ଶିବସେନା ବିଧାୟକଙ୍କୁ ଉନ୍ନୟନମୂଳକ କାମ ପାଇଁ ଫଣ୍ଡ ମିଳୁ ନଥିଲା । ହେଲେ ସହଜରେ ଏନସିପି ଏବଂ କଂଗ୍ରେସ ବିଧାୟକଙ୍କୁ ଫଣ୍ଡ ମିଳୁଥିଲା ।
ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ୍ଙ୍କ ବିଜୟ ପରେ ମହାରାଷ୍ଟ୍ରରର ମେଣ୍ଟ ସରକାରରେ ଅସନ୍ତୋଷ ଦାନା ବାନ୍ଧୁଥିବା ଇଙ୍ଗିତ କରିଥିଲା । କିଛି ମେଣ୍ଟ ବିଧାୟକଙ୍କ କ୍ରସ୍ ଭୋଟିଂ ଧନଞ୍ଜୟଙ୍କ ବିଜୟର ପଥ ସୁଗମ କରିଥିଲା ।
ବିଦ୍ରୋହୀ ବିଧାୟକମାନଙ୍କ ପ୍ରତି ଭାବୁକ ଶବ୍ଦରେ ଉଦ୍ଧବଙ୍କ ସନ୍ଦେଶ । ତୁମମାନଙ୍କ ମଧ୍ୟରୁ ଜଣେ କେହି ଇସ୍ତଫା ଦେବାକୁ କହିଥିଲେ, ମୁଁ ଦେଇଥାନ୍ତି ।
ଦେଶମୁଖଙ୍କ ପତ୍ନୀ ଗୋଟିଏ ଦିନ ପୂର୍ବରୁ ସ୍ୱାମୀ ନିଖୋଜ ଥିବା ନେଇ ଅକୋଲା ପୋଲିସ ଷ୍ଟେସନ୍ରେ ଏତଲା ଦେଇଥିଲେ । ଦେଶମୁଖ ଅକୋଲା ଜିଲ୍ଲାର ବାଲାପୁର ନିର୍ବାଚନମଣ୍ଡଳୀର ବିଧାୟକ ରହିଛନ୍ତି ।
ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ । ୩୦ରୁ ଅଧିକ ବିଧାୟକଙ୍କୁ ନେଇ ସୁରତରେ ଡେରା ପକାଇଛନ୍ତି ଏକନାଥ ।
ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ । ରୋମ୍ରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ସାଙ୍ଗରେ କେହି ମନ୍ତ୍ରୀ ଯାଇନଥିବାରୁ ତେଜିଲା ରାଜନୀତି ।
ରାହାମା-ଖୋସାଲପୁର ସେତୁରେ ଉଜ୍ଜ୍ୱଳ ଆଲୋକୀକରଣ ପ୍ରକଳ୍ପର ଉଦ୍ଘାଟନ କରିବା ବେଳେ ବିଧାୟକ ହଟହଟା ହୋଇଛନ୍ତି ।
ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍କୁଟର ପୋଡି ଦେଇଥିବା ସହ ୩ଟି ସରକାରୀ ବସ୍ ଭଙ୍ଗାରୁଜା କରିଛନ୍ତି ।
କେବଳ ରବର୍ଟ ଭଦ୍ରା ନୁହଁ, ପୁରା ଗାନ୍ଧି ପରିବାର ହିଁ ରିଅଲ ଇଷ୍ଟେଟ କାରବାର ପ୍ରତି ମୋହଗ୍ରସ୍ତ ଥିଲା ବୋଲି କହି କଡ଼ା ସମାଲୋଚନା କରିଛନ୍ତି ସ୍ମୃତି ।
ମାମଲା ହାଇକୋର୍ଟରେ ଥିବା ବେଳେ ସୁପ୍ରିମକୋର୍ଟ ଯିବା କିଛି କାରଣ ନଥିଲା । ଏନେଇ କିଛି ସ୍ପଷ୍ଟତା ଆସିନି, ଏସବୁର ସ୍ପଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି ।
ୱାର୍ଡ ସଭ୍ୟାଙ୍କ ସହ ତାଙ୍କୁ ସମର୍ଥନ କରିଥିବା ଗାଁର କିଛି ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଏପଟେ ଜିଲ୍ଲାପାଳ କହିଛନ୍ତି, ଏଭଳି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ତେଜିଥିବା ଗଛ ନିପାତ ବିରୋଧୀ ଅଭିଯାନ ସ୍ୱର ସହ ସ୍ୱର ମିଳାଇଛନ୍ତି ବୁଦ୍ଧିଜୀବୀ, ପରିବେଶବିତ୍, ରାଜନେତା ଓ ବୃକ୍ଷପ୍ରେମୀ ।
ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ଆରମ୍ଭରୁ ପ୍ରକଳ୍ପ କାର୍ଯ୍ୟ ଠିକ୍ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ କରିନାହାନ୍ତି ବୋଲି ସେ କହିଛନ୍ତି ।
ଏ ବୟସରେ ଥକି ଯାଇନି ଶରୀର କି କମିଯାଇନି ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ। ଏକ ମନ ଏକ ପ୍ରାଣରେ ଓ ଦୃଢ଼ ଏକାଗ୍ରତା ସହ ଚରଖାରୁ କାଟୁଛନ୍ତି ସୂତା। ଏ ବୃଦ୍ଧାଙ୍କ ନାଁ ହେଉଛି ଆସେଲି ଦାସ।
ହାଇକୋର୍ଟରୁ ନ୍ୟାୟ ନ ମିଳିବାରୁ କାମ ବନ୍ଦ ପାଇଁ ସୁପ୍ରିମ୍କୋର୍ଟରେ କେଶ୍ ଫାଇଲ୍ କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।
ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣ କାମକୁ ନେଇ ବ୍ୟାପକ ଜନଜାଗରଣ ପାଇଁ ସଜ ହେଉଛି ।
ଅନୁଭବ, ବର୍ଷା ପାରିବାରିକ ବିବାଦରେ ନିଇତି ଯୋଡି ହେଉଛି ନୂଆ ଫର୍ଦ୍ଦ । ଦୁହିଁଙ୍କ ମଧ୍ୟରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଅର୍ଥାତ୍ ମର୍ଯ୍ୟାଦା ହାନୀ ଏବଂ IT ACTରେ ରୁଜୁ ହୋଇଛି ମାମଲା । ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଲେଖାର ସ୍କ୍ରିନସଟ୍ ଜବତ କରିଛି ପୋଲିସ ।
ସର୍ଭେରେ ନିୟୋଜିତ ଅଧିକାରୀ କହିଛନ୍ତି-ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ସର୍ଭେ ହୋଇଛି ଓ ଖୁବଶୀଘ୍ର ରିପୋର୍ଟ ଦିଆଯିବ ।
ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ ଲାଞ୍ଚ ନେବା ଅଭିଯୋଗରେ କ୍ୟାବିନେଟରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ।
ସେ ଟ୍ୱିଟ୍ କରି କହିଛନ୍ତି ଯେ, GPRS କରାଯାଇଛି, ଏ ସଂପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା GPRSରେ ଖନନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ।
ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳକୁ ସଫଳତା ମିଳିଥିଲା ।
ପାରାଦୀପ ଆସନରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରି ପରୋକ୍ଷରେ ସୂଚନା ଦେଇଛନ୍ତି ଦେବାଶିଷ ସାମନ୍ତରାୟ । ଦେବାଶିଷଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ବିଧାୟକ ସମ୍ବିତ୍ ରାଉରତାୟ ।
ବିଜେଡି ଚାହୁଁନି ସଭାପତି ପଦବୀରେ ଜଣେ ଶକ୍ତିଶାଳୀ ଲୋକ ବସୁ । ତେଣୁ ଲବି କରି ଦୁର୍ବଳ ଲୋକ ବସେଇବା ପାଇଁ ଯୋଜନା ହୋଇଛି ।