• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Politics

Shivraj Singh Chouhan
କଟକରେ ବୈଠକ କରିବେ ଶିବରାଜ ସିଂ ଚୌହାନ; କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର

ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ବିକାଶ ମୂଳକ କାର୍ଯ୍ୟର ପ୍ରଚାର ସହ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ ପାଇଁ କର୍ମୀ ଓ ନେତାଙ୍କୁ କହିଥିଲେ । ବିଜେଡି ସରକାରକୁ ବିଦା କରିବା ସହ ଆଗାମୀ ଦିନରେ ଓଡ଼ିଶାରେ ଡବଲ ଇଂଜିନ ସରକାର କରିବା ପାଇଁ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ଶିବରାଜ ।

New-O
ଭୋଟ୍‌ ରାଜନୀତି; ବଡ଼ ଭାଇକୁ ଦେଲେ, ସାନଭାଇ କଥା ଭୁଲିଗଲେ !

ଆଜି ଯାଜପୁର NC କଲେଜରେ ଆୟୋଜିତ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ଯୋଗଦେଇ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିବା ନେଇ ସୂଚନା ଦେଇଛନ୍ତି ।

Rajya Sabha Elections
ରାଜ୍ୟସଭା ନିର୍ବାଚନ; ଆଜି ନାମାଙ୍କନ ଭରିବେ ୨ BJD ପ୍ରାର୍ଥୀ

ଖାଲିପଡୁଥିବା ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା BJD । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ BJD ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଥିଲା ଦଳ ।

Shivraj singh chouhan
୨୪ ପାଇଁ BJPର ସମର ସଜ୍ଜା; ଆଜି ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ । ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ ।

Rajya Sabha Election
ରାଜ୍ୟସଭା ପାଇଁ ଦେବାଶିଷ- ଶୁଭାଶିଷଙ୍କ ନାଁ ଘୋଷଣା; କିଏ ହେବେ ବିଜେଡିର ତୃତୀୟ ପ୍ରାର୍ଥୀ ?

ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ । ସେହିପରି ସମସ୍ତଙ୍କୁ ଚକିତ କରି ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ କରିଛି ।

Rajya sabha elections
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ । ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି ।

Elections 2024
୨୦୨୪ ନିର୍ବାଚନ; ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି !

ସର୍ଭେରେ ବିଜେପିକୁ ୧୧ଟି ସିଟ୍ ମିଳିବା ସମ୍ଭାବନା ଥିବା ବେଳେ ବିଜେଡିକୁ ୯ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବା ସମ୍ଭାବନା ରହିଥିବା ଆକଳନ କରାଯାଇଛି ।

Modi Guarantee
ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିବ କି ମୋଦି ଗ୍ୟାରେଣ୍ଟି ?

ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିବ କି ମୋଦି ଗ୍ୟାରେଣ୍ଟି ? ହିନ୍ଦୀ ହାର୍ଟଲ୍ୟାଣ୍ଡ ଢାଞ୍ଚାରେ ଓଡ଼ିଶାରେ ଦୃଢ଼ତାର ସହ ଗ୍ୟାରେଣ୍ଟି ଦେଲେ ମୋଦି। କୁହାଯାଉଛି ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମୋଦି ଗ୍ୟାରେଣ୍ଟି କାମ କରିଥିଲା। ଆଉ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ ଥିବାରୁ ଏହି ଷ୍ଟ୍ରାଟେଜିରେ ରାଜ୍ୟରେ କ୍ଷମତା ଦଖଲ ପାଇଁ ଯୋଜନା କରିଛି ଦଳ।

PM Modi
ଲୋକାର୍ପିତ ହେଲା IIM ସମ୍ବଲପୁର; ରାଜ୍ୟକୁ ୧୮ଟି ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାର ବିକାଶ ଯାତ୍ରା ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା । ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ ।

PM Narendra Modi
ଯାହାର କେହି ନାହିଁ, ତା’ ପାଖରେ ମୋଦି ଅଛି; ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗରିବଙ୍କ କଥା ଉଠାଇଛନ୍ତି । ସେ କହିଛନ୍ତି, ବିଜେପି ସରକାର, ଗରିବଙ୍କ କଲ୍ୟାଣକାରୀ ସରକାର । ଓଡ଼ିଶାର ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି ।

PM Narendra Modi
‘ଗରିବଙ୍କୁ ଲାଭ ମିଳିବା BJP ସରକାରର ପ୍ରାଥମିକତା, କେହି ବି କଚ୍ଚା ଘରେ ରହିବେନି’

ନିଜର ଅଭିଭାଷଣରେ ମୋଦି ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ୪ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

IIM Sambalpur campus
ସମ୍ବଲପୁରରେ ପ୍ରଧାନମନ୍ତ୍ରୀ; IIM ନୂଆ କ୍ୟାମ୍ପସ ସହ ୧୮ଟି ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ

ମୋଦି କହିଛନ୍ତି ଯେ, ଭାରତର ସବୁ ରାଜ୍ୟ ବିକଶିତ ହେଲେ ଦେଶ ବିକଶିତ ହୋଇପାରିବ । ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ ।

PM MODI
ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍‌ଘାଟନ

ବିଜେପି ଶିବିରରେ ବି ଉତ୍ସାହ ଭରି ଡବଲ୍ ଇଞ୍ଜିନ୍ ସରକାରର ମାହୋଲ ବନାଇବେ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ରାଜନୀତି । କାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।

Odisha Politics
ନିର୍ବାଚନ ପୂର୍ବରୁ ବିଜେଡିର ଭାବାବେଗ ରାଜନୀତି; ମଠ ମନ୍ଦିର ପରେ ଏବେ ଓଡ଼ିଆ ଭାଷାକୁ ଫୋକସ୍

ନିର୍ବାଚନ ପୂର୍ବରୁ ବିଜେଡିର ଭାବାବେଗ ରାଜନୀତି । ପ୍ରଥମେ ମଠ ମନ୍ଦିର ରୂପାନ୍ତରୀକରଣ, ତାର ପ୍ରଚାର ପ୍ରସାର, ଆଉ ଏବେ ଓଡ଼ିଆ ଭାଷାକୁ ଫୋକସ୍ ।

Congress Press Meet
ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣା: ପାଣ୍ତିଆନଙ୍କୁ କଂଗ୍ରେସର ଟାର୍ଗେଟ

ଗଜପତି ଜିଲ୍ଲା ପରିସଲ୍ ଛକରେ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଜୋର ଧରିଲା ରାଜନୀତି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିବା ବୋଲି କହିଛି କଂଗ୍ରେସ । ଧକ୍କା ଦେଇଥିବା ଗାଡ଼ିଟି ଏକ ପୋଲିସ ଗାଡ଼ି ।

Congress
କଂଗ୍ରେସରେ ଟିକଟ ପାଇଁ ହେଉଛି କି ଟଙ୍କା କାରବାର ? ଦଳର ଚିଠି ବଢ଼ାଇଲା ସନ୍ଦେହ

ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ । କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନଜରକୁ ଆସିଛି ଯେ, ଆଶାୟୀଙ୍କୁ ସିଧାସଳଖ ପ୍ରାର୍ଥୀ ହେଲେ ବୋଲି ଘୋଷଣା କରି ସେମାନଙ୍କଠାରୁ କେତେକ ବ୍ୟକ୍ତି ଅର୍ଥ ଆଦାୟ କରୁଛନ୍ତି ।

BJP Politics
ବିଜେପି ଫୋକସରେ SHG; ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବେ ଶକ୍ତିସାଥୀ

ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ ରହିଛି । ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର SHG ଗ୍ରୁପରେ ପ୍ରାୟ ୭୦ ଲକ୍ଷ ମହିଳା ସଦସ୍ୟା ରହିଛନ୍ତି ।

Arpana Rath
ମହାପ୍ରଭୁଙ୍କ ସେବାରେ ଲାଗିବ ତ ଅର୍ପଣ ଚାଉଳ ? ନା ଆଉ କୁଆଡ଼େ..

ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ହେଲେ ତୁଟିନି ଗୁଆ ଚାଉଳ ବିବାଦ । ଅର୍ପଣ ରଥରେ ସଂଗୃହୀତ ଗୁଆ ଓ ଚାଉଳ ଏଯାଏଁ କାଳିଆ ପାଖରେ ପହଞ୍ଚି ନାହିଁ ।

BJP Politics
ତେଜୁଛି ଅର୍ପଣ ରଥ ଗୁଆ-ଚାଉଳ ବିବାଦ; ନବରଙ୍ଗପୁରରେ ଧାରଣାରେ ବସିଲା BJP

ଭକ୍ତଙ୍କୁ ଭଣ୍ଡେଇବା ପରେ ତେଜିଲାଣି ଅସନ୍ତୋଷ । ଏ କ୍ଷୋଭ ଅର୍ପଣ ରଥର ଗୁଆ ଚାଉଳକୁ ନେଇ । କୁଆଡେ ଗଲା ଭକ୍ତଙ୍କ ଗୁଆ-ଚାଉଳ । କାହିଁକି ପୁରୀରେ ପହଞ୍ଚିଲାନି ଭକ୍ତ ଶ୍ରଦ୍ଧାରେ ଦେଇଥିବା ଚାଉଳ ଆଉ ଗୁଆ ?

Congress
ବଳ ଗୋଟାଉଛି କଂଗ୍ରେସ; ପୁରୁଖାଙ୍କ ଘର ବାହୁଡାକୁ ନେଇ ଉତ୍ସାହିତ ଦଳ

ଦକ୍ଷିଣ ବେଲ୍ଟରେ ଥିବା କଂଗ୍ରେସର ପୁରୁଣା ଭୋଟରଙ୍କୁ ସଂଗଠିତ କରି ଦଳ ୨୪ ନିର୍ବାଚନରେ ସଂଖ୍ୟା ବଢାଇବାକୁ ଯୋଜନା ରଖିଛି ।

Sora BJD
ସକାଳେ ଲାଗିଲା ଫଳକ, ରାତିରେ ଭାଙ୍ଗିଦେଲେ ଦୁର୍ବୃତ୍ତ 

ସରକାର ପ୍ରତ୍ୟେକ ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ୫୦ ଲକ୍ଷ ଟଙ୍କା ଦେଉଛନ୍ତି l ତେଣୁ ଏହି କାମ କରିବାକୁ ପଞ୍ଚାୟତର ୩ଟି ଜାଗାରେ ଫଳକ ମରାଯାଇଥିଲା l

Congress
ମହର୍ଷି କଲେଜରେ ତାତିଲା ଛାତ୍ର କଂଗ୍ରେସ; ଚିରିଲା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର, ଲଗାଇଲା ମହାପୁରୁଷଙ୍କ ଫଟୋ

ଭୁବନେଶ୍ୱର ମହର୍ଷି କଲେଜ କ୍ୟାମ୍ପସରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦାହ କରିଛି ।

Arpan Rath
ଅର୍ପଣ ରଥ ପରିକ୍ରମା ବଢାଉଛି ବିଜେଡି ପାଇଁ ଅଡୁଆ

ରଥ ଚାରିପଟୁ ନବୀନ ଓ ପାଣ୍ଡିଆନଙ୍କ ଫଟୋ କାଢିବାକୁ ଅଡ଼ି ବସିଥିଲେ ଗ୍ରାମବାସୀ। ଶେଷରେ ଉଭୟଙ୍କ ଫଟୋ ଉପରେ ଧୋତି ଲଗାଇବାକୁ ବାଧ୍ୟ ହୋଇଥିଲା ପ୍ରଶାସନ।

Sri Mandir
ପୋଲିସ ନଜରରେ ଶ୍ରୀମନ୍ଦିର କରିଡର, ସିସିଟିଭି ନଜରରେ ପୁରା ସହର

ଆସନ୍ତା ୧୭ ତାରିଖରେ ଉଦଘାଟିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତା ପୂର୍ବରୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସଂସ୍ଥା ଆଜି ଶ୍ରୀମନ୍ଦିର ପ୍ରଶାସନ ହାତରେ ପରିକ୍ରମା ପ୍ରକଳ୍ପକୁ କରିବ ହସ୍ତାନ୍ତର ।

BJD Politics
ପାଖଉଛି ନିର୍ବାଚନ, ଅଧୈର୍ଯ୍ୟ ବିଜେଡି ଆଶାୟୀ; ଅର୍ପଣ ରଥରେ ଅକ୍ଷତ ଚାଉଳ ସଂଗ୍ରହରେ ମାତିଛନ୍ତି ବିଧାୟକ

ନିର୍ବାଚନ ଯେତିକି ଯେତିକି ପାଖଉଛି, ବିଜେଡି ଘର କଳି ସେତିକି ସେତିକି ବଢୁଛି । ଆଶାୟୀ ଶକ୍ତି ପ୍ରଦର୍ଶନ କରି ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଚାଲେଞ୍ଜ ଦେଲେଣି । ଖୋଦ ରାଜଧାନୀରେ ବି ଟିକେଟ୍ ପାଇଁ ଆରମ୍ଭ ହୋଇଯାଇଛି ଶକ୍ତି ପ୍ରଦର୍ଶନ ।