ବିଜେଡିର ଜନସଂପର୍କ ପଦଯାତ୍ରାରେ ଭୋଟ୍ ପ୍ରଚାର । ଭୁବନେଶ୍ୱରରେ ଶ୍ରୀମୟୀ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କହି ଭୋଟ୍ ମାଗିଲେଣି ମନ୍ତ୍ରୀ, ବିଧାୟକ । ପ୍ରଶ୍ନ ଉଠୁଛି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପୂର୍ବରୁ କେମିତି ଖୋଲାଖୋଲି ପ୍ରାର୍ଥୀ ଘୋଷଣା କରୁଛନ୍ତି ଜନପ୍ରତିନିଧି ଓ କର୍ମୀ ? ସେପଟେ ଶ୍ରୀମୟୀଙ୍କ ପ୍ରଚାର, ବିଜେଡିର ପୂର୍ବତନ ସାଂସଦ ତଥା ପ୍ରତାରଣା ଲାଭ କରିଥିବା ପ୍ରସନ୍ନ ପାଟ୍ଟଶାଣୀ ପାଇଁ କଟା ଘା' ରେ ଚୂନ ଭଳି ମନେ ହୋଇଛି । ପାଟ୍ଟଶାଣୀ କହିଛନ୍ତି ଦଳ ତାଙ୍କୁ ଟିକଟ ନଦେଇ ଥରେ ଭୁଲ କରିଛି, ପରିସ୍ଥିତି କଣ ହେଲା ସମସ୍ତେ ଜାଣିଛନ୍ତି ।
Published By: Tanmay Kumar Mahalik
Last updated: 16 December 2023, 11:00 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।