demand reopening of all gates of Srimandi
କେବେ ଖୋଲିବ ଶ୍ରୀମନ୍ଦିର ଚାରିଦ୍ୱାର? କାହିଁକି ସ୍ପଷ୍ଟତା ଆଣୁନାହାଁନ୍ତି ସରକାର? ଭକ୍ତ ଠୁ ସେବାୟତ ସମସ୍ତଙ୍କ ଇଚ୍ଛା ଶୃଙ୍ଖଳିତ ଦର୍ଶନ ପାଇଁ ଚାରିଦ୍ୱାର ଖୋଲାଯାଉ। ମାତ୍ର ସରକାର ଚୁପ୍ , ଶ୍ରୀମନ୍ଦିର ପ୍ରଶାସନ ନିରବଦ୍ରଷ୍ଟା। ଯାହାକୁ ନେଇ ଘନେଇଲାଣି ରାଜନୀତି। ବିରୋଧୀ ବି ଏହାକୁ ମୁଖ୍ୟ ଅସ୍ତ୍ର କଲେଣି। କଂଗ୍ରେସ ଆସନ୍ତା ୯ ତାରିଖରେ ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରି ପ୍ରତିବାଦ କରିବ ବୋଲି ଆଜି ଘୋଷଣା କରିଛି। ସକାଳ ୯ ଟାରୁ ୧୨ ଟା ଯାଏ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ସଂକୀର୍ତ୍ତନ ସତ୍ୟାଗ୍ରହ ହେବ। କୋଟି କୋଟି ଜଗନ୍ନାଥ ପ୍ରେମୀ ଏଥିରେ ଯୋଗ ଦେବାକୁ ଦଳ ଆହ୍ୱାନ କରିଛି। ଗତ ଅକ୍ଟୋବର ୧୬ରେ କଂଗ୍ରେସ ବଡ଼ଦାଣ୍ଡରେ ପ୍ରତିବାଦ ରାଲି କରି ଶ୍ରୀମନ୍ଦିର ପ୍ରଶାସକଙ୍କୁ ଚାରିଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ନେଇ ଦାବି ପତ୍ର ଦେଇଥିଲେ। ୧୫ ଦିନ ବିତିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବାରୁ କଂଗ୍ରେସ ସଂକୀର୍ତ୍ତନ ସତ୍ୟାଗ୍ରହ ଜରିଆରେ ସରକାରଙ୍କ ନିଦ ଭାଙ୍ଗିବାକୁ ଚେଷ୍ଟା କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)