଦ୍ଧ ଲାଗି ରହିଥିଲା।
ଝାରସୁଗୁଡ଼ା ଦଖଲ ପାଇଁ ଦଳୀୟ ସମରସଜ୍ଜାକୁ ଜୋରଦାର କରିଛି ବିଜେଡି । ଆରମ୍ଭ କରିଛି ଗ୍ରାଉଣ୍ଡୱାର୍କ । ପୂର୍ବରୁ ଉପ ନିର୍ବାଚନ ପାଇଁ ୩ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଦଳ ଆଜି ୪ଟି ବ୍ଲକ ଓ ଗୋଟିଏ ପୌରାଞ୍ଚଳ ପାଇଁ ୧୨ ହେଭିୱେଟ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛି। ଅର୍ଥାତ ପୂର୍ବ ଉପନିର୍ବାଚନ ଗୁଡ଼ିକରେ ଯେଭଳି ଲଢ଼ିଥିଲା ବିଜେଡି, ଝାରସୁଗୁଡ଼ା ଉପ ନିର୍ବାଚନରେ ବି ସମାନ ଷ୍ଟାଇଲରେ ଲଢ଼ିବ ବୋଲି କୁହାଯାଉଛି । ଆଉ ଏପଟେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନଥିଲେ ବି ବିଜେପି ଓ କଂଗ୍ରେସ ଚଳାଇଛନ୍ତି ରଣନୀତି
ଶଙ୍ଖ ମୋ ଗର୍ବ' ପରେ ବିଜେଡିର ସୋସିଆଲ୍ ମିଡିଆରେ ନୂଆ କ୍ୟାମ୍ପେନ୍ ‘ଜୟ ଜଗନ୍ନାଥ’କୁ ନେଇ ଚର୍ଚ୍ଚା । ତେବେ ହଠାତ୍ ସ୍ଲୋଗାନ ବଦଳିବା ପଛର କାରଣ କଣ ? ବିରୋଧୀ କଂଗ୍ରେସ୍ କହିଛି, ଲୋକେ ଶଙ୍ଖ ମୋ ଗର୍ବ ନାରା ଗ୍ରହଣ ନକରିବାରୁ ବିଜେଡି ନିଜ ସ୍ୱର ବଦଳାଇଲା । ସେପଟେ ଆଗକୁ ରାମ ନବମୀ ଆସୁଥିବାରୁ ବିଜେପିର ଜୟ ଶ୍ରୀରାମ ନାରାକୁ କାଉଣ୍ଟର କରିବାକୁ ଏହି ଉଦ୍ୟମ ବୋଲି ଚର୍ଚ୍ଚା ହେଉଛି । ଏପଟେ କିନ୍ତୁ ବିଜେଡିର ନୂଆ ନାରାକୁ ନେଇ ତେଜିଛି ରାଜନୀତି ।
ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।
୪ ବର୍ଷ ପୁରୁଣା ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ସଜା ହେବା ପରେ, ତାଙ୍କ ପାଇଁ ଆହୁରି ଅନେକ ଅଡ଼ୁଆ ବଢ଼ିବାକୁ ଯାଉଛି ବୋଲି ଆଶଙ୍କା କରୁଛନ୍ତି ସମ୍ବିଧାନ ବିଶାରଦ ।
ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
5T କୁ ନେଇ ବଢିଲା ବିବାଦ । ବିଧାନସଭାରେ ପୁଣି 5T ତାତି । ସ୍କୁଲଗୁଡ଼ିକର 5T ରୂପାନ୍ତୀକରଣକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ବିଧାନସଭାରେ 5T ଏକ ବିଭାଗ କି ବୋଲି ପ୍ରଶ୍ନ ଉଠିଥିବା ବେଳେ ଆଜି 5T ମାଧ୍ୟମରେ ସ୍କୁଲ୍ ରୂପାନ୍ତୀକରଣ ଉପରେ ଉଠିଛି ପ୍ରଶ୍ନ ।
ମୁଖପାତ୍ର ନହୋଇଥିଲେ ବି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରୋଷେଇ ଗ୍ୟାସ୍ ଦର ବୃଦ୍ଧି କରିଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। କହିଥିଲେ, ଏ ପ୍ରସଙ୍ଗରେ କାହିଁକି ଓଡ଼ିଶା ବିଜେପି ନେତାଏ କିଛି କହୁନାହାଁନ୍ତି?
ଦିବଙ୍ଗତ ବିଜେଡ଼ି ନେତା ବିଷ୍ଣୁ ଦାସଙ୍କ ପୁଅ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର। ଆଉ ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ। ଉଭୟଙ୍କ ବୟସ ପ୍ରାୟ ସମାନ। ଦୁହେଁ ବି ଏବେ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। କିନ୍ତୁ ଚର୍ଚ୍ଚାର କାରଣ ଅଲଗା ଅଲଗା। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ଏଇ କଂଚା ବୟସରେ ନିଜର ରାଜନୈତିକ ପଟୁତା ପାଇଁ ଲୋକଙ୍କ ଭିତରେ ଚର୍ଚ୍ଚାରେ ରହୁଥିବା ବେଳେ, ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ନିଜର ପ୍ରେମ ଜନିତ ବିବାଦ ପାଇଁ ଏବେ ଚର୍ଚ୍ଚାରେ ରହୁଛନ୍ତି।
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ପୁରାପୁରି ବିଗିଡ଼ି ଯାଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।
ଗୋଟିଏ ପଟେ କେନ୍ଦ୍ର ସରକାର ଗରିବଙ୍କ ୫ କେଜି ଚାଉଳ କାଟିଦେବା ନେଇ ବିଜେଡି ଚଳାଇଛି ବିକ୍ଷୋଭ । ଅନ୍ୟପଟେ ପଦାକୁ ଆସିଛି ବଣ୍ଟନ ବ୍ୟବସ୍ଥାର ସାଙ୍ଘାତିକ ଅବ୍ୟବସ୍ଥା । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷରୁ ଅଧିକ ଜାଲ୍ ହିତାଧିକାରୀ । ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର । ବେଆଇନ୍ ଭାବେ ଏସବୁ ନାଁ କିଏ ଯୋଡ଼ିଲା, ଚାଉଳ କିଏ ନେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ଜାଲ୍ କାର୍ଡ ମାଧ୍ୟମରେ ବ୍ୟାପକ ଘୋଟାଲା କରାଯାଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।
ବଲାଙ୍ଗିର ଜିଲ୍ଲାରେ ବଢୁଛି ଆଇନଶୃଙ୍ଖଳା ପରିସ୍ଥିତି
ନଦୀପଠାରୁ ବାଲି ଚୋରାଚାଲାଣ ଦ୍ୱାରା ପରିବେଶ ସନ୍ତୁଳନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ମୁହାଣରୁ ବାଲି ଖନନ ଫଳରେ ନଦୀ ତା’ର ଗତିପଥ ବଦଳାଇ ଗାଆଁ ଓ ଜମିବାଡି ମୁହାଁ ହେବାର ସମ୍ଭାବନା ରହିଛି। ଆଇନ କାନୁନ ଉପରେ ଡୋଜର୍ ଚଳାଇ କୋଟି କୋଟି ଟଙ୍କାର ବାଲି କାରବାର କରୁଥିବା ଏମାନେ କିଏ ? ଏମାନଙ୍କ ପଛରେ କେଉଁ ଶକ୍ତି ରହିଛି?
ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷ ସମୟକୁ ନେଇ ସସପେନ୍ସ? କେତେବେଳେ ଆଉ କେଉଁଠି ହୋଇଛି ନବ ଦାସଙ୍କ ମୃତ୍ୟୁ ଏବେ ତାକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ କରୁଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
ବିଜେଡିରେ ଏବେ ତୃତୀୟ ପିଢ଼ିର ଦବ୍ଦବା । ପ୍ରଥମ, ଦ୍ୱିତୀୟ ଭଳି ଦଳ ପାଇଁ ସଫଳତା ଦୋହରାଇ ପାରିବ ତ ଏହି ପିଢ଼ି ? ସେମାନଙ୍କ ପାଖରେ ଅଛି କି ସେଭଳି ସାଂଗଠନିକ ଦକ୍ଷତା ? ନା କେବଳ କ୍ଷମତା କେନ୍ଦ୍ରର ହଁରେ ହଁ ଭରୁଥିବାରୁ ମିଳୁଛି ଗୁରୁତ୍ୱ । ବିଜେଡିରେ ଏବେ ନୂଆ ଜେନେରସନ୍ ରାଜନୀତିକୁ ନେଇ ଚର୍ଚ୍ଚା । କାରଣ ଧାମନଗର ଉପନିର୍ବାଚନରେ ଦାୟିତ୍ୱ ନେଇଥିଲା ତୃତୀୟ ପିଢ଼ି, ଆଉ ସେଠାରେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା । ତେବେ ପଦ୍ମପୁରରେ କୋର୍ସ କରେକ୍ସନ କରି ସବୁ ପିଢ଼ି ଏକାଠି ଲଢ଼ିଲେ, ଦଳ ପାଇଲା ରେକର୍ଡ ବିଜୟ ।
ପୁରୀରେ ଆମେ ପ୍ରତିଷ୍ଠା ଦିବସ ପାଳୁଛେ। ଜଗନ୍ନାଥଙ୍କୁ ଦର୍ଶନ କରୁଛେ...ହେଲେ ଏ ପ୍ରତିଷ୍ଠା ଦିବସ ଯେମିତି ଡିସେମ୍ବର ମାସ ପାର୍ଟି ନହେଉ...ବାସ୍ ଏହି କଥାକୁ ନେଇ ଏବେ ରାଜ୍ୟରାଜନୀତିରେ ହଟ୍ଟଚମଟ ହୋଇଛି।
୨୪ ରଣନୀତି ଅନ୍ତର୍ଗତ ବିିଜେଡି ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗି ନିଜ ପଟକୁ ନେବା ଲାଗି ଜୋରାଦର ପ୍ରୟାସ ଆରମ୍ଭ କରିଛି ବିଜେପି।