Advertisment

‘ନୀତୀଶଙ୍କ ଦେହରେ ବିଷ ପ୍ରଭାବ, ବାଉଳା ଚାଉଳା ହୋଇ ଏଣୁ ତେଣୁ କହୁଛନ୍ତି’

'ବିଷ ଖାଦ୍ୟ ପ୍ରଭାବ ଯୋଗୁଁ ପ୍ରଥମେ ନୀତୀଶ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜକ ଟିପ୍ପଣୀ ଦେଇଥିଲେ ଏବଂ ଗତକାଲି ମତେ ବିଧାନସଭାରେ ଅପମାନିତ କରି ନିଜକୁ ମୁର୍ଖ ବୋଲି କହିଥିଲେ' ।

author-image
Manoranjan Behera
Nitish Kumar & Jitanram Manjhi

Nitish Kumar & Jitanram Manjhi

ନୀତୀଶଙ୍କୁ ବିଷମିଶ୍ରିତ ଖାଦ୍ୟ ଦିଆଯାଉଛି । ଏମିତି ମନ୍ତବ୍ୟ ଦେଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ । ବିହାର ବିଧାନସଭା ଶୀତକାଳୀନ ଅଧିବେଶନରେ ଆଜି ଶେଷ ଦିନ ଥିଲା । ଜିତିନରାମ ମାଂଝି ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିଷ ମିଶ୍ରିତ ଖାଦ୍ୟ ଦିଆଯାଉଛି ଏବଂ ଏହାର ପ୍ରଭାବ ତାଙ୍କଠାରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କୁ ହଟାଇ ଆଉ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଏଥିପାଇଁ ଏଭଳି କରାଯାଉଛି ବୋଲି ସେ କହିଛନ୍ତି।

Advertisment

ଜିତନରାମ ଆହୁରି କହିଛନ୍ତି ଯେ ଏହି ବିଷ ଖାଦ୍ୟ ପ୍ରଭାବ ଯୋଗୁଁ ପ୍ରଥମେ ନୀତୀଶ ମହିଳାଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତିଜକ ଟିପ୍ପଣୀ ଦେଇଥିଲେ ଏବଂ ଗତକାଲି ମତେ ବିଧାନସଭାରେ ଅପମାନିତ କରି ନିଜକୁ ମୁର୍ଖ ବୋଲି କହିଥିଲେ । ଏଭଳି ସ୍ଥିତିରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦୀପାବଳି ପରେ ବିହାର ସ୍ଥିତି ସମୀକ୍ଷା କରି ସେଠାରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ସେ ଦାବି କରିଛନ୍ତି ।

ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥାକୁ ୬୫%କୁ ବୃଦ୍ଧି କରିବାକୁ ବିଧାନସଭାରେ ଗୁରୁବାର ଆଲୋଚନା ହେଉଥିଲା । ଏହି ସମୟରେ ନୀତୀଶ କୁମାର ଜୋରଦାର ଢଙ୍ଗରେ ମାଂଝୀଙ୍କୁ ସମାଲୋଚନା କରିଥିଲେ । ନୀତୀଶ କୁମାରଙ୍କ ଏପରି ଆଭିମୁଖ୍ୟ ପରେ ମାଂଝୀଙ୍କ ବୟାନ ସାମ୍ନାକୁ ଆସିଛି ।

Advertisment

ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ମତ ରଖିବା ବେଳେ ଅଭଦ୍ର ଟିପ୍ପଣୀ କରିବା ଓ ଗୃହରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଅପଶବ୍ଦ ବ୍ୟବହାର କରିଥିବା ନୀତୀଶ କୁମାରଙ୍କ ମାନସିକ ସ୍ଥିତି ଠିକ ନାହିଁ । ତାଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିବା ମାଂଝୀ କହିଛନ୍ତି ।

ଗୁରୁବାର ନୀତୀଶ ବିଧାନସଭା ଭିତରେ ମାଂଝୀଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ “ମାଂଝୀ କହୁଛନ୍ତି ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ସେ ମୋ ମୁର୍ଖତେ ଯୋଗୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କର କୌଣସି ସେନ୍ସ ଅଛି? ସେ କ’ଣ କହୁଛନ୍ତି, ଥରେ ଚିନ୍ତା କରନ୍ତୁ ।”

Nitish Kumar Politics
Advertisment
Advertisment