• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ । ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ରେବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ । ସେହିପରି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଟି ବିକ୍ରମାର୍କା । ଏହି ଶପଥ ଗ୍ରହଣ ସମାରୋହରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ । 

ରେବାନ୍ତଙ୍କର ମୁଖ୍ୟମନ୍ତ୍ରୀ ପଦ ପାଇଁ ଯାତ୍ରା ଏତେ ସହଜ ନଥିଲା । ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେବାନ୍ତ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବରେ ରେବାନ୍ତ ରେଡ୍ଡୀଙ୍କ କାର୍ଯ୍ୟ ଶୈଳୀ ଦଳକୁ ସୁଦୃଢ଼ କରିଛି ।

 ଏବିଭିପିରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ୫୪ ବର୍ଷୀୟ ରେବନ୍ତ ତେଲେଙ୍ଗାନା ଗଠନ ପୂର୍ବରୁ ଟିଡିପିରୁ ବିଧାୟକ ବନିଥିଲେ । ପରେ କଂଗ୍ରେସରେ ଯୋଗ ଦେଇ ୨୦୧୯ ନିର୍ବାଚନରେ ମାଲକାଜଗିରିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୨୧ରେ ପିସିସି ସଭାପତି ଦାୟିତ୍ବ ସମ୍ଭାଳିବା ପରେ ତେଲେଙ୍ଗାନାରେ ପଦଯାତ୍ରା ତାଙ୍କୁ ସବୁଠୁ ଚର୍ଚ୍ଚିତ ନେତା କରିଥିଲା ।