• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରେବାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରେବାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସର୍ବସମ୍ମତ କ୍ରମେ ନିଷ୍ପତ୍ତି । ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହେଲା । ଆସନ୍ତା ଡିସେମ୍ବର ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ।

ଅନ୍ୟପଟେ ରେବାନ୍ତଙ୍କର ମୁଖ୍ୟମନ୍ତ୍ରୀ ପଦ ପାଇଁ ଯାତ୍ରା ଏତେ ସହଜ ନଥିଲା । ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେବାନ୍ତ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବରେ ରେବାନ୍ତ ରେଡ୍ଡୀଙ୍କ କାର୍ଯ୍ୟ ଶୈଳୀ ଦଳକୁ ସୁଦୃଢ଼ କରିଛି ।

୨୦୨୧ ଜୁଲାଇରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବେ ରେବାନ୍ତ ଦାୟିତ୍ୱ ନେଇଥିଲେ । ଶାସକ ବିଆରଏସ ସରକାରଙ୍କ ବିରୋଧରେ ଅନେକ ପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ । ରେବାନ୍ତ ରେଡ୍ଡୀ କଂଗ୍ରେସ ନେତୃତ୍ୱ ନେଇ ଯାହାବି ପଦକ୍ଷେପ ନେଉଥିଲେ ଦଳ ତା’କୁ ଦୃଢ଼ ସମର୍ଥନ ଜଣାଇ ଆସୁଥିଲା । କଂଗ୍ରେସ ଦଳର କାର୍ଯ୍ୟକୁ ନେଇ ରେବାନ୍ତ ରେଡ୍ଡୀ ଲୋକଙ୍କ ନିକଟରେ ପହଞ୍ଚିବା ସହ ବଡ଼ ବଡ଼ ସମାବେଶ କରି ସମ୍ବୋଧନ କରୁଥିଲେ ।