• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Politics

Nuakhai, Speaker Election
ନୂଆଁଖାଇକୁ ଅଣଦେଖା କରୁଛନ୍ତି ସରକାର ! ବାଚସ୍ପତି ନିର୍ବାଚନକୁ କଂଗ୍ରେସର ବଏକଟ୍

ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।

q
ଭୋଟ୍ ପୂର୍ବରୁ ପାଇକ ରାଜନୀତି; ପଲିଟିକ୍ସ ପଶାପାଲିରେ ଗଡ଼ିଲା ପାଇକ ଗୋଟି

ଭୋଟ୍ ପୂର୍ବରୁ ପାଇକ ରାଜନୀତି । ବିଜେପିର ପାଇକ କାର୍ଡକୁ ମାତ୍ ଦେବାକୁ ବିଜେଡିର ପ୍ଲାନ୍ । ଖୋର୍ଦ୍ଧା ବରୁଣେଇଠାରେ ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ଉଦ୍ୟମ ବେଳେ ରାଜ୍ୟ ସରକାର ବି ତରବରିଆ ଭାବେ ପାଇକ ଏକାଡେମୀ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । ଯାହାକୁ ନେଇ ତେଜିଛି ରାଜନୀତି । ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ପାଇକ ସଂପ୍ରଦାୟର ଭୋଟ ନେବାକୁ ଏଭଳି ପ୍ରୟାସ ବୋଲି ଚର୍ଚ୍ଚା ହେଉଛି ।

q
ଭୋଟ୍ ପୂର୍ବରୁ ପାଇକ ରାଜନୀତି; ପଲିଟିକ୍ସ ପଶାପାଲିରେ ଗଡ଼ିଲା ପାଇକ ଗୋଟି

କେନ୍ଦ୍ରର ପାଇକ ସ୍ମାରକୀ ବନାମ୍ ରାଜ୍ୟର ପାଇକ ଏକାଡେମୀ । ରାଜନୀତି ପଶାପାଲିରେ ଗଡ଼ିଲା ପାଇକ ଗୋଟି । ପାଇକ ସମ୍ପ୍ରଦାୟ ଭୋଟ ହାତେଇବାକୁ ଜୋରଦାର କସରତ୍ ।

Kusum Tete
କୁସୁମଙ୍କ ପ୍ରଶ୍ନ ବାଣ : ୧୪ ମେ ଓ ୨୮ ଜୁନ୍‌ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ? କାହିଁକି ସଚିବ ବ୍ୟବହାର କରିଥିଲେ ହେଲିକପ୍ଟର?

କୁସୁମ ଟେଟେ ଆହୁରି ମଧ୍ୟ  ଲେଖିଛନ୍ତି, ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ  ଦେବା ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି ବୋଲି ଗତକାଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ୧୪ ମେ ଓ ୨୮ ଜୁନ୍ ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ, ତାହା  ଆପଣ ସ୍ପଷ୍ଟ କଲେ ଭଲ ହୁଅନ୍ତା

ବାପାଙ୍କ ଶବ ପାଖରେ କାନ୍ଦୁଛନ୍ତି ଝିଅ ନିକି
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆଜି ସନ୍ଧ୍ୟା ୭ଟା ୩୧ରେ ଘରୋଇ ହସ୍ପିଟାଲରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି ।

Orissa High Court
‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ଅଦାଲତି ଝଟକା ! ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ..

ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ଅଦାଲତି ଛାଟ । ଯୋଜନାର କାର୍ଯ୍ୟକାରିତାରେ ପଞ୍ଚାୟତର ସ୍ୱାର୍ଥ ଏବଂ ଗ୍ରାମସଭାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଉପରେ ସରକାରଙ୍କୁ ରିପୋର୍ଟ ତଲବ୍ କରିଛନ୍ତି ହାଇକୋର୍ଟ । ଏଥିସହ ଯେଉଁ ଢଙ୍ଗରେ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପରିପନ୍ଥୀ ବୋଲି କୋର୍ଟ ମତ ଦେଇଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

Ganjam Politics
ବିଜେଡିକୁ ଗଞ୍ଜାମ ଟେନ୍‌ସନ୍‌; ଦଳରେ ନେତୃତ୍ୱ ସଂକଟ, କେମିତି ପାର୍ ହେବ ନିର୍ବାଚନ ?

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ପାଇଁ ବଢୁଛି ଅଡୁଆ । ଗୋଷ୍ଠୀ କନ୍ଦଳକୁ ନେଇ ଟେନସନରେ ଶଙ୍ଖ ଦଳ । ଗଞ୍ଜାମରେ ଦଳକୁ ଘାଟାରେ ପକାଇପାରେ ପାଣ୍ଡିଆନ ଓ ପ୍ରଦୀପଙ୍କ ବିବାଦ । ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡା ଗଞ୍ଜାମ ସଂଗଠନକୁ ନେଇ ଦଳର ଟେନସନ୍ ବଢୁଛି ।

Election
ଆଗୁଆ ନିର୍ବାଚନ ହେଲେ ଅଯଥା ଖର୍ଚ୍ଚ ବଢ଼ିବ- ପ୍ରତାପ ଷଡ଼ଙ୍ଗୀ

ରାଜ୍ୟରେ ଆଗୁଆ ନିର୍ବାଚନ ଉଦ୍ୟମକୁ ନେଇ ତେଜିଲା ରାଜନୀତି

Ink Attack on VK Pandian
ଥମୁନି 5T ସଚିବଙ୍କୁ କାଳିମାଡ଼ ଚର୍ଚ୍ଚା; ମୁହଁ ଖୋଲିଲେ କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ

5T ସଚିବଙ୍କୁ ଗତକାଲି ଭରା ସଭାରେ କାଳିମାଡ଼ ପରେ ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ । କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ 5T ସଚିବ ଭି.କେ.ପାଣ୍ଡିଆନ୍ ଶାସନ ବ୍ୟବସ୍ଥାର ଅପବ୍ୟବହାର କରୁଥିବା ଅଭିଯୋଗ ଆଣି ଏହାର ପ୍ରତିବାଦ ସ୍ୱରୂପ ସେ ଏଭଳି କରିଥିବା କହିଛନ୍ତି । ଏହା ବି କହିଛନ୍ତି, ସେ କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନୁହଁନ୍ତି । ଅନ୍ୟପକ୍ଷରେ ଘଟଣାକୁ ନେଇ ରାଜନୀତି ତେଜିଛି । ଏହା ପଛରେ ବିଜେଡି ଷଡ଼ଯନ୍ତ୍ରର ଗନ୍ଧ ବାରୁଥିବା ବେଳେ ବିରୋଧୀ କହିଛନ୍ତି 5T ସଚିବ ଲକ୍ଷ୍ମଣ ରେଖା ଅତିକ୍ରମ ନକରନ୍ତୁ ।

୨୪ ସାଧାରଣ ନିର୍ବାଚନ ପାଇଁ ବଳ ଗୋଟାଉଛି କି କଂଗ୍ରେସ
୨୪ ସାଧାରଣ ନିର୍ବାଚନ ପାଇଁ ବଳ ଗୋଟାଉଛି କି କଂଗ୍ରେସ

୨୪ ସାଧାରଣ ନିର୍ବାଚନ ପାଇଁ ବଳ ଗୋଟାଉଛି କି କଂଗ୍ରେସ । ଦକ୍ଷିଣ ଓଡ଼ିଶାରୁ ମିଶନ ଆରମ୍ଭ, ଦଳ ଛାଡ଼ିଥିବା ପୁରୁଖା ନେତାଙ୍କୁ ଫେରାଇ ଆଣିବାକୁ ପ୍ରୟାସ । ତେଣେ ସୁର କହିଲେ, ମୋ ଯାଗାରେ ହାତଚିହ୍ନରେ ଲଢ଼ିବ ସାନପୁଅ, ଝୁଲାଇ ରଖିଲେ ବଡ଼ପୁଅ କଥା

Amit Shah
୪ ମାସିଆ ଟାସ୍କ ଦେଇଗଲେ ଶାହ; ପୂରଣ କରିବାକୁ ଜୋରଦାର୍‌ କସରତ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେରିଯିବା ପରେ ଓଡ଼ିଶା ବିଜେପିର ଚିନ୍ତା, କେମିତି ସେ ଦେଇଥିବା ଟାସ୍କକୁ ସଫଳତାର ସହ କାର୍ଯ୍ୟକାରୀ କରାଯିବ। କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟ ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବ ଦଳ ? ବୁଥ୍ କମିଟି ଗଠନ କାମ ଶୀଘ୍ର ସାରିବାକୁ ବି କୁହାଯାଇଛି । ତେବେ ଶାହଙ୍କ ଗସ୍ତରୁ ପାଇଥିବା ବଳ, ଆଗାମୀ ନିର୍ବାଚନରେ ସଫଳତା ଆଣିଦେବ ବୋଲି ଆଶା ରଖିଛି ପଦ୍ମ ଦଳ । ଅନ୍ୟପକ୍ଷରେ ବିଜେଡି କହିଛି, ଶାହଙ୍କ ଗସ୍ତର କୌଣସି ପ୍ରଭାବ ଓଡ଼ିଶାରେ ନାହିଁ ।

Congress
ଆକ୍ସନ ପରେ ରିଆକ୍ସନ; କାର୍ଯ୍ୟକାରିଣୀ ବୈଠକ ପରେ ଉଠିବ କି ସସପେଣ୍ତ ଅର୍ଡର ?

ଛିଡ଼ିବ କଣ ଦିନକୁ ଦିନ ବଢ଼ିବାରେ ଲାଗିଛି କଂଗ୍ରେସ କନ୍ଦଳ। ଦଳରୁ ଦୁଇ ଟାଣୁଆ ନେତା ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବନ ପରେ ରାସ୍ତାକୁ ଓହ୍ଲାଇଲେଣି ତାଙ୍କ ସମର୍ଥକ। ଆଜି ସିଧା କଂଗ୍ରେସ ଭବନକୁ ଆସି ହଙ୍ଗାମା କରିବା ସହ ଶୀଘ୍ର ସସପେନସନ ନଉଠିଲେ ଆଗକୁ ପରିଣାମ ଉଗ୍ର ହେବାର ଚେତବାନୀ ବି ଦେଇଛନ୍ତି। ସେପଟେ ଆଜି ପିସିସି ଶୃଙ୍ଖଳା କମିଟି ବୈଠକରେ ଏ ପ୍ରସଙ୍ଗ ଉଠିନଥିବାବେଳେ କାଲିଠୁ ଆରମ୍ଭ ହେବାକୁ ଥିବା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏକଥା ଉଠାଇବାର ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର।

Odisha Assembly
ସାମ୍ବିଧାନିକ ପଦ ପ୍ରତି ଶାସକ ଦଳର ସମ୍ମାନ ଅଛି ତ ? ୨ ମାସ ପରେ ବି ପୂରଣ ହୋଇପାରୁନି ବାଚସ୍ପତି ପଦ

ବିଧାନସଭା ବାଚସ୍ପତି ପଦକୁ ନେଇ ହଟୁନି ସସପେନ୍ସ। ଦୀର୍ଘ ୨ ମାସ ୧୦ ଦିନ ପରେ ବି ପୂରଣ ହୋଇନି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। କଂଗ୍ରେସ ଏହାକୁ ପରମ୍ପରା ବିରୋଧୀ କହି ବର୍ଷିଥିଲା ବେଳେ ବିଜେପି ବି ଅଗଣତାନ୍ତ୍ରିକ କହି ସମାଲୋଚନା କରିଛି। ଏଥିସହ ତୁରନ୍ତ ବାଚସ୍ପତି ନିର୍ବାଚନ ପାଇଁ ଦାବି କରିଛନ୍ତି ଉଭୟ ଦଳ। ତେବେ ବିଜେଡି କହିଛି ଠିକଣା ସମୟରେ ନିଷ୍ପତ୍ତି ନିଆଯିବ।

Congress
ମୁହଁ ଖୋଲିଲେ ଚିରଞ୍ଜୀବ; କହିଲେ, ମୋ ରକ୍ତରେ ବେଇମାନି ନାହିଁ

କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ କଂଗ୍ରେସରୁ ନିଲମ୍ବିତ ଚିରଞ୍ଜୀବ ବିଶ୍ୱାଳ । ଚିରଞ୍ଜୀବ ଆଜି ପ୍ରେସମିଟ୍‌ କରି ନିଲମ୍ବନକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ‘ମୁଁ କଂଗ୍ରେସ ପରିବାରରୁ ଆସିଛି । ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା । ମୋ ରକ୍ତରେ ବେଇମାନି ନାହିଁ । କଂଗ୍ରେସ ଦଳ ପଛରେ ଛୁରାମାଡ଼ କରିବା । କଂଗ୍ରେସ ପାଇଁ ଆଣ୍ଟି ପାର୍ଟି କରିବା ଏହା ମୁଁ କେବେ ଚିନ୍ତା କରିନାହିଁ । କି ଏଭଳି କଥା ମୁଁ କେବେ ସ୍ୱପ୍ନରେ ଭାବିନାହିଁ ।’

Bengaluru Opposition Meeting
୨୪ ମହାସମର ପୂର୍ବରୁ ବିରୋଧୀଙ୍କ ମହାମେଳି; ଦିଲ୍ଲୀରେ ବସୁଛି NDAର ମିଟିଂ

୨୪ ମହାସମର ପୂର୍ବରୁ ରାଜନୈତିକ ଦଳଙ୍କ ମହାମେଳି । ଶକ୍ତି ପ୍ରଦର୍ଶନ ମୁଡରେ ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ସମେତ ମିଳିତ ବିରୋଧୀ ଆଜିଠୁ ବେଙ୍ଗାଲୁରୁରେ ୨ ଦିନିଆ ବୈଠକ ଆରମ୍ଭ କରିଥିବା ବେଳେ, ବିଜେପି ନେତୃତ୍ୱାଧୀନ NDA କାଲି ଦିଲ୍ଲୀରେ ବଳ ଦେଖାଇବ । ପୂର୍ବରୁ ପାଟନା ବୈଠକରେ ୧୫ଟି ଦଳକୁ ଗୋଟିଏ ମଂଚକୁ ଆଣି ପାରିଥିବା ବିରୋଧୀ ଏଥର ସଂଖ୍ୟା ୨୪କୁ ବଢ଼ିବ ବୋଲି ଆଶା ରଖିଛି । ତେଣେ NDA ବୈଠକରେ ୩୮ଟି ଦଳ ଏକାଠି ହେବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଣେ ବିଜେଡି ସମଦୂରତା ନୀତିରେ ବଜାୟ ରହିଥିବା ଦୋହରାଇଛି ।

MLA Mohammad Mokim, Chiranjib Biswal
କଂଗ୍ରେସରେ ରାଜନୀତି ଝଡ଼; ମୋକିମ୍-ଚିରଞ୍ଜୀବ ବିଜେଡି ମୁହାଁ !

ନିଲମ୍ବନ ପରେ ମୋକିମ୍ ଓ ଚିରଞ୍ଜୀବଙ୍କ ଗତି କୁଆଡେ ? ଦୁହେଁ ବିଜେଡି ଆଡକୁ ଢଳୁଛନ୍ତି କି ? ଦଳ ଉପରେ ଏହାର କି ପ୍ରଭାବ ପଡିବ ? ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ ଜୋରଦାର ଚର୍ଚ୍ଚା ।

Train Mishap
କେତେ ଜଣଙ୍କ ଜୀବନ ନେଇଛି କରମଣ୍ତଳ..୨୭୫ ନା ୨୮୮ ?

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।

Ban on marijuana in all Shivpitha
ଗାଁରୁ ସହର ମଦ ଆଉ ଧଳା ଜହରର କାରବାର; ଗଞ୍ଜେଇ ଉପରେ କାହିଁକି ‘ସର୍ଜିକାଲ୍ ଷ୍ଟ୍ରାଇକ୍’

ନିକଟରେ ଓଡିଶା ସରକାର ଗଞ୍ଜେଇ ବିରୋଧରେ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି l ରାଜ୍ୟରେ ଥିବା ସମସ୍ତ ଶୈବପୀଠଗୁଡିକରେ ଗଞ୍ଜେଇକୁ ନେଇ ନିଷେଧାଦେଶ ଜାରି କରିଛନ୍ତି l ମଦ ଏବଂ ଡ୍ରଗ୍ସ ଭଳି ଘାତକ ନିଶାଦ୍ରବ୍ୟ ଗାଁରୁ ସହର ସର୍ବତ୍ର ଦଖଲ କରିଥିବା ବେଳେ ଗଞ୍ଜେଇ ଉପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିନ୍ଦା କରଯାଇଛି l

'Obvious future leader'
‘ଧୋନିଙ୍କ ନେତୃତ୍ୱ ଦକ୍ଷତା ଭଲ, ସେ ରାଜନୀତିକୁ ଆସିବା ଉଚିତ୍‌’

ସେ ଟ୍ୱିଟ୍‌କରି ଲେଖିଛନ୍ତି, ଧୋନି IPLରେ ଆଉ ଗୋଟିଏ ବର୍ଷ ରହିବେ ବୋଲି ଜାଣିବା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଖୁବ୍‌ ଖୁସି ଓ ଆଶାବାଦୀ ।

Sarapancha
୨ ନେତାଙ୍କ ମଧ୍ୟରେ ଝଗଡ଼ା, ପଂଚାୟତର ହେଉନି ଉନ୍ନତି

ଏମିତି ରାଜନେତାଙ୍କୁ କହିବ କଣ? ଦୁହେଁ ଝଗଡା ଲାଗିଲେ, ପଂଚାୟତର ବିକାଶ ବନ୍ଦ ହେଲା । ଏବେ ଗାଁ ଲୋକ ମିଟିଂ କରିବା ପରେ ମନମାଳିନ୍ୟ ଦୂର ହେଲା...ପଂଚାୟତର ବିକାଶ ନେଇ ଶପଥ ନେଲେ ଦୁଇ ନେତା

Karnataka Election Result
Karnataka Assembly Election Result 2023 LIVE Updates: କାହାର ହେବ କର୍ଣ୍ଣାଟକ ?

କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍‌ଜିଟ୍‌ ପୋଲ ? ଏଥର ଝୁଲା ସରକାର

Jharsuguda bypoll
ଭୋଟ୍ ବେଳେ ପ୍ୟାକେଜ ଘୋଷଣା: ଝାରସୁଗୁଡ଼ାରେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନ ଅଭିଯୋଗ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ବିଭିନ୍ନ ସମାଜ ଓ ବର୍ଗର ଭୋଟରଙ୍କୁ ଆଖି ଆଗରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।

Odisha Politics, Jharsuguda Bypoll
ଝାରସୁଗୁଡ଼ା ଉପନିର୍ବାଚନ: BJP ପ୍ରାର୍ଥୀଙ୍କୁ ଆକ୍ରମଣ, ପ୍ରଚାରରେ ବାଧା ଦେଲା ବିଜେଡି !

ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସରଗରମ ରାଜନୀତି । ଗୋଟିଏ ପଟେ ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳରୁ ଇସ୍ତଫା ଦେଇ ଶଙ୍ଖ ଶିବିରରେ ସାମିଲ ହୋଇଥିବା ବେଳେ ଝାରସୁଗୁଡାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି କର୍ମୀ ।

Jharsuguda By-poll
ଝାରସୁଗୁଡ଼ା ଫାଇଟ୍‌ : ପ୍ରାର୍ଥୀଙ୍କ କାନରେ ବିଜୟର ମନ୍ତ୍ର ଫୁଙ୍କିଲେ ବରିଷ୍ଠ ନେତା

ମୋଣ୍ଟାଜ୍ ଝାରସୁଗୁଡ଼ା ଦଖଲ ପାଇଁ ଷ୍ଟ୍ରାଟେଜି ପୂରା ପ୍ରସ୍ତୁତ । ମୈଦାନରେ ସବୁ ଦଳର ହେଭିୱେଟଙ୍କ୍ କସରତ। । ଦିନିକିଆ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ

Naba Das
ସଂଜୟ ଦାସବର୍ମାଙ୍କୁ ନବୀନ ନିବାସ ଡାକି ଟିକଟ୍ ଅଫର ଚର୍ଚ୍ଚା

ଦଳରେ ବିଦ୍ରୋହର ଆଶଙ୍କା କରୁଛି କି ବିଜେଡି ? ସାଧାରଣ ନିର୍ବାଚନ ପୂର୍ବରୁ ଅକଳ ସ୍ଥିତିର ବାସ୍ନା ବାରୁଛି କି ଦଳ ? କାରଣ ଏବେଠୁ ଆରମ୍ଭ ହେଲାଣି ଅଲୋଡ଼ା ନେତାଙ୍କ ମାନଭଞ୍ଜନ। ଆଉ ଏହି ପର୍ବରେ ଚର୍ଚ୍ଚାରେ ସଂଜୟ ଦାସବର୍ମା। ଦଳ ଭିତରେ ଦୀର୍ଘ ଦିନ ଧରି କୋଣଠେସା ହୋଇ ରହିଥିବା ସଂଜୟଙ୍କୁ ନିକଟରେ ନବୀନ ନିବାସରୁ ଡାକରା ଆସିବା ଏବଂ ସେ ନବୀନ ନିବାସ ଯାଇ ଶୀର୍ଷ ନେତୃତ୍ୱ ଓ ବର୍ତ୍ତମାନ ଅଫିସର ଥାଇ ଦଳୀୟ ଆଫାୟାର୍ସ ବୁଝୁଥିବା ବ୍ୟକ୍ତିଙ୍କୁ ଭେଟି ଆଲୋଚନା କରିବାକୁ ନେଇ ଏଇ ଚର୍ଚ୍ଚା।