• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜିଠୁ ରାଜସ୍ଥାନରେ ଆରମ୍ଭ ହେବ ଭଜନ ରାଜ୍ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିପରି ଉପମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ରାଜସ୍ଥାନରେ ଲାଗୁ ହୋଇଛି ମଧ୍ୟପ୍ରଦେଶ ଫର୍ମୁଲା । ଅର୍ଥାତ୍ ଦୁଇ ଜଣ ହେବେ ଉପମୁଖ୍ୟମନ୍ତ୍ରୀ । ସେମାନେ ହେଲେ ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା ।

ସେହିପରି ବାସୁଦେବ ଦେବନାନୀ ହେବେ ରାଜସ୍ଥାନ ବିଧାନସଭାର ବାଚସ୍ପତି । ଭଜନଲାଲ ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ବ କରୁଛନ୍ତି । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ, ଭଜନଲାଲ ଶର୍ମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ । ୫୬ ବର୍ଷୀୟ ଭଜନଲାଲ ରାଜସ୍ଥାନର ସାଙ୍ଗନେର ବିଧାନସଭା ଆସନରୁ ନିର୍ବାଚନ ଜିତିଛନ୍ତି ।

ସେ ଜୟପୁରସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି । ବିଧାନସଭା ନିର୍ବାଚନରେ ୧୧୬ ସିଟରେ ବିଜୟ ହାସଲ କରି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବା ପାଇଁ ଯାଉଛି ବିଜେପି । ସବୁଠୁ ବଡ଼ ପ୍ରଶ୍ନ ଉଠୁଥିଲା ଯେ କିଏ ହେବ ରାଜ୍ୟର ଆଗାମୀ ମୁଖିଆ । କାହାକୁ ସିଏମ୍ ଚୌକିରେ ବସାଇବ ବିଜେପି ? ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହେବେ ।

ରାଜସ୍ଥାନ ନିର୍ବାଚନରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ​​ନିର୍ବାଚନ ଲଢ଼ିଥିଲା । ୨୦୦୩ ରୁ ରାଜସ୍ଥାନରେ ବସୁନ୍ଧରା ରାଜେ ହିଁ ବିଜେପିର ଚେହେରା ରହିଆସିଛନ୍ତି । ତେବେ ବସୁନ୍ଧରା ରାଜେଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଏତେଟା ସନ୍ତୁଷ୍ଟ ନଥିବା କୁହାଯାଉଥିଲା । ତେଣୁ ଏଥର ଦଳ ରାଜ୍ୟରେ ନୂଆ ମୁହଁ ଆଣିବ ବୋଲି ଚର୍ଚ୍ଚା ହେଉଥିଲା ।

ପୂର୍ବରୁ ଭଜନଲାଲ ରାଜ୍ୟର ସାଧାରଣ ସମ୍ପାଦକଭାବେ ଦଳର ଗୁରୁ ଦାୟିତ୍ବ ତୁଲାଉଥିଲେ । ଜୟପୁରରେ ତାଙ୍କ ବାସ ଭବନ ରହିଥିବା ବେଳେ ସେ ଭରତପୁରର ମୂଳ ବାସିନ୍ଦା । ବିଜେପିର ରାଜ୍ୟ ସାଧାରଣ ସମ୍ପାଦକଭାବେ କାର୍ଯ୍ୟ ତୁଲାଉଥିବାବେଳେ ସାଙ୍ଗାନୋର ଆସନରେ ପ୍ରଥମଥର ପାଇଁ ଟିକେଟ ଦିଆଯାଇଥିଲା ।

ଏହି ଆସନ ବିଜେପିର ଗଡ଼ଭାବେ ପରିଚିତ ଥିଲା । ବରିଷ୍ଠ ନେତାଙ୍କ ଟିକେଟ କାଟି ଭଜନଲାଲଙ୍କୁ ଏଠାରେ ଦାୟିତ୍ୱ ଦିଆ ଯାଇଥିଲା । ଯାହାକୁ ସେ ଭଲ ଭାବେ ତୁଲାଇ ଥିଲେ । ସେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଛନ୍ତି ।