Advertisment

ବିପଦରେ ସରକାରୀ ଜମି; ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି

ବିପଦରେ ସରକାରୀ ଜମି । ଜମି ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି । ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ବିକୁଛନ୍ତି ଦଲାଲ । ଦଲାଲଙ୍କ ହାତରେ ଫସୁଛନ୍ତି ନିରିହ ଲୋକ । ଭୁବନେଶ୍ୱର ଶାମପୁର ଅଞ୍ଚଳରେ କାହାକୁ ହଜାର ତ କାହାକୁ ଲକ୍ଷେରେ ବିକ୍ରି ହୋଇଛି ସରକାରୀ ପ୍ଲଟ ।

author-image
Tanmay Kumar Mahalik

ରାଜଧାନୀରେ ଦଲାଲଙ୍କ ନଜରରେ ଖାଲି ପଡିଥିବା ସରକାରୀ ଜମି । ଟିକେ ସୁବିଧା ପାଇଲେ ଜବରଦଖଲ କରୁଛନ୍ତି । ଆଉ ପରେ ନୀରିହ ଲୋକଙ୍କୁ ସତମିଛ କହି ବିକ୍ରି କରୁଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ଉପକଣ୍ଠ ଶାମପୁର ମୌଜାରେ । ଶହ ଶହ ଏକର ସରକାରୀ ଜମି ଉପରେ ଦଲାଲଙ୍କ ଆଖି ଥିବା ଜାଣି ଏବେ ସକ୍ରିୟ ହୋଇଛି ବିଡିଏ । ଏପଟେ ବିରୋଧୀ କଂଗ୍ରେସ ଓ ବିଜେପିର ଅଭିଯୋଗ ସରକାରଙ୍କ ଛତ୍ରଛାୟା ତଳେ ରହି ଏପରି କରୁଛନ୍ତି ଦଲାଲ ।

Advertisment
Bhubaneswar Politics
Advertisment
Advertisment