ବିଜେଡି ଟିକଟ୍ ନମିଳିବା ସତ୍ତ୍ୱେ ଦଳର ନିଷ୍ପତ୍ତିକୁ ଗ୍ରହଣ ନକରି ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ହେଲେ ବଡ଼ ପ୍ରଶ୍ନ, କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ? କଣ ପାଇଁ ରାଜେନ୍ଦ୍ରଙ୍କୁ ଟିକଟ୍ ଦେଲାନାହିଁ ବିଜେଡି ?
ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତୀଶଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ପ୍ରଶାନ୍ତ କିଶୋର ।
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିରୋଧୀଙ୍କ ତମ୍ବିତୋଫାନ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ବିରୋଧୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନ କରିବାକୁ ଗେହଲଟ ମସୁଧା ଆରମ୍ଭ କରିଛନ୍ତି । ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗେହଲଟଙ୍କ ଗୋଟି ଚାଳନା କରୁଥିବା କୁହାଯାଉଛି ।
କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ?
ଏହି ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ସୋନିଆ ଗାନ୍ଧିଙ୍କ ସହ ଶଶି ଥରୁର ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା ସାରି ବାହାରିଥିଲେ ।
କିଛି ଦିନ ପୂର୍ବରୁ ସେ ନିଜେ ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସ ଦଳକୁ ବିଜେପି ସହ ମିଶାଇ ଦେଇଛନ୍ତି ।
ଦଳୀୟ ନେତାଙ୍କ ଅପେକ୍ଷା ଏସ୍ଏଚ୍ଜି ଉପରେ ଅଧିକ ଭରସା କରୁଛି କି ଦଳ? ନବୀନ ନିବାସରେ ଚାଲିଛି ଘନ ଘନ ବୈଠକ । ଗୋଟିଏ ପରେ ଗୋଟିଏ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଆସି ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ, ହେଲେ କାହିଁକି ? ଏହା ପଛର ଉଦ୍ଦେଶ୍ୟ କଣ?
ଆସନ୍ତା ୨୭ରେ ଏନେଇ ହୋଇପାରେ ଆଲୋଚନା । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ସମ୍ଭାବନା ।
ସାଂସଦ ସୁରେଶ ପୂଜାରୀ କହିଛନ୍ତି- ପ୍ରଶିକ୍ଷଣ ଶିବିରର ୩ ଦିନରେ ୧୫ଟି ବିଷୟରେ ଆଲୋଚନା ତ ହେବ, ହେଲେ ମୂଳ ଲକ୍ଷ୍ୟ କିନ୍ତୁ ଗୋଟିଏ।
ବିଜେପି ଫୋକସରେ ଓଡ଼ିଶା । ୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍ରେ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଓଡ଼ିଶା ଆସି ସାଂଗଠନିକ ସ୍ଥିତି ପରଖି ଥିଲେ ପ୍ରଭାରୀ ସୁନିଲ୍ ବଂଶଲ । ଏହାର ଦୁଇ ଦିନ ପରେ ରାଜ୍ୟରେ ପହଞ୍ଚିଛନ୍ତି ଏକାବେଳକେ ୭ କେନ୍ଦ୍ରମନ୍ତ୍ରୀ ।
ମିଶନ ୨୪କୁ ନେଇ ଚଳଚଞ୍ଚଳ ବିଜେପି ଶିବିର । ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଭାରୀ ସୁନିଲ୍ ବଂଶଲଙ୍କ ପରେ ଓଡ଼ିଶା ଗସ୍ତରେ ୭ କେନ୍ଦ୍ର ମନ୍ତ୍ରୀ ।
ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।
ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।
ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ନୀତୀଶ ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ଭେଟିଲେ ନୀତୀଶ ।
ନୀତିଶ କୁମାର ଦେଶରେ ମୋଦିଙ୍କ ବିକଳ୍ପ ବୋଲି ଜେଡିୟୁ ନେତା ଚିତ୍କାର କରୁଥିବା ବେଳେ ଏବେ ମଣିପୁର ଅବସ୍ଥା ଦେଖି ବିଜେପି ନେତା ନୀତିଶ ଓ ତାଙ୍କ ଦଳୀୟ ନେତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଛନ୍ତି ।
ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର ବୋଲି ନୋଟିସରେ ଉଲ୍ଲେଖ ହୋଇଛି ।
ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC ।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।
ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।
ପରବର୍ତ୍ତୀ ନିର୍ବାଚନରେ ଭୋଟ୍ ଦେବେ ଅଣ-କାଶ୍ମୀରୀ । ଆରମ୍ଭ ହୋଇଛି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ।
ବୋର୍ଡ଼ରେ ନୂଆ ସଦସ୍ୟ ଭାବେ ୬ ଜଣଙ୍କୁ ସ୍ଥାନ । ବୋର୍ଡରେ ୟେଦୁରପ୍ପା, ସର୍ବାନନ୍ଦ ସୋନଓ୍ୱାଲ, କେ. ଲକ୍ଷ୍ମଣ ନୂଆ ସଦସ୍ୟ ।
ରତ୍ନଭଣ୍ଡାରର କଣ୍ଟ୍ରୋଲ ଏଏସ୍ଆଇ ପାଖରେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଆବେଦନ କଲେ ହେବ ରତ୍ନଭଣ୍ଡାର ମରାମତି ।