Advertisment

ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ସରପଞ୍ଚଙ୍କ ବିରୋଧ,ସଭାସ୍ଥଳକୁ କଲେ ବୟକଟ୍

ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?

author-image
Santosh Kumar Sahoo
undefined

Controversy Over Ama Odisha Naveen Odisha

ଆମ ଓଡ଼ିଶା, ନବୀନ ଓଡ଼ିଶାକୁ ସରପଞ୍ଚଙ୍କ ବିରୋଧ। ସଭାସ୍ଥଳକୁ ବୟକଟ୍ କଲେ, ସରକାରଙ୍କ ଉପରେ ବର୍ଷିଲେ। ଏଭଳି ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜର ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ। ସରପଞ୍ଚମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ସୁଦ୍ଧା କେହି ଜଣେ ବି ସଭାକୁ ଯାଇନାହାନ୍ତି। ଜନ ପ୍ରତିନିଧିମାନଙ୍କୁ ଗୁରୁତ୍ୱ ମିଳୁନଥିବାରୁ ବିକାଶ କାମ ଠିକଣା ବାଟରେ ହେଉନଥିବା ଅଭିଯୋଗ କରିଛନ୍ତି ସରପଞ୍ଚ । ଖାଲି ମୟୂରଭଞ୍ଜ ନୁହେଁ ସବୁଠି ସମାନ ସ୍ଥିତି । ଇଏ ହେଲେ ବିଷମକଟକର ମହିଳା ସରପଞ୍ଚ ନମିତା କୁଲୁସିକା। ତାଙ୍କର ଅଭିଯୋଗ ବିନା ଅନୁମୋଦନରେ ପ୍ଲାନ୍ ଅଫ୍ ଆକ୍ସନକୁ ପଞ୍ଚାୟତ ସମିତି ପକ୍ଷରୁ ଦିଆଯାଇଛି। ଯେଉଁଥି ଲାଗି ନମିତା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଆଇନଗତ ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଧର୍ମଗଡ଼ରେ ବି ସରପଞ୍ଚମାନେ ଆମ ଓଡିଶା, ନବୀନ ଓଡ଼ିଶାକୁ ପ୍ରବଳ ବିରୋଧ କରିଛନ୍ତି।

Advertisment

ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି? କାହିଁକି ଗ୍ରାମସଭା ମାଧ୍ୟମରେ ଯୋଜନା ପ୍ରସ୍ତୁତ ହେଉନି ? ସରପଞ୍ଚଙ୍କ ଅସନ୍ତୋଷକୁ ବିରୋଧୀ ମୁଖ୍ୟ ଅସ୍ତ୍ର କରିଛନ୍ତି । ବିଜେପି କହିଛି, ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ କେବଳ ଲୋକଙ୍କୁ ଭୂଆଁ ବୁଲାଇ ନିର୍ବାଚନୀ ପ୍ରଚାର କରିବା ଶାସକ ଦଳର ମୁଖ୍ୟ ଉଦ୍ଦେଶ୍ୟ। କଂଗ୍ରେସ ଅଭିଯୋଗ କରିଛି, ସରକାରୀ ପଇସାରେ ଲୋକଙ୍କୁ ଲଲିପପ୍ ଦେଇ ଭୋଟ୍ କିଣିବାକୁ ଚେଷ୍ଟା କରୁଛି ସରକାରୀ ଦଳ।

ଜନ ପ୍ରତିନିଧିଙ୍କୁ ଦୂରେଇ ରଖି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ସବୁ ଆଡୁ ବିରୋଧ କରାଗଲାଣି। ଏହାସତ୍ତ୍ୱେ କାର୍ଯ୍ୟକ୍ରମ ଜାରି ରହିଛି। ସମ୍ବଲପୁର ଓ ରେଢାଖୋଲରେ ତ କାର୍ଯ୍ୟକ୍ରମ ଲାଗି ନବମ ଶ୍ରେଣୀ ପିଲାଙ୍କ ଷାଣ୍ମାସିକ ପରୀକ୍ଷା ସମୟକୁ ପରିବର୍ତ୍ତନ କରାଯାଇଛି। ସ୍କୁଲ୍ ହତାରେ ନବୀନ ଓଡିଶା ଲାଗି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଥିବାରୁ ସକାଳ ସାଢେ ୧୦ ବଦଳରେ ସକାଳ ୭ରୁ ପରୀକ୍ଷା ଆରମ୍ଭ କରାଯାଇଥିଲା। ଯାହାକୁ ସବୁ ମହଲରୁ ନିନ୍ଦା କରାଯାଇଛି। 

Advertisment
Odisha BJD Politics
Advertisment
Advertisment